ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହ କାଳିଆ ଯୋଜନାର ହେବ ମିଶ୍ରଣ!

କାଳିଆ ଓ କିଷାନ ଯୋଜନା ମିଶିଲେ ରାଜ୍ୟ ସରକାରଙ୍କ ଆର୍ଥିକ ଲାଭ ହେବ । କାଳିଆ ଯୋଜନାରେ ୫୧ ଲକ୍ଷ ନାମମାତ୍ର, ଭୂମିହୀନ ଚାଷୀ ଓ ଛୋଟ ଚାଷୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କାର ସହାୟତା ଦିଆଯାଉଛି । 

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହ କାଳିଆ ଯୋଜନାର ହେବ ମିଶ୍ରଣ!

ଯଯାତି ମହାନ୍ତି, ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନା  ଓ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ମିଶ୍ରଣ ହୋଇପାରେ । ଏନେଇ ରାଜ୍ୟ ସରକାର ବିଚାର ବିମର୍ଷ କରୁଛନ୍ତି ବୋଲି ଜଣାପଡ଼ିଛି । ଖୁବ୍ ଶୀଘ୍ର ଏ ବାବଦରେ ନିଷ୍ପତି ନିଆଯିବ ବୋଲି ଚର୍ଚ୍ଚା ହେଉଛି । ବିରୋଧି ଦଳ ଏହାର ଇସାରା କରିଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

କାଳିଆ ଓ କିଷାନ ଯୋଜନା ମିଶିଲେ ରାଜ୍ୟ ସରକାରଙ୍କ ଆର୍ଥିକ ଲାଭ ହେବ । କାଳିଆ ଯୋଜନାରେ ୫୧ ଲକ୍ଷ ନାମମାତ୍ର, ଭୂମିହୀନ ଚାଷୀ ଓ ଛୋଟ ଚାଷୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କାର ସହାୟତା ଦିଆଯାଉଛି । ଏବଂ ପିଏମ୍-କିଷାନ ଯୋଜନାରେ ରାଜ୍ୟର ୨୯ଲକ୍ଷ ଲୋକଙ୍କୁ ବର୍ଷକୁ ୬ ହଜାର ଟଙ୍କାର ସହାୟତା ମିଳୁଛି । 

ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଦୁଇ ଯୋଜନାର ମିଶ୍ରଣ ହେଲେ ୨୯ ଲକ୍ଷ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କୁ ଠାରୁ ୬ ହଜାର ଟଙ୍କାର ସହାୟତା ମିଳିବା ସାଙ୍ଗକୁ ରାଜ୍ୟ ସରକାର ଆଉ ୪ ହଜାର ଟଙ୍କା ଦେବେ । ବଳକା ୨୧ ଲକ୍ଷ ଚାଷୀଙ୍କୁ ରାଜ୍ୟ ସରକାର ନିଜସ୍ୱ ଅର୍ଥରୁ ବର୍ଷକୁ ୧୦ ହଜାର ଟଙ୍କା ଦେବାର ବ୍ୟବସ୍ଥା କରିବେ । କିଷାନ ଓ କାଳିଆ ଯୋଜନାର ମିଶ୍ରଣ ହେଲେ ରାଜ୍ୟ ସରକାରଙ୍କ ତହବିଲରୁ ପ୍ରାୟ ୧୭୪୦ କୋଟି ଟଙ୍କା ସଞ୍ଚୟ ହୋଇପାରିବ । ଖୁବ୍ ଶୀଘ୍ର ରାଜ୍ୟ ସରକାର ଏନେଇ ଚୁଡ଼ାନ୍ତ ନିଷ୍ପତି ନେବେ ବୋଲି ଜଣାପଡ଼ିଛି ।