• କାଲିଠୁ ଦିଲ୍ଲୀରେ ଖୋଲିବ ପାର୍କ ଓ ବାର
  • ରଥଯାତ୍ରା ନେଇ ଚୂଡାନ୍ତ ହୋଲା ନୀତି ନିର୍ଘଣ୍ଟ
  • ଜୁଲାଇ ୧୨ରେ ବିନା ଭକ୍ତରେ ହେବ ରଥଯାତ୍ରା
  • ସକାଳ ୮ଟା- ରଥ ପ୍ରତିଷ୍ଠା ସକାଳ ୮.୩୦- ପହଣ୍ଡି, ଅପରାହ୍‌ଣ ୨ଟା- ଛେରାପହଁରା ଓ ଅପରାହ୍‌ଣ ୩ଟା-ରଥଟଣା
  • ବିନା ଭକ୍ତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ହେବ ସ୍ନାନପୂର୍ଣ୍ଣିମା ନୀତି
  • ରାତି ୧ଟା- ପହଣ୍ତି, ସକାଳ ୯- ଜଳଲାଗି ଦିନ ୧୧ଟା- ଗଜାନନ ବେଶ ଓ ସନ୍ଧ୍ୟା ୫ଟା- ବାହୁଡା ପହଣ୍ତି
  • ଯାଜପୁର: ବ୍ରାହ୍ମଣୀ ନଦୀର ଶଙ୍କରାକୂଳ ଘାଟରେ ବୁଡି ଦୁଇ ଯୁବକ ମୃତ
  • ଆସନ୍ତାକାଲିଠୁ ରାଜ୍ୟରେ କ୍ୟାମ୍ପେନ ମୋଡରେ ଆରମ୍ଭ ହେବ ଟିକାକରଣ
  • ପ୍ରତ୍ୟେକ ଦିନ ୩ଲକ୍ଷ ଟିକାକରଣ କରିବା ପାଇଁ ଟାର୍ଗେଟ
  • ଅସହାୟ ଶିଶୁଙ୍କ ପାଇଁ ଆଶୀର୍ବାଦ ଯୋଜନା ଘୋଷଣା

June ପହିଲାରେ Kerala ଛୁଇଁବ Monsoon,ରାଜ୍ୟରେ କେବେ?

ଖୁବ ଶୀଘ୍ର ଖରା ଗରମରୁ ମିଳିବ ଆଶ୍ୱସ୍ତି। 

June ପହିଲାରେ Kerala ଛୁଇଁବ Monsoon,ରାଜ୍ୟରେ କେବେ?

ଭୁବନେଶ୍ବର: ମିଳିବ ତାତିରୁ ମୁକ୍ତି। ଏଥର ଠିକ ସମୟରେ ଆସିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଚଳିତ ବର୍ଷ ସଠିକ୍ ସମୟରେ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ସଙ୍କେତ ମିଳିଛି। ଜୁନ୍ ପହିଲାରେ କେରଳ ଛୁଇଁବାର ସମ୍ଭାବନା ରହିଥିବା ବେଳେ ଆସନ୍ତା ୧୫-୩୦ ତାରିଖ ମଧ୍ୟରେ ପାଣିପାଗ ବିଭାଗ ପକ୍ଷରୁ ହେବାକୁ ଥିବା ଆକଳନ ପରେ ଚିତ୍ର ସ୍ପଷ୍ଟ ହୋଇଯିବ। 

କୃଷି ବିଶେଷଜ୍ଞଙ୍କ ମତରେ ଆକଳନ ସତ ହେଲେ ଚାଷ କାର୍ଯ୍ୟ ପାଇଁ ଏହା ଶୁଭ ଖବର। ଖୁବ ଶୀଘ୍ର ଖରା ଗରମରୁ ମିଳିବ ଆଶ୍ୱସ୍ତି। ଏଥର ସଠିକ ସମୟରେ ଆସିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ (South East Monsoon)। ଏଭଳି କିଛି ଆକଳନ ନେଇ ସଙ୍କେତ ଦେଖାଦେଇଛି। ଚଳିତ ବର୍ଷ ଜୁନ୍ ପହିଲାରେ ଅର୍ଥାତ ନିର୍ଦ୍ଧାରିତ ସମୟରେ ମୌସୁମୀ ବାୟୁ କେରଳ (Kerala) ଛୁଇଁବାର ସମ୍ଭାବନା ଦେଖାଦେଇଛି। 

