ଓଡିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ସୋ-ଟାଇମ୍ -୨୦୨୦ ଘୋଷଣା : ମିହିର ଦାସଙ୍କୁ ମିଳିବ ଏହି ସମ୍ମାନ
ଉଇନିଙ୍ଗ ସ୍ପୋର୍ଟିଙ୍ଗ ପକ୍ଷରୁ ପୁରୀ ବେଳାଭୂମିରେ ଆୟୋଜିତ ହେବାକୁ ଥିବା ସିନେମା ଜଗତର ଏହି ମେଗା ଇଭେଣ୍ଟରେ ଓଡିଆ ଚଳଚିତ୍ର ଏବଂ ଧାରାବାହିକ ଜଗତର କଳାକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ।
Trending Photos

ମଳୟ ମହାନ୍ତି, ଭୁବନେଶ୍ୱର: ଆସନ୍ତାବର୍ଷ ଫେବୃଆରୀ ମାସରେ ୧୫ ତମ ଓଡିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ସୋ-ଟାଇମ୍ -୨୦୨୦ ପୁରୀରେ ଆୟୋଜିତ ହେବ। ଉଇନିଙ୍ଗ ସ୍ପୋର୍ଟିଙ୍ଗ ପକ୍ଷରୁ ପୁରୀ ବେଳାଭୂମିରେ ଆୟୋଜିତ ହେବାକୁ ଥିବା ସିନେମା ଜଗତର ଏହି ମେଗା ଇଭେଣ୍ଟରେ ଓଡିଆ ଚଳଚିତ୍ର ଏବଂ ଧାରାବାହିକ ଜଗତର କଳାକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ।
ସମ୍ମାନ ଉତ୍ସବରେ ଅଭିନୟ କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ମିହିର ଦାସଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯିବା ସହ ସିଦ୍ଧାନ୍ତ ମହାପାତ୍ରଙ୍କୁ ସିନେମା ଗୌରବ ସମ୍ମାନ ପ୍ରଦାନ କରାଯିବ । ଏଥିସହିତ ଚଳଚିତ୍ର, ଦୂରଦର୍ଶନ, ଆଲବମ, ଧାରାବାହିକ ଏବଂ ଗଣମାଧ୍ୟମରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ । ଉତ୍ସବରେ ଖ୍ୟାତନାମା କଳାକାରଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ମର୍ଡନ ଡ୍ୟାନ୍ସ , ଫ୍ୟାସନ ଶୋ ଏବଂ ସଂଗୀତ କାର୍ଯ୍ୟ ପରିବେଷିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
More Stories