close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆହାର କେନ୍ଦ୍ରରେ ଭୋଜନ କଲେ ମନ୍ତ୍ରୀ ଅରୁଣ ସାହୁ

ଖାଦ୍ୟର ମାନ ପରୀକ୍ଷା କରିବା ସହିତ ନିଜେ ଖାଦ୍ୟ ଖାଇଛନ୍ତି ମନ୍ତ୍ରୀ ଅରୁଣ ସାହୁ

ଆହାର କେନ୍ଦ୍ରରେ ଭୋଜନ କଲେ ମନ୍ତ୍ରୀ ଅରୁଣ ସାହୁ
ଅରୁଣ ସାହୁ

ଶାନ୍ତ ସ୍ୱରୂପ, ଭୁବନେଶ୍ୱର: ସବୁବେଳେ ଚର୍ଚ୍ଚାରେ ରହୁଥିବା କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଜି ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବୁଧବାର ଭୁବନେଶ୍ୱରରୁ ନୟାଗଡ଼ ଟ୍ରେନ ଯୋଗେ ଯାତ୍ରା କରି ଖୁବ ଚର୍ଚ୍ଚା ସାଉଁଟିଥିଲେ ମନ୍ତ୍ରୀ ଅରୁଣ ସାହୁ । ଆଜି ପୁଣି ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ ପରି ମଧ୍ୟାହ୍ନ ଭୋଜନ ଖାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଶ୍ରୀଯୁକ୍ତ ସାହୁ । ଓଡ଼ଗାଁ ଆହାର କେନ୍ଦ୍ରଠାରେ ଖାଦ୍ୟର ମାନ ପରୀକ୍ଷଣ କରିବା ସହିତ ନିଜେ ୫ ଟଙ୍କା ଦେଇ ଟିକେଟ କରି ଭୋଜନ କଲେ ମନ୍ତ୍ରୀ । ମନ୍ତ୍ରୀଙ୍କ ଭୋଜନ ବେଳର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । 

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମନ୍ତ୍ରୀଙ୍କୁ ନିର୍ଦ୍ଧେଷ ଦେଇଥିଲେ ନିଜେ ଆହାର କେନ୍ଦ୍ରକୁ ଯାଇ ଖାଦ୍ୟର ମାନ ଯାଞ୍ଚ କରିବା ସହିତ ଭୋଜନ ମଧ୍ୟ କରିବା ପାଇଁ । ଆଉ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଷ କ୍ରମେ ଅରୁଣ ସାହୁ ଖାଦ୍ୟର ମାନ ଯାଞ୍ଚ କରିବା ସହିତ ନିଜେ ମଧ୍ୟ ଭୋଜନ କରିଛନ୍ତି । ମନ୍ତ୍ରୀଙ୍କ ଏହି ସବୁ ଫଟୋ ଏବେ ସୋସିାଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।