)
ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ହେଲା ମୌସୁମୀ । ୪୮ ଘଣ୍ଟାରେ ନାହିଁ ଭାରି ବର୍ଷା । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେ ଧିରେ ଦୁର୍ବଳ ହେଉଥିବା ବେଳେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ଦୁର୍ବଳ ହୋଇଛି । ତେବେ ଏହା ସଂଲଗ୍ନ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।
ଆସନ୍ତା ୪୮ ଘଣ୍ଟାରେ କୌଣସି ପ୍ରବଳ ବର୍ଷାର ସତର୍କ ସୂଚନା ନଥିବା ବେଳେ କେବଳ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ୯ ତାରିଖରୁ ପାଗରେ ପରିବର୍ତ୍ତନ ହେବା ସହ ବର୍ଷା ପରିମାଣ ବୃଦ୍ଧି ହେବା ନେଇ କିଛି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।