ଅନୁପ ସାଏ ଗିରଫ, ଗୁମର ଖୋଲିଲା ଛତିଶଗଡ଼ ପୋଲିସ

ବହୁ ଚର୍ଚ୍ଚିତ ୨୦୧୬ ମସିହାରେ ହୋଇଥିବା ହତ୍ୟା କାଣ୍ଡରେ ଛତିଶଗଡ଼ ପୋଲିସ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଛି. ଏହା ସହିତ ହତ୍ୟା ଅଭିଯୋଗରେ ଛତିଶଗଡ଼ ପୋଲିସ ଦ୍ୱାରା ଅନୁପ ସାଏ ଗିରଫ ମାମଲା ଉପରୁ ହଟିଛି ପରଦା । ଛତିଶଗଡ଼ରେ ମା, ଝିଅଙ୍କୁ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ସ୍ୱିକାର କରିଛନ୍ତି ଅନୁପ । 

ଅନୁପ ସାଏ ଗିରଫ, ଗୁମର ଖୋଲିଲା ଛତିଶଗଡ଼ ପୋଲିସ

ରାୟଗଡ଼: ବହୁ ଚର୍ଚ୍ଚିତ ୨୦୧୬ ମସିହାରେ ହୋଇଥିବା ହତ୍ୟା କାଣ୍ଡରେ ଛତିଶଗଡ଼ ପୋଲିସ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଛି. ଏହା ସହିତ ହତ୍ୟା ଅଭିଯୋଗରେ ଛତିଶଗଡ଼ ପୋଲିସ ଦ୍ୱାରା ଅନୁପ ସାଏ ଗିରଫ ମାମଲା ଉପରୁ ହଟିଛି ପରଦା । ଛତିଶଗଡ଼ରେ ମା, ଝିଅଙ୍କୁ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ସ୍ୱିକାର କରିଛନ୍ତି ଅନୁପ । 

ଜଙ୍ଗଲ ରାସ୍ତାରେ ଲୁହା ରଡରେ ୨ ଜଣଙ୍କୁ ହତ୍ୟା କରି ଗାଡ଼ି ଚଢ଼ାଇ ଦେଇଥିବା ମାନିଛନ୍ତି । ଯେଉଁଥିରେ ତାଙ୍କ ଡ୍ରାଇଭର୍ ବର୍ମନ ଟପ୍ପୋ ମଧ୍ୟ ସାମିଲ ଥିଲା । ତେବେ ଏହି ଘଟଣାର ଖୁଲାସା କରି ରାୟଗଡ଼ ଏସପି କହିଛନ୍ତି, ମୃତକ କଳ୍ପନା ଦାସ ୨୦୦୫ ମସିହାରେ ତାଙ୍କ ସ୍ୱାମୀଙ୍କୁ ଛାତ୍ରପତ୍ର ଦେଇଥିଲେ । ଏହାପରେ ନାବାଳିକା ଝିଅକୁ ନେଇ ଅନୁପଙ୍କ ପାଖକୁ ଯାଇଥିଲେ, ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । 

୨୦୧୧ରୁ ୨୦୧୬  ପର୍ଯ୍ୟନ୍ତ ଉଭୟ ଲିଭଇନରେ ରହୁଥିଲେ । ଏପରି ୫ବର୍ଷ ରହିବା ପରେ କଳ୍ପନା ବିବାହ କରିବାକୁ କହିଥିଲେ ।  ନିଜ ପରିବାର ଥିବାରୁ ଅନୁପ, କଳ୍ପନାଙ୍କୁ ବାହା ହେବାକୁ ମନା କରିବାକୁ ଝଡ଼ ସୃଷ୍ଟି ହୋଇଥିଲା । ଯାହାକୁ ନେଇ କଳ୍ପନାଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ ଅନୁପ । ଏସବୁ ପରେ ବିବାହ କରିବାକୁ କହି ଜଙ୍ଗଲ ରାସ୍ତାରେ ଲୁହା ରଡ୍ ରେ ୨ ଜଣଙ୍କୁ ହତ୍ୟା କରି ତାଙ୍କ ଉପରେ ବୋଲେରୋ ଚଢ଼ାଇ ଦେଇଥିଲେ । ।

