close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଜାଣିଛନ୍ତି କି ? ୪-୧୦ ନଭେମ୍ବର ଯାଏ ବନ୍ଦ ରହିବ ମୋବାଇଲ ନମ୍ବର ପୋର୍ଟେବିଲିଟି

ଆଗାମୀ ୪ରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ମୋବାଇଲ ନମ୍ବର ପୋର୍ଟେବିଲିଟି ସେବା ବନ୍ଦ ରହିବ ବୋଲି ଟେଲିକମ ରେଗୁଲେଟର TRAI ପକ୍ଷରୁ ସୂଚନା

ଜାଣିଛନ୍ତି କି ? ୪-୧୦ ନଭେମ୍ବର ଯାଏ ବନ୍ଦ ରହିବ ମୋବାଇଲ ନମ୍ବର ପୋର୍ଟେବିଲିଟି
mobile number portability service will be stopped from 4th november to 10th november

ଅମିତ ମହାନ୍ତି, ଭୁବନେଶ୍ୱର:  ଆଗାମୀ ୪ରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ମୋବାଇଲ ନମ୍ବର ପୋର୍ଟେବିଲିଟି ସେବା ବନ୍ଦ ରହିବ ବୋଲି ଟେଲିକମ ରେଗୁଲେଟର TRAI ପକ୍ଷରୁ ସୂଚନା ଦିଆଯାଇଛି । ଏଥିପାଇଁ ଉପଭୋକ୍ତାମାନେ MNP ଅର୍ଥାତ ମୋବାଇଲ ନମ୍ବର ପୋର୍ଟେବିଲିଟି ପାଇଁ ଆବେଦନ କରିପାରିବେ ନାହିଁ । ଏହି ସେବାର ସରଳିକରଣ ପାଇଁ ନୂଆ ବ୍ୟବସ୍ଥା ଆପଣାଇବ TRAI। MNP ସେବା ଜରିଆରେ ଜଣେ ମୋବାଇଲ ଉପଭୋକ୍ତା ନିଜର ନମ୍ବରକୁ ନ ବଦଳାଇ ଅନ୍ୟ କମ୍ପାନୀର ସେବାକୁ ଆପଣାଇ ପାରିବ ।

ପିଟିଆଇ ଖବର ଅନୁଯାଇ, ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ ତଥା ଟ୍ରାଇର ଜଣେ ଅଧିକାରୀ ଏହା କହିଛନ୍ତି ଯେ, ନୂଆ ବ୍ୟବସ୍ଥା ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଏକ ସର୍ଭିସ ଏରିଆରେ ମୋବାଇଲ କମ୍ପାନୀ ବଦଳିବାକୁ ଆବେଦନ କରିଥାଏ, ତେବେ ଦିନକ ମଧ୍ୟରେ ହୋଇଥାଏ । ହେଲେ ଗୋଟିଏ ସର୍କଲରୁ ଅନ୍ୟ ସର୍କଲକୁ ଏହା ବଦଳିଲେ ଆବେଦନ ପାଇଁ ୫ ଦିନ ସମୟ ଲାଗିଥାଏ ।

ନୂଆ ମୋବାଇ ନମ୍ବର ପୋର୍ଟେବିଲିଟି ବ୍ୟବସ୍ଥାରେ ସମସ୍ତ ପ୍ରକ୍ରିୟା ସହଜ ହେବ । ନୂଆ ବ୍ୟବସ୍ଥା ଅନୁଯାୟୀ ପ୍ରକ୍ରିୟା ଶେଷ ହେବା ପାଇଁ କମ ସମୟ ଲାଗିବ । ଏବେ MNP ପାଇଁ ଆପଣଙ୍କୁ ୭ ଦିନର ସମୟ ଲାଗିଥାଏ । ତେବେ ସମସ୍ତ ଲାଇସେନ୍ସ ସର୍ଭିସ ଏରିଆରେ MNP ପାଇଁ ୬ ଦିନ ପର୍ଯ୍ୟନ୍ତ 'ନୋ ସର୍ଭିସ ପିରିୟଡ୍' ହେବ ।

ମୋବାଇଲ ନମ୍ବର ପୋର୍ଟେବିଲିଟି ପାଇଁ ୪ ନଭେମ୍ବର ୨୦୧୯ ସଂଧ୍ୟା ୬ଟାରୁ ନଭେମ୍ବର ୧୦ ଯାଏ ଆବେଦନ କରାଯାଇପାରିବ ନାହିଁ । ନୂଆ ବ୍ୟବସ୍ଥା ୧୧ ନଭେମ୍ବର ୨୦୧୯ରୁ ଲାଗୁ ହେବ । ତେବେ ଉପଭୋକ୍ତା ଚାହିଁଲେ ୟୁନିକ୍ ପୋର୍ଟିଂ କୋଡ୍ (UPC) ନଭେମ୍ବର ୪ , ସଂଧ୍ୟା ୬ଟା ସୁଦ୍ଧା ଜେନେରେଟ୍ କରି MNPପାଇଁ ଆବେଦନ କରିପାରିବେ ବୋଲି TRAI ପକ୍ଷରୁ ସୂଚନା ଦିଆଯାଇଛି ।

ମୋବାଇଲ ନମ୍ବର ପୋର୍ଟେବିଲିଟି ତଥା MNP,ଏମିତି ଏକ ସୁବିଧା, ଯାହା ଟେଲିକମ ସବସ୍କ୍ରାଇବର୍ସଙ୍କୁ ନିଜ ମୋବାଇଲ ନମ୍ବର ନ ବଦଳି ଦ୍ୱିତୀୟ ଟେଲିକମ୍ ଅପରେଟରକୁ ସ୍ୱିଚ୍ କରିପାରିବେ । ୨୦୧୮ ଜାନୁଆରୀରୁ ପୋର୍ଟିଂ ଚାର୍ଜ୍ ୧୯ ଟଙ୍କାରୁ ୪ ଟଙ୍କାକୁ କରାଯାଇଥିଲା