close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆସନ୍ତାକାଲି ବସିବ ମନ୍ତ୍ରୀ ପରିଷଦ ବୈଠକ ; ଅତିରିକ୍ତ ବଜେଟକୁ ମିଳିବ ଅନୁମୋଦନ

ଏହା ସହ ଅତିରିକ୍ତ ବଜେଟରେ କେଉଁ ବିଭାଗକୁ କେଉଁ ପ୍ରକଳ୍ପ ପାଇଁ କେତେ ଅର୍ଥ ବ୍ୟୟ ବରାଦ କରାଯିବ, ସେ ବାବଦରେ ମଧ୍ୟ ବୈଠକରେ ଆଲୋଚନା ହେବ । ମୂଳ ବଜେଟରେ ଏକ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଆସିଥିଲା । ବଜେଟ ଅର୍ଥ କିପରି ଖର୍ଚ୍ଚ ହେଉଛି ଏବଂ କେତେ ରାଜସ୍ୱ  ଆଦାୟ ହୋଇଛି, ତାର ସମୀକ୍ଷା କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ କରିଥିଲେ ।

ଆସନ୍ତାକାଲି ବସିବ ମନ୍ତ୍ରୀ ପରିଷଦ ବୈଠକ ; ଅତିରିକ୍ତ ବଜେଟକୁ ମିଳିବ ଅନୁମୋଦନ

ଯଯାତି ମହାନ୍ତି, ଭୁବନେଶ୍ୱର: ଆସନ୍ତାକାଲି ଲୋକସେବା ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପରିଷଦ ବୈଠକ । ବୈଠକରେ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିବ । ନଭେମ୍ବର ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନରେ ଆସିବ ଅତିରିକ୍ତ ବଜେଟ । ଏହା ପୂର୍ବରୁ ମନ୍ତ୍ରୀ ପରିଷଦର ଅନୁମୋଦନ ଆବଶ୍ୟକ ଥିବାରୁ କାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏହା ସହ ଅତିରିକ୍ତ ବଜେଟରେ କେଉଁ ବିଭାଗକୁ କେଉଁ ପ୍ରକଳ୍ପ ପାଇଁ କେତେ ଅର୍ଥ ବ୍ୟୟ ବରାଦ କରାଯିବ, ସେ ବାବଦରେ ମଧ୍ୟ ବୈଠକରେ ଆଲୋଚନା ହେବ । ମୂଳ ବଜେଟରେ ଏକ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଆସିଥିଲା । ବଜେଟ ଅର୍ଥ କିପରି ଖର୍ଚ୍ଚ ହେଉଛି ଏବଂ କେତେ ରାଜସ୍ୱ  ଆଦାୟ ହୋଇଛି, ତାର ସମୀକ୍ଷା କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ କରିଥିଲେ ।
 ନଭେମ୍ବର ୧୩ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ  ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପନ କରିବେ । ମୂଳ ବଜେଟ ୧ଲକ୍ଷ ୩୯ହଜାର କୋଟି ଟଙ୍କା ଥିଲା । ଯେତେତୁ ଏଥର ଭଲ ରାଜସ୍ୱ ଆଦାୟ ହୋଇଛି ଏବଂ ବଜେଟରେ ବିଭିନ୍ନ ବିଭାଗକୁ ବ୍ୟୟ ବରାଦ ହୋଇଥିବା ଅର୍ଥ ମଧ୍ୟ ସନ୍ତୋଷଜନକ ଖର୍ଚ୍ଚ ହୋଇଛି । ତେଣୁ ଏଥର ଅତିରିକ୍ତ ବଜେଟ ପରିମାଣ ଗତବର୍ଷଠାରୁ ଅଧିକ ହେବାର ଆଶା ରଖାଯାଇଛି । ଅତିରିକ୍ତ ବଜେଟର ରୂପରେଖ ମନ୍ତ୍ରୀ ପରିଷଦର ଅନୁମୋଦନ ଆବଶ୍ୟକତା ଥିବାରୁ ଆସନ୍ତାକାଲି ଲୋକେସବା ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । 
ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟ ରାଜସ୍ୱ ସଂଗ୍ରହରେ ୮.୧୦% ବୃଦ୍ଧି ହୋଇଛି । ଖଣି ଓ ଜଳକର କ୍ଷେତ୍ରରେ ଆଖିଦୃଶିଆ ଅଗ୍ରଗତି ହୋଇଛି । ବଜେଟ ବିନିଯୋଗ ମଧ୍ୟ ୯.୧୫ପ୍ରତିଶତ ବୃଦ୍ଧି ପାଇଛି । ଆଗକୁ ଏହି ଧାରା ଜାରି ରଖିବା ସହ ବଜେଟରେ ବ୍ୟୟବରାଦ ହୋଇଥିବା ଅର୍ଥକୁ ଠିକ୍ ସମୟରେ ଖର୍ଚ୍ଚ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ବିଭିନ୍ନ ବିଭାଗର ଖର୍ଚ୍ଚକୁ ଦେଖି ନଭେମ୍ବର ୧୩ ତାରିଖରେ ଆସିବାକୁ ଥିବା ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବଜେଟରେ ବ୍ୟୟବରାଦ ହେବ । ଖଣି ରାଜସ୍ୱ ଆଦାୟରେ ୧୪ ପ୍ରତିଶତ, ଜଳକର ବାବଦରେ ୪୬ ପ୍ରତିଶତ, ନିଜସ୍ୱ ଟିକସ କ୍ଷେତ୍ରରେ ୭.୧୬ ପ୍ରତିଶତ ବୃଦ୍ଧି ହୋଇଛି । ନିଜସ୍ୱ ଟିକସକୁ ମିଶାଇ ସେପ୍ଟେମ୍ବର ଶେଷ ସୁଦ୍ଧା ୧୫ହଜାର କୋଟି ଟଙ୍କା ଆଦାୟ ହୋଇଛି । ସେହିପରି ବଜେଟ ବିନିଯୋଗରେ ମଧ୍ୟ ୯.୧୫ ପ୍ରତିଶତ ବୃଦ୍ଧି ହୋଇଛି । ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରାୟ ୪୬ହଜାର ୮୧୯କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ଠିକ୍ ସମୟରେ ବଜେଟ ଅର୍ଥକୁ ଖର୍ଚ୍ଚ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଡ଼ିସେମ୍ବର ସୁଦ୍ଧା ବଜେଟ ପରିମାଣର ସର୍ବନିମ୍ନ ୬୦ପ୍ରତିଶତ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ-ଏପ୍ରିଲ-ମେ ମାସରେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ବିଭିନ୍ନ ବ୍ୟୟ ବରାଦ ହୋଇଥିବା ଅର୍ଥ ଖର୍ଚ୍ଚ ହୋଇପାରିନଥିଲା  ଏବେ ଏହାକୁ ଅଧିକ ତ୍ୱରାନିତ କରିବାକୁ ମୁଖ୍ୟ ସଚିବ ସବୁ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

Tags: