• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ନିକଟତର

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ନିକଟତର

ରାଜ୍ୟରେ ଆଜି ୧୦୬୮ଟି ନୂଆ ମାମଲା

Edited ByZee Odisha Desk
Published: Jul 29, 2020, 11:25 AM IST|Updated: Jul 29, 2020, 11:25 AM IST
joinshare
ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ନିକଟତର

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Odisha Vigilance: ବାଙ୍କୀ ପ୍ୟାକ୍ସ ଆନନ୍ଦପୁର ସମିତିର ପୂର୍ବତନ ସମ୍ପାଦକ ଗିରଫ

    Odisha Vigilance: ବାଙ୍କୀ ପ୍ୟାକ୍ସ ଆନନ୍ଦପୁର ସମିତିର ପୂର୍ବତନ ସମ୍ପାଦକ ଗିରଫ

    2

    Bashar Assad:ସିରିୟାର ପୂର୍ବତନ ରାଷ୍ଟ୍ରପତି ବସର ଅଲ ଅସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ

    3

    ସାଉଦି ଜାହାଜରେ କ୍ଷେପଣାସ୍ତ୍ର ମାଡ: ୨ ପାକିସ୍ତାନୀ ସମେତ ୩ ମୃତ...

    4

    ଦୁଷ୍କର୍ମ ମାମଲାରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ

    5

    Suresh Pujari: 'ଖୁବ୍ ଶୀଘ୍ର ନିଯୁକ୍ତ ହେବେ ନୂଆ ଲୋକାୟୁକ୍ତ'

    ଭୁବନେଶ୍ୱର: ରାଜ୍ୟରୁ ଆଜି ୧୦୬୮ଟି ନୂଆ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି। ୨୮ଟି ଜିଲ୍ଲାରୁ ଏହି କୋରୋନା ସଂକ୍ରମିତଙ୍କ  ମାମଲା ସାମ୍ନାକୁ ଆସିଛି। ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାରର ନିକଟତର ହୋଇଛି। ରାଜ୍ୟରେ ବର୍ତ୍ତମାନ ୨୯,୧୭୫ରେ ପହଞ୍ଚିଛି କୋରୋନା ସଂକ୍ରମିତ ସଂଖ୍ୟା। ଆଜି ସର୍ବାଧିକ ମାମଲାର ଗଞ୍ଜାମରୁ ଆସିଥିବା ଜଣାପଡ଼ିଛି। 

    ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୨୧୫ଟି ମାମଲା ମଧ୍ୟରୁ ୭୫୩ଟି କୋରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସମାନ୍ତରାଳ ଭାବରେ ସ୍ଥାନୀୟ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ମାମଲା ୪୬୨ଟି ରହିଛି। ସେପଟେ ଗଞ୍ଜାମ ସହିତ ଖୋର୍ଦ୍ଧାରେ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। 

    ସେପଟେ ୨୮ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି।  ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ଆଜି ସର୍ବାଧିକ ୨୪୫ଜଣ କୋରୋନା ସଂକ୍ରମିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଗଞ୍ଜାମ ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ସର୍ବାଧିକ ୧୯୪ଟି ମାମଲା ସାମ୍ନାକୁ ଆସିଛି। 

    ସେହିପରି ଅନୁଗୋଳରୁ ୨୦ ଜଣ, ବାଲେଶ୍ୱରରୁ ୨୯ ଜଣ, ବରଗଡ଼ରୁ ୫ ଜଣ, ଭଦ୍ରକରୁ ୪ଜଣ, ବଲାଙ୍ଗୀରରୁ ୨୬ ଜଣ, କଟକରୁ ୬୧ ଜଣ, ଦେଓଗଡ଼ ଓ ସୋନପୁରରୁ ଦୁଇ ଜଣ ଲେଖାଏଁ, ଢେଙ୍କାନାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ, ଗଜପତିରୁ ୮୮ ଜଣ, ଜଗତସିଂହପୁରରୁ ୩ଜଣ, ଯାଜପୁର ଓ ଝାରସୁଗୁଡ଼ାରୁ ୧୨ ଜଣ ଲେଖାଏଁ, କଳାହାଣ୍ଡିରୁ ୧୯ ଜଣ, କନ୍ଧମାଳରୁ ୧୧ ଜଣ, କେନ୍ଦ୍ରାପଡ଼ାରୁ ୮ ଜଣ, କୋରାପୁଟରୁ ୬୬ ଜଣ, ମୟୂରଭଞ୍ଜରୁ ୨୦ ଜଣ, ନବରଙ୍ଗପୁରରୁ ୨୬ ଜଣ, ନୟାଗଡ଼ରୁ ୨୯ ଜଣ, ନୂଆପଡ଼ାରୁ ୧୧ ଜଣ, ପୁରୀରୁ ୧୬ ଜଣ, ରାୟଗଡ଼ାରୁ ୨୪ ଜଣ, ସମ୍ବଲପୁରରୁ ୨୧ ଜଣ, ସୁନ୍ଦରଗଡ଼ରୁ ୧୧୨ ଜଣ କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।  

    ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୮୦୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୦୯୨୦ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୬୮୭ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି। 

    Add Zee News as a Preferred Source
    TAGS:
    Corona
    positive
    Odisha
    Ganjam
    Khorda