ରାୟଗଡ଼ ଏସପିଙ୍କ କହିବା କଥା, ଜଙ୍ଗଲରୁ ମୃତଦେହ ଉଦ୍ଧାରର ପ୍ରାୟ ବର୍ଷେ ପରେ ପରିଚୟ ମିଳିଥିଲା । ଏହାପରେ ୬ ରାଜ୍ୟ, ୭ଶହ ଲୋକଙ୍କୁ ଜେରା କରାଯାଇଛି । ଅନୁପଙ୍କ ମୋବାଇଲ କଲ୍ ରେକର୍ଡ ଯାଞ୍ଚରୁ ବହୁ ତଥ୍ୟ ମିଳିଥିଲା । ଅନୁପ ସେତେବେଳେ ଯେଉଁ ନମ୍ବର ବ୍ୟବହାର କରୁଥିଲେ, ଏବେ ବି ରଖିଛନ୍ତି । ଏବେ ଅନୁପଙ୍କ ନାର୍କୋ ଟେଷ୍ଟ କରାଯିବାକୁ ଆବେଦନ କରାଯିବ । ତେବେ ପଚରାଉଚରା ପରେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ଅନୁପ ସାଏ ।

୨୦୧୬ମେ ମାସରେ ମା, ଝିଅଙ୍କୁ ବିଭତ୍ସ ହତ୍ୟା କରାଯାଇ ଜଙ୍ଗଲରେ ଫିଙ୍ଗା ଯାଇଥିଲା । ପରେ ଛତିଶଗଡ଼ ପୋଲିସ ମୃତଦେହ ଉଦ୍ଧାର କରିବା ପରେ ଅନୁସନ୍ଧାନ ଚଳାଇଥିଲା । ଏବଂ ହତ୍ୟା ସମ୍ପର୍କରେ ଗୁପ୍ତ ତଥ୍ୟ ଜାଣିବା ପରେ ଚଳାଇଥିଲା ତଦନ୍ତ ।

ନିର୍ବାଚନ କ୍ଷେତ୍ରରେ ସୁପ୍ରିମକୋର୍ଟ ପୂର୍ବରୁ ମଧ୍ୟ ଗୋଟିଏ ନିୟମ ଜାରି କରିଥିଲେ । ସେହି ମୁତାବକ କୌଣସି ରାଜନେତା ଦୋଷୀ ସାବ୍ୟସ୍ତ ହେଲେ,  ଦେଶର କୌଣସି ପ୍ରକାରର ନିର୍ବାଚନ ଲଢ଼ିପାରିବେ ନାହିଁ । ଏହି ଆଇନ ଲାଗୁ ପରେ ଜେଲରେ ନ ଥିଲେ ସୁଦ୍ଧା, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ୨୦୧୪ ନିର୍ବାଚନ ଲଢ଼ିପାରି ନ ଥିଲେ ଆପଣ ଜାଣିଥିବେ । ତେବେ ଦେଶରେ ଏମିତି ବି କିଛି ଦଳ ରହିଛି, ଯିଏ ଆପରାଧିକ ମାମଲାରେ ସମ୍ପୃକ୍ତ ନେତାଙ୍କ ବିରୋଧରେ ଫଟାଫଟ୍ ଆକ୍ସନ ନେଇଛନ୍ତି ।ଯେମିତି ଓଡ଼ିଶାର ବିଜୁ ଜନତା ଦଳ । ଚିଟଫଣ୍ଡ କେସ୍ ହେଉ କି ଅନ୍ୟ ସଙ୍ଗିନ ମାମଲା, କେହି ବିଧାୟକ କି ଦଳୀୟ ନେତାଙ୍କ ସମ୍ପୃକ୍ତି କଥା ପଦାକୁ ଆସିଲେ ଦଳ ତୁରନ୍ତ ସେ ନେତାଙ୍କୁ କାଢ଼ିଦେଇଛି ।ତାହାର ସଦ୍ୟ ଉଦାହରଣ ହେଉଛନ୍ତି ପୂର୍ବତନ ବିଧାୟକ ଅନୁପ ସାଏ ।