• କାଲିଠୁ ଦିଲ୍ଲୀରେ ଖୋଲିବ ପାର୍କ ଓ ବାର
  • ରଥଯାତ୍ରା ନେଇ ଚୂଡାନ୍ତ ହୋଲା ନୀତି ନିର୍ଘଣ୍ଟ
  • ଜୁଲାଇ ୧୨ରେ ବିନା ଭକ୍ତରେ ହେବ ରଥଯାତ୍ରା
  • ସକାଳ ୮ଟା- ରଥ ପ୍ରତିଷ୍ଠା ସକାଳ ୮.୩୦- ପହଣ୍ଡି, ଅପରାହ୍‌ଣ ୨ଟା- ଛେରାପହଁରା ଓ ଅପରାହ୍‌ଣ ୩ଟା-ରଥଟଣା
  • ବିନା ଭକ୍ତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ହେବ ସ୍ନାନପୂର୍ଣ୍ଣିମା ନୀତି
  • ରାତି ୧ଟା- ପହଣ୍ତି, ସକାଳ ୯- ଜଳଲାଗି ଦିନ ୧୧ଟା- ଗଜାନନ ବେଶ ଓ ସନ୍ଧ୍ୟା ୫ଟା- ବାହୁଡା ପହଣ୍ତି
  • ଯାଜପୁର: ବ୍ରାହ୍ମଣୀ ନଦୀର ଶଙ୍କରାକୂଳ ଘାଟରେ ବୁଡି ଦୁଇ ଯୁବକ ମୃତ
  • ଆସନ୍ତାକାଲିଠୁ ରାଜ୍ୟରେ କ୍ୟାମ୍ପେନ ମୋଡରେ ଆରମ୍ଭ ହେବ ଟିକାକରଣ
  • ପ୍ରତ୍ୟେକ ଦିନ ୩ଲକ୍ଷ ଟିକାକରଣ କରିବା ପାଇଁ ଟାର୍ଗେଟ
  • ଅସହାୟ ଶିଶୁଙ୍କ ପାଇଁ ଆଶୀର୍ବାଦ ଯୋଜନା ଘୋଷଣା

ଲାଞ୍ଚୁଆଙ୍କ ପାଇଁ କାଳ 'ମୋ ସରକାର'

ସକ୍ରିୟ ହୋଇ ପଡ଼ିଛି ମୋ ସରକାର ଓ ୫ଟି ଯୋଜନା. ଫଳରେ ଏହା ଅଧିନରେ ଥିବା ବିଭାଗ ଗୁଡ଼ିକରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରୟାସ କରୁଛନ୍ତି ସରକାର. ବିଭିନ୍ନ ବିଭାଗ ସହିତ ସମ୍ପୃକ୍ତ ଥିବା ଲାଞ୍ଚୁଆ କିମ୍ବା ଠକ କର୍ମଚାରୀ ଅବା ରାଜନେତାମାନଙ୍କୁ ସଫେଇ ଆଭିଯାନ ଆରମ୍ଭ କରିଛନ୍ତି ସରକାର. 

ଲାଞ୍ଚୁଆଙ୍କ ପାଇଁ କାଳ 'ମୋ ସରକାର'
ଲାଞ୍ଚୁଆଙ୍କ ପାଇଁ କାଳ 'ମୋ ସରକାର'

ଭୁବନେଶ୍ୱର: ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରି ୩କୋଟିରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଜବତ ହୋଇଛି। ଏହି ଚଢାଉକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସରକାରୀ ବାବୁଙ୍କ ପରେ ଏବେ ନେତାଙ୍କ ପାଳି ପଡ଼ିଛି। ତା’ ପୁଣି ଶାସକ ଦଳର ନେତାଙ୍କ ଘରେ ଭିଜିଲାନ୍ସର ଚଢାଉ। ପରେ ସରକାରଙ୍କ ଦୁର୍ନୀତି ପ୍ରତି ଜିରୋ ଟଲେରାନ୍ସ ଆଭିମୁଖ୍ୟ ଆଉ ପାଦେ ଆଗକୁ ବଢିଛି । '୫ଟି' ଓ 'ମୋ ସରକାର' ଆସିବା ପରଠାରୁ ପ୍ରତିଦିନ କେହି ନା କେହି ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ଚତୁର୍ଥ ଶ୍ରେଣୀ କର୍ମଚାରୀଠାରୁ ଆରମ୍ଭ କରି ଆଇଏଏସ୍ ଅଧିକାରୀଙ୍କୁ ଧରୁଛି ଭିଜିଲାନ୍ସ। 

ସେପଟେ ଦୁର୍ନୀତି ରୋକିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି କଡ଼ା ପଦକ୍ଷେପ ଯୋଗୁଁ ଭାରତବର୍ଷରେ ଏକ ଭିନ୍ନ ପରିଚୟ ପାଇଛନ୍ତି ବୋଲି ଶାସକ ଦଳ କହିଛି। ସେପଟେ କଂଗ୍ରେସ କହିଛି, ବିଜେଡ଼ିରେ ଏଭଳି ଅନେକ ଅନାମ ନାୟକ ଅଛନ୍ତି ।

