Advertisement
Article Detail0/zeeodisha/odisha693693
Zee OdishaBhubneshwarରାଜ୍ୟରେ ନୂଆ ୧୧୦ ଆକ୍ରାନ୍ତ

ରାଜ୍ୟରେ ନୂଆ ୧୧୦ ଆକ୍ରାନ୍ତ

ବିଗତ ୨୪  ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ  ସ୍ଥାନୀୟ ଅଞ୍ଚଳରୁ ୧୩ ଜଣ ରହିଥିବା ରାଜ୍ୟ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୧୦୬ ଜଣ ଚିକିତ୍ସାଧି

ରାଜ୍ୟରେ ନୂଆ ୧୧୦ ଆକ୍ରାନ୍ତ

ଭୁବନେଶ୍ୱର: ବିଗତ ୨୪  ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ  ସ୍ଥାନୀୟ ଅଞ୍ଚଳରୁ ୧୩ ଜଣ ରହିଥିବା ରାଜ୍ୟ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୧୦୬ ଜଣ ଚିକିତ୍ସାଧିନ ରହିଥିବା ବେଳେ ୨୧୩୩ ଜଣ ସୁସ୍ଥ ହୋଇଛନ୍ତି।  

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମୁତାବକ ୧୧୦ଟି ମାମଲାରୁ ୯୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଜଗତସିଂପୁରରୁ ରହିଛନ୍ତି। ଏହି ଜିଲ୍ଲାରୁ ମୋଟ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାୟଗଡରୁ ୪, କଟକରୁ ୨୦, ଝାରସୁଗୁଡ଼ାରୁ ୧, ଖୋର୍ଦ୍ଧାରୁ ୧୪, ନୟାଗଡ଼ରୁ ୪, ବରଗଡ଼ରୁ ୨, ଭଦ୍ରକ, ବଲାଙ୍ଗୀର, କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର ଓ ବୌଦ୍ଧରୁ ଜଣେ, କଳାହାଣ୍ଡିରୁ ୪, ଗଜପତିରୁ ୧୧, ପୁରୀରୁ ୭ ଓ ମୟୂରଭଞ୍ଜରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ସୂଚନା ରହିଛି।  

ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୧୪୦ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୨୧୩୩ ଜଣ ସୁସ୍ଥ ହୋଇ ସାରିଛନ୍ତି।  

Add Zee News as a Preferred Source

 

 

About the Author