ରାଜଧାନୀରେ 'ବେଣା ପସାରା'
Advertisement

ରାଜଧାନୀରେ 'ବେଣା ପସାରା'

ବେଣାରୁ ଜାତ ସାମଗ୍ରୀର ପସରା । ରାଜଧାନୀରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ପ୍ରସ୍ତୁତ ସାମଗ୍ରୀର ସମ୍ଭାର । ମିଶନ ଶକ୍ତି ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟରେ ପ୍ରଥମ ଥର ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ନେଇ ଆୟୋଜିତ ହୋଇଥିବା ‘ମିଶନ ଶକ୍ତି ମେଳା’ରେ ଦେଖିବାକୁ ମିଳିଛି ଏପରି କିଛି ସାମଗ୍ରୀର ଝଲକ । 

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର : ବେଣାରୁ ଜାତ ସାମଗ୍ରୀର ପସରା । ରାଜଧାନୀରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ପ୍ରସ୍ତୁତ ସାମଗ୍ରୀର ସମ୍ଭାର । ମିଶନ ଶକ୍ତି ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟରେ ପ୍ରଥମ ଥର ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ନେଇ ଆୟୋଜିତ ହୋଇଥିବା ‘ମିଶନ ଶକ୍ତି ମେଳା’ରେ ଦେଖିବାକୁ ମିଳିଛି ଏପରି କିଛି ସାମଗ୍ରୀର ଝଲକ । ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି ମେଳାରେ ୨୧୩ଟି ଷ୍ଟଲରେ ସେମାନଙ୍କ ଦ୍ୱାରା ଉତ୍ପାଦ ହସ୍ତଶିଳ୍ପ, ହସ୍ତତନ୍ତ, ଜଙ୍ଗଲ ଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା, ଅଣକୃଷି ଜାତୀୟ ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି । ତେବେ ‘ବେଣା ଚେର’ ବା ଗୋଲଡେନ୍ ଗ୍ରାସକୁ ନେଇ ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ମହିଳାମାନେ ପ୍ରସ୍ତୁତ କରିଛନ୍ତି ନାନା ସାଜସଜ୍ଜା ଓ ଆକର୍ଷଣୀୟ ସାମଗ୍ରୀ ।

ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁରରୁ ଆସିଥିବା ୪ ଟି ସ୍ୱୟଂ ସହାୟକ ଗୋଷ୍ଠୀ ବେଣା ବା କାଇଁଶକୁ ନେଇ ତିଆରି କରିଛନ୍ତି ନାନା ସାମଗ୍ରୀ । ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗର ଟୋପି, ଡାଲା, ବକ୍ସ, ଟ୍ରେ, ୱାଲ୍ ଡ୍ରପ୍, ଲ୍ୟାମ୍ପ, ଚାବି ରିଙ୍ଗ୍, ଠାକୁରଙ୍କ ଖଟୁଲି, ଫୁଲ ଚାଙ୍ଗୁଡି, ଡାଇନିଂ ମ୍ୟାଟ୍ ଗ୍ରହକଙ୍କୁ ବେଶ ଆକର୍ଷିତ କରୁଛି । ଆହୁରି ମଧ୍ୟ କ୍ୟାପ, ମୋବାଇଲ ଓ ପେନ୍ ଷ୍ଟାଣ୍ଡ, ଗହଣା ବକ୍ସ, ଭ୍ୟାନିଟି ଆଦି ଭଳି ଭଳିକି ବ୍ୟବହୃତ ଘରକରଣା ସାଜସଜ୍ଜା ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ ଚାଲିଛି । 

fallback

ବିଭିନ୍ନ ଗୋଚର ଜମିରେ ହେଉଥିବା ଏହି ବେଣା ଘାସ ବା ଚେରକୁ ଗୋଷ୍ଠୀର ମହିଳା ମାନେ ସଂଗ୍ରହ କରିଥାନ୍ତି । ଯାହାକୁ ପରବର୍ତ୍ତୀ ମୁହୂର୍ତ୍ତରେ ବିଭିନ୍ନ ଆକାରରେ ଆବଶ୍ୟକ ଅନୁଯାଇ ରଙ୍ଗବେରଙ୍ଗ ଓ ସୂତା ମିଶାଇ ବିଭିନ୍ନ ପ୍ରସ୍ତୁତ କରିଥାନ୍ତି ଏବଂ ବିଭିନ୍ନ ମେଳା ମହୋସ୍ତ୍ରବରେ ବିକ୍ରି କରିଥାନ୍ତି । ଏଥାପାଇଁ ସେମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ମଧ୍ୟ ଦିଆଯାଉଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କହିଛନ୍ତି । 

ଏହି ମେଳା ଗତ ୫ ତାରିଖରୁ ଉଦଘାଟନ ହୋଇଥିବା ବେଳେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ  ଚାଲିବ । ପ୍ରତ୍ୟହ ପୂର୍ବାହ୍ନ ୧୧ଟାରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ଯେଉଁଥିରେ ୩୦ଜିଲ୍ଲାରୁ ୨୫୧ଟି ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗ ଦେଇ ୨୦୦ ପ୍ରକାରର ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି ।

ଆହୁରି ପଢନ୍ତୁ; ଓଡିଶା ଗସ୍ତରେ ପୁରୁଣା ବନ୍ଧୁଙ୍କୁ ଭେଟିଲେ ରାଷ୍ଟ୍ରପତି