Also Read: ମାଡି ଆସୁଛି ଆଉ ଏକ ବାତ୍ୟା, ଓଡିଶା-ପଶ୍ଚିମବଙ୍ଗରେ ମାଡ ହେବା ଆଶଙ୍କା

ଭାରତ ମହାସାଗରରେ (Indian Ocean) ଡିପୋଲ ସିଷ୍ଟମ (Dipole System) ସ୍ୱାଭାବିକ ରହିଛି, ଯାହା ବର୍ଷା କରାଇବାରେ ସହାୟକ ହେବ। ଏହା ସାଙ୍ଗକୁ ଲା ନିନା (La Nina) ମଧ୍ୟ ସ୍ୱାଭାବିକ ରହିଛି। ବର୍ତ୍ତମାନ ଦକ୍ଷିଣ ଗୋଲାର୍ଦ୍ଧରୁ (Southern Hemisphere) ବିଷୁବ ରେଖା (Equator) ଦେଇ ଭାରତ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସୁଛି। ଯାହା ଫଳରେ ଆରବ ସାଗର (Arabian Sea) ସମେତ ବଙ୍ଗୋପ ସାଗର (Bay of Bengal) ଠାରୁ ପବନ ବହିବା (Wind Flow) ଆରମ୍ଭ ହୋଇଛି। 

ପାଣିପାଗ ସ୍ଥିତିକୁ (Weather Condition) ଅନୁଧ୍ୟାନ କଲେ ସଠିକ ସମୟରେ କେରଳ ଛୁଇଁବା ପରେ ୧୦-୧୧ ଦିନ ମଧ୍ୟରେ ଓଡିଶା (Odisha) ଛୁଇଁବାର ସମ୍ଭାବନା ରହିଛି। ଆସନ୍ତା ୧୫ ତାରିଖରୁ ୩୧ ତାରିଖ ମଧ୍ୟରେ ହେବାକୁ ଥିବା ଆକଳନ ପରେ ନିର୍ଦ୍ଧାରିତ ସମୟ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।

Also Read: ବଢିବ କାଳବୈଶାଖୀ ପ୍ରଭାବ; ଘଡଘଡି ବର୍ଷାପବନ ସହ କୂଆପଥର ବୃଷ୍ଟି ସମ୍ଭାବନା

ଅନ୍ୟପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ (Heatwave) ଜାରି ରହିଥିବା ବେଳେ କିଛି ସ୍ଥାନରେ କାଳବୈଶାଖୀ (Thunderstorm) କାରଣରୁ ବର୍ଷା ମଧ୍ୟ ଜାରି ରହିଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିବ। ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଆଦି ଜିଲ୍ଲାରେ ଆସନ୍ତାକାଲି କାଳବୈଶାଖୀ ବର୍ଷାକୁ ନେଇ ୟେଲୋ ଆଲର୍ଟ (Yellow Alert) ଜାରି କରିଛି ପାଣିପାଗ ବିଭାଗ।

Also Read: ଗ୍ରୀଷ୍ମ ପ୍ରବାହରୁ ମିଳିବ ତ୍ରାହି; କମୁଛି ତାତି

ଆସନ୍ତା ୧୧ ତାରିଖ ମଙ୍ଗଳବାର ପରେ ତାପମାତ୍ରା ୨-୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେପଟେ ପାଣିପାଗ ବିଶେଷଜ୍ଞ (Weather Expert) ଡ.ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ବଙ୍ଗୋପସାଗରରେ ଆସନ୍ତା ୯ ତାରିଖ ବେଳକୁ ଏକ ଘୂର୍ଣ୍ଣୀବଳୟ (Hurricane) ସୃଷ୍ଟି ହେବ। ଯାହା ମୌସୁମୀ ବାୟୁକୁ ସକ୍ରିୟ କରିବ। ସଠିକ ସମୟରେ ମୌସୁମୀ ବାୟୁ ରାଜ୍ୟରେ ପ୍ରବେଶ କଲେ କୃଷି ଏବଂ କୃଷକଙ୍କ ପାଇଁ ଶୁଭଙ୍କର ହେବ। 

Also Read: Heatwave ପ୍ରଭାବରୁ ମିଳିବ ନାହିଁ ନିସ୍ତାର, ଆହୁରି ୪୮ ଜାରି ରହିବ ପ୍ରଭାବ

ରାଜ୍ୟକୁ ଏଥର ମୌସୁମୀ ବାୟୁ କେବେ ଛୁଇଁବ ଏବଂ କେତେ ପରିମାଣର ବର୍ଷା ହେବ ତାହା ମେ ଶେଷ ସୁଦ୍ଧା ସ୍ପଷ୍ଟ ହୋଇଯିବ। ଅପରପକ୍ଷେ ମେ ମାସରେ ପୁଣି ଏକ ବାତ୍ୟା ସମ୍ଭାବନା ରହିଥିବା ନେଇ ଚର୍ଚ୍ଚା ହେଉଥିବା ଏହାକୁ ଖଣ୍ଡନ କରିଛନ୍ତି ବିଶେଷଜ୍ଞ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପାଗରେ ଏପରି କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।