Advertisement
Article Detail0/zeeodisha/odisha694705
Zee OdishaBhubneshwarରାଜ୍ୟରୁ ପୁଣି ୧୧୨ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରୁ ପୁଣି ୧୧୨ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଶୁକ୍ରବାର ୧୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚାନ ଦେଇଛି। ଏହି ସଂଖ୍ୟା ସହିତ ରାଜ୍ୟରେ ମୋଟ ୩୪୯୮ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୩୫୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୧୩୧ ଜଣ ଚିକିତ୍ସାଧିନ ଜାରି ରହିଛନ୍ତି। ତେବେ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭

ରାଜ୍ୟରୁ ପୁଣି ୧୧୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ୧୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚାନ ଦେଇଛି। ଏହି ସଂଖ୍ୟା ସହିତ ରାଜ୍ୟରେ ମୋଟ ୩୪୯୮ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୩୫୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୧୩୧ ଜଣ ଚିକିତ୍ସାଧିନ ଜାରି ରହିଛନ୍ତି। ତେବେ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ ଜଣ କ୍ୱାରେଣ୍ଟାଇନରୁ ଜଣା ପଡ଼ିଥିବା ବେଳେ ୫ଜଣ ମାମଲା ଲୋକାଲ କେସ ରହିଥିବା ନେଇ ବିଭାଗ ସୂଚନା ଦେଇଛି। 

ସେହିପରି କୋରୋନାରେ ଆଉ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ବିଭାଗ। ଏହା ସହିତ ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। 

ବିଭାଗର ସୂଚନା ଅନୁଯାୟୀ ୧୮ଟି ଜିଲ୍ଲାରୁ ଏହି କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ପୁରୀ ଜିଲ୍ଲାରୁ ରହିଛନ୍ତି। ପୁରୀରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡ଼ା ଓ ଦେଓଗଡ଼ରୁ ୨ ଜଣ, ଯାଜପୁର, ମାଲକାନଗିରି ଓ କଟକରୁ ୩ ଜଣ, କେନ୍ଦୁଝର, ଗଜପତି, ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ୱର ୫ ଜଣ ଲେଖାଏଁ, ଖୋର୍ଦ୍ଧାରୁ ୮ ଜଣ,  ଅନୁଗୋଳ ଓ ଗଞ୍ଜାମରୁ ୬ ଜଣ, ସୁନ୍ଦରଗଡ଼ ଓ ନୟାଗଡ଼ରୁ ୪ ଜଣ, ମୟୂରଭଞ୍ଜରୁ ୭ ଜଣ ଚିହ୍ନଟ ହୋଇଥିବା ନେଇ ବିଭାଗ ସୂଚନା ଦେଇଛନ୍ତି।

Add Zee News as a Preferred Source
About the Author