ଅକ୍ଟୋବର ୨୮ ସୁଦ୍ଧା ଦେଶରୁ ବାହୁଡିବ ମୌସୁମୀ!
Advertisement

ଅକ୍ଟୋବର ୨୮ ସୁଦ୍ଧା ଦେଶରୁ ବାହୁଡିବ ମୌସୁମୀ!

ସାରା ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ।

ଅକ୍ଟୋବର ୨୮ ସୁଦ୍ଧା ଦେଶରୁ ବାହୁଡିବ ମୌସୁମୀ!

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ବାହୁଡୁଛି ମୌସୁମୀ ବାୟୁ। ଆଉ ମାତ୍ର ରହିବ ୨୪ ଘଣ୍ଟା। ସରିଲା ମୌସୁମୀ ବର୍ଷା (Monsoon Rain)! ରାଜ୍ୟରେ ଜାରି ରହିଛି ଚଳିତ ଦକ୍ଷିଣ ପଶ୍ଚିମ ମୌସୁମୀ (South West Monsson) ବାୟୁ ପ୍ରତ୍ୟାହାର ପ୍ରକ୍ରିୟା। ଗତକାଲି ସୁଦ୍ଧା ଅଧା ଓଡିଶାରୁ ମୌସୁମୀ ବାୟୁ ପ୍ରତ୍ୟାହାର ହୋଇଥିବା ବେଳେ ଆଜି ବଳକା ସ୍ଥାନରୁ ଫେରୁଛି। ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୨୮ ତାରିଖ ବୁଧବାର ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବାକି ଅଂଶ ଏବଂ ସାରା ଦେଶରୁ ମୌସୁମୀ ବାୟୁ ଫେରିବା ନେଇ ପାଗ ଅନୂକୁଳ ଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Regional Metrological Centre)। 

ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ କୌଣସି ଭାରୀ କିମ୍ବା ହାଲକା ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇନାହିଁ। କୃଷକ ଓ ମସ୍ତ୍ରଜୀବୀଙ୍କୁ ପାଇଁ ମଧ୍ୟ କୌଣସି ସତର୍କ ସୂଚନା ଜାରି ହୋଇନାହିଁ। ସାରା ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଗତକାଲି ରାଜ୍ୟର କେବଳ ଦୁଇଟି ସ୍ଥାନ ଦାରିଙ୍ଗବାଡି (Daringbadi) ଏବଂ ସୁନ୍ଦରଗଡ (Sundergarh) କୁ ଛାଡି ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।