କେତେବେଳେ ଡାକ୍ତର ତ ପୁଣି କେତେବେଳେ ଇଂଜିନିୟର। କେତେବେଳେ କିରାଣୀ ତ ପୁଣି କେତେବେଳେ ଆଇଏଏସ୍ ଅଧିକାରୀ ପଡ଼ୁଛନ୍ତି ଭିଜିଲାନ୍ସ ଜାଲରେ । ଫରେଷ୍ଟ ରେଞ୍ଜରଙ୍କ ଠାରୁ ଆରମ୍ଭ କରି ଥାନାବାବୁ, ଦୁର୍ନୀତି କଲେ, ଲୋକଙ୍କ ଠାରୁ ଲାଞ୍ଚ ନେଲେ ମାଡ଼ି ବସୁଛି ଭିଜିଲାନ୍ସ । ନବୀନଙ୍କ ପଞ୍ଚମ ପାଳି ସରକାରରେ ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ବାସ୍ତବ ରୂପ ନେଉଛି । ସରକାରୀ ବାବୁଙ୍କ ପରେ ଏବେ ନଜର ପଡ଼ିଛି ନେତାଙ୍କ ଉପରେ । ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଶାସକ ବିଜେଡ଼ିର ପୂର୍ବତନ ବିଧାୟକ । 

ଭବନୀପାଟଣାର ପୂର୍ବତନ ବିଧାୟକ ଅନାମ ନାୟକଙ୍କ ଘରେ ହୋଇଛି ଚଢାଉ । ପ୍ରାଥମିକ ପର୍ଯ୍ୟାୟରେ ୩ କୋଟିରୁ ଅଧିକ ଟଙ୍କାର ବେହିସାବ ସମ୍ପତ୍ତି ସାମ୍ନାକୁ ଆସିଛି । ସରକାରୀ ଚାକିରିଆରୁ ରାଜନେତା ପାଲଟି ଥିବା ଅନାମ ଭିଜିଲାନ୍ସ କବଳରୁ ମଧ୍ୟ ମୁକୁଳି ପାରିନାହାନ୍ତି । ଏହାକୁ ବିଜେଡ଼ି ସ୍ୱାଗତ କରିଛି । ଯିଏ ହେଉନା କାହିଁକି, ଦୁର୍ନୀତି କଲେ ଦଣ୍ଡ ମିଳିବା ନିଶ୍ଚିତ ବୋଲି ବିଜେଡ଼ି କହିଛି । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶେଷତ୍ୱ ବୋଲି ବିଜେଡ଼ି ବିଧାୟକ କହିଛନ୍ତି ।

ପଞ୍ଚମ ପାଳି ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ଦୁର୍ନୀତି ବିରୋଧରେ ଜୋରଦାର କାର୍ଯ୍ୟନୁଷ୍ଠାନ ନେଉଛନ୍ତି । ବିଜେଡ଼ିରେ ଏବେ ବି ଅନେକ ଅନାମ ଅଛନ୍ତି ବୋଲି କଂଗ୍ରେସ କହିଛି । ସେମାନଙ୍କୁ ବାନ୍ଧିବା ସମୟ ଆସିଛି ବୋଲି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି । ଅନ୍ୟପଟେ ନବୀନଙ୍କ ସଫଳତାର ସବୁଠାରୁ ବଡ଼ ପୁଞ୍ଜି ହେଉଛି ସ୍ୱଚ୍ଛତା । ଦୁର୍ନୀତିର ଛାଇ ପଡ଼ିଲେ ବି କାର୍ଯ୍ୟାନୁଷ୍ଠାନ ନେବାକୁ ପଛାନ୍ତି ନାହିଁ ମୁଖ୍ୟମନ୍ତ୍ରୀ ନବୀନ । ତେଣୁ ଅନ୍ୟମାନଙ୍କୁ ସତର୍କ କରାଇବା ହେଉ କି ସ୍ୱଚ୍ଛତାର ଛାପକୁ ଆଗକୁ ବଢାଇବା ପାଇଁ ଏଥର ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଆଭିମୁଖ୍ୟକୁ କଡ଼ା କରିଛନ୍ତି । 

ପିସି କାରବାର ବନ୍ଦ କରିବାକୁ ଆହ୍ୱାନ ଦେଇଥିବା ନବୀନ ସରକାର କେବଳ ସରକାରୀ କର୍ମଚାରୀଙ୍କ ଉପରେ ନୁହେଁ, ବରଂ ରାଜନେତାଙ୍କ ଉପରେ ବି ନଜର ରଖିଛନ୍ତି ବୋଲି ଏକ ବାର୍ତ୍ତା ଦେବାକୁ ଚାହିଁଛନ୍ତି ବୋଲି ସମୀକ୍ଷକ ମତ ଦେଇଛନ୍ତି। ଭିଜିଲାନ୍ସ ଏବେ ଧରପଗଡ଼ ଅଭିଯାନକୁ ଜୋର୍‌ଦାର୍ କରିଛି । ପ୍ରତିଦିନ କିଏ ନା କିଏ ଭିଜିଲାନ୍ସ ବିଛାଇଥିବା ଜାଲରେ ଧରାପଡ଼ୁଛି । ଆଗକୁ କାହା ପାଳି ପଡ଼ୁଛି, ଏହି ଧରପଗଡ଼ ଅଭିଯାନ ଆଗକୁ କେଉଁ ମୋଡ଼ ନେଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି ।