Advertisement
Article Detail0/zeeodisha/odisha865203

ପ୍ରତି ବ୍ଲକରେ ଖୋଲିବ ମିଶନ ଶକ୍ତି କାର୍ଯ୍ୟାଳୟ

ମିଶନ ଶକ୍ତି ଜରିଆରେ ମହିଳାଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ହେଉଛି। ଯାହା ମହିଳାଙ୍କୁ ସ୍ଵାବଲମ୍ବୀ କରିବ ବୋଲି ବିଭାଗୀୟ ମନ୍ତ୍ରୀ ଆଜି ବିଧାନସଭାରେ କହିଛନ୍ତି।

ଫାଇଲ ଫଟୋ
ଫାଇଲ ଫଟୋ

ଭୁବନେଶ୍ୱର: ରାଜ୍ୟର ପ୍ରତି ବ୍ଲକରେ ଖୋଲିବ ମିଶନ ଶକ୍ତି କାର୍ଯ୍ୟାଳୟ। ପ୍ରତି ଗୃହ ନିର୍ମାଣରେ ବ୍ୟୟ ହେବ ୫୦ ଲକ୍ଷ। ମିଶନ ଶକ୍ତି ଜରିଆରେ ମହିଳାଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ହେଉଛି। ଯାହା ମହିଳାଙ୍କୁ ସ୍ଵାବଲମ୍ବୀ କରିବ ବୋଲି ବିଭାଗୀୟ ମନ୍ତ୍ରୀ ଆଜି ବିଧାନସଭାରେ କହିଛନ୍ତି।

ବିଧାୟକ ରମେଶ ବେହେରା (MLA Ramesh Behera) ଙ୍କ ପ୍ରଶ୍ନର ଦେଇ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ (Tukuni Sahu) କହିଛନ୍ତି ଯେ, ରାଜ୍ୟରେ ୬ ଲକ୍ଷ ୨, ୦୧୩ ମହିଳା SHG ଗଠନ ହୋଇଛି। ଯେଉଁଥିରେ ୭୦ ଲକ୍ଷ ୧୦ ଜଣ ମହିଳାଙ୍କୁ ସାମିଲ୍ କରାଯାଇଛି। ମହିଳାଙ୍କ ଅର୍ଥନୈତିକ ବିକାଶ (Financial Development) ଓ ସାମାଜିକ ସୁରକ୍ଷା (Social Security) କୁ ନବୀନ ସରକାର ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ମହିଳାଙ୍କ ଦକ୍ଷତା ବୃଦ୍ଧି ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି।

Also Read: କୋରୋନା ଆତଙ୍କ; ଗଞ୍ଜାମବାସୀଙ୍କ ଚିନ୍ତା ବଢାଇଲା ପ୍ରବାସୀଙ୍କ ଘର ବାହୁଡା

Add Zee News as a Preferred Source

SHG ଗ୍ରୁପ୍ ଜରିଆରେ ମହିଳାଙ୍କୁ ଆର୍ଥିକ ସହାୟତା (Financial Assitance) ପ୍ରଦାନ କରାଯାଉଛି। ୩୩୮ ଗୋଟି ମହାସଂଘଙ୍କୁ ୨୫ ଲକ୍ଷ ଟଙ୍କା ଦିଆଯାଇଛି। ସିଡ୍ ମନି ନିମନ୍ତେ SHGଙ୍କୁ ୧୫ ହଜାର ଟଙ୍କା ଓ ଡିଜିଟାଲ୍ ଶଶକ୍ତିକରଣ ପାଇଁ ୩ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଉଛି। ମହିଳା SHGକୁ ମିଶନ ଶକ୍ତି ଋଣ ଦିଆଯାଇଛି। ଚଳିତବର୍ଷରେ ୨ ଲକ୍ଷ ୨୪, ୬୨୮ ଗୋଷ୍ଠୀକୁ ୩, ୭୮୯ କୋଟି ୯୦ ଲକ୍ଷ ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି ବୋଲି ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି  (Mission Shakti) ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ଦେଇଛନ୍ତି।

 

 

About the Author