ଗର୍ଜିଲେ ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟକା ଗୋଷ୍ଠୀ । ଓଡିଶା ମଧ୍ୟାହ୍ନ ଭୋଜନ କର୍ମଚାରୀ ସଂଘ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
Trending Photos
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଗର୍ଜିଲେ ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟକା ଗୋଷ୍ଠୀ । ଓଡିଶା ମଧ୍ୟାହ୍ନ ଭୋଜନ କର୍ମଚାରୀ ସଂଘ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାସିକ ୨୦ ହଜାର ଟଙ୍କା ବେତନ ଓ ସରକାରୀ ଚାକିରର ମାନ୍ୟତା ଦାବି କରିଛନ୍ତି ଏମାନେ । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଶତାଧିକ ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟକା ସଙ୍ଗଠିତ ହୋଇ ଆନ୍ଦୋଳନ କରିଛନ୍ତି ।
ଶୁକ୍ରବାର ସିଆଇଟିୟୁ ନେତୃତ୍ୱରେ ଶତାଧିକ କର୍ମଚାରୀ ମାଷ୍ଟରକ୍ୟାଣ୍ଟିନରୁ ରାଲି କରି ବିଧାନସଭା ସମ୍ମୁଖ ଗାନ୍ଧି ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମଧ୍ୟାହ୍ନ ଭୋଜନ ସଂସ୍ଥାର ଘରୋଇକରଣ ବନ୍ଦ, ଅବସର ପ୍ରାପ୍ତ ବୟସ ୬୦ରୁ ୬୨କୁ ବୃଦ୍ଧି, ସମାନ କାମକୁ ସମାନ ମଜୁରି, ଅବସର ପରେ ଭତ୍ତା, ବର୍ଷକୁ ୨ ଖଣ୍ଡ ଶାଢୀ, ଛଟେଇ ପାଚିକାଙ୍କୁ ପୁନଃ ନିଯୁକ୍ତି ଆଦି ବିଭିନ୍ନ ଦାବି କରିଛନ୍ତି ଆନ୍ଦୋଳନକାରୀ । ଏସବୁ ପ୍ରତିଶ୍ରୁତି ସରକାର ପୂର୍ବରୁ ଦେଇଥିଲେ ସୁଦ୍ଧା ପୂରଣ କରିବାରେ ଅବହେଳା କରିଥିବା ଅଭିଯୋଗ ହୋଇଛି । ତେବେ ଆଗାମୀ ଦିନରେ ଏ ଉପରେ ଦୃଷ୍ଟି ନ ଦେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଆହୁରି ପଢ଼ନ୍ତୁ; ଆସନ୍ତା ଜାନୁଆରୀ ୪ରୁ ଜମିବ ଶିଶିର ସରସ ମେଳା