ଆସନ୍ତା ୨ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ।
Trending Photos
)
ଶାନ୍ତସ୍ବରୂପ ରାଉତ: ତାତିର କୋପ ରାଜ୍ୟରେ ଆହୁରି ୩ ଡିଗ୍ରୀ ବଢିବ ତାପାମାତ୍ରା। ଗତ ୨ଦିନ ଧରି ରାଜ୍ୟରେ ପାରଦ ଉପରମୁହାଁ ହେବାରେ ଲାଗିଛି। ଦିନର ସର୍ବୋଚ୍ଚ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ଦିନରେ ଅସହ୍ୟ ତାତି ପରିଲକ୍ଷିତ ହୋଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ ଆସନ୍ତା ୨ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହା ପରେ ଆଉ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ। ସେହିପରି ଆସନ୍ତା ୮ ଦିନ ମଧ୍ୟରେ ପାଗ ଶୁଖିଲା ରହିବା ସହ ୨୦ ତାରିଖରେ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।