ଗଡ଼ିଲା 'ମୋ ବସ୍', ଆଗାମୀ ଦିନରେ ଡିଜିଟାଲ ଟିକେଟ ବୁକିଙ୍ଗ ବ୍ୟବସ୍ଥା
Advertisement
Article Detail0/zeeodisha/odisha686734

ଗଡ଼ିଲା 'ମୋ ବସ୍', ଆଗାମୀ ଦିନରେ ଡିଜିଟାଲ ଟିକେଟ ବୁକିଙ୍ଗ ବ୍ୟବସ୍ଥା

ନୋ ମାସ୍କ ନୋ ଏଣ୍ଟ୍ରି ।

ଗଡ଼ିଲା 'ମୋ ବସ୍', ଆଗାମୀ ଦିନରେ ଡିଜିଟାଲ ଟିକେଟ ବୁକିଙ୍ଗ ବ୍ୟବସ୍ଥା

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଗଡିଲା 'ମୋ ବସ୍' । ରାଜ୍ୟରେ କୋରୋନା କଟକଣା ଭିତରେ ଆରମ୍ଭ ହୋଇଛି ଏହି ସେବା । ଗୋଟିଏ ପଟେ ଘରୋଇ ବସ୍ ଚାଲିବାକୁ ନେଇ ଏଯାଏଁ ସଠିକ୍ ନିଷ୍ପତ୍ତି ହୋଇ ନ ଥିବା ବେଳେ, ଅନ୍ୟପଟେ ଆଜିଠୁ ସ୍ୱାଭାବିକ ହୋଇଛି 'ମୋ ବସ୍' ସେବା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ପରିଚାଳିତ ଏହି ସେବା ପ୍ରାରମ୍ଭିକ ପର୍ଯ୍ୟାୟରେ ୭ଟି ରୁଟରେ ଆରମ୍ଭ ହୋଇଛି । ତେବେ କୋଭିଡ୍ ୧୯ ଗାଇଡଲାଇନ ପାଳନ ସହ ବିନା ମାସ୍କରେ ଯାତ୍ରା ବାରଣ କରାଯାଇଛି ।

ଗଡିଲା 'ମୋ ବସ୍', ବଦଳିଲା ନିୟମ । ନୋ ମାସ୍କ ନୋ ଏଣ୍ଟ୍ରି । ଦୀର୍ଘ ୨ ମାସ ହେଲା ସ୍ଥଗିତ ଥିବା ମୋ ବସ୍ ସେବା ସ୍ୱାଭାବିକ ହୋଇଛି । କୋରୋନା କଟକଣା ଭିତରେ କଳା ପିଚୁରେ ଗଡିଛି ସବୁଜ ବସ୍ । ଏହି ସେବା ସକାଳ ୭ ଟାରୁ ସଂଧ୍ୟା ୭ ଟା ଯାଏଁ ଜାରି ରହିବ । ପୂର୍ବରୁ ପ୍ରଚଳିତ ସ୍ମାର୍ଟ ସିଟି ଭୁବନେଶ୍ୱର, ଖୋର୍ଦ୍ଧା ଓ କଟକରେ ଏହି ସେବା ଆରମ୍ଭ ହୋଇଛି । 

ସେହିପରି ଯଦିଓ ଶତ ପ୍ରତିଶତ ସିଟରେ ଯାତ୍ରା କରିବା ପାଇଁ ଅନୁମତି ମିଳିଛି, ତେବେ ଛିଡ଼ା ହୋଇ ଯାତ୍ରା କରିବା ବାରଣ କରାଯାଇଛି । ଟିକେଟର ସଠିକ ମୂଲ୍ୟ ମୁତାବକ ଖୁଚୁରା ଦେବାକୁ କୁହାଯାଇଛି । ଆଗାମୀ ଦିନରେ ନନ୍ ଟଚକୁ ଗୁରତ୍ୱ ଦେଇ ଡିଜିଟାଲରେ ଟିକେଟ୍ ବୁକିଙ୍ଗ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । 

ଅନ୍ୟପଟେ କୋରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ବସର କ୍ୟାପଟେନ ଓ ଗାଇଡମାନଙ୍କୁ ମାସ୍କ ଓ ଗ୍ଲୋଭସ୍ ବ୍ୟବହାର ଅନିର୍ବାର୍ଯ୍ୟ କରାଯାଇଛି । ଏହାସହ ନିୟମିତ ଭାବେ ବସକୁ ସାନିଟାଇଜ୍ କରାଯିବ । ତେବେ ଆଗାମୀ ଦିନରେ ବସ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି ।

;