୪ ଜିଲ୍ଲାରେ ୩ ଅଙ୍କ ଛୁଇଁଲା କୋରୋନା, ୧୬୦୨ ନୂଆ ଆକ୍ରାନ୍ତ

ରାଜ୍ୟରେ ଦିନକୁ ଦିନ ଉଗ୍ରରୂପ ନେଉଛି କୋରୋନା। ଆଜି ୪ଟି ଜିଲ୍ଲାରେ ୩ ଅଙ୍କ ଛୁଇଁଛି କୋରୋନା। ଆଜି ୨୪ ଘଣ୍ଟା ମଧ୍ୟରେ ୧୬୦୨ଟି ମାମଲା ସାମ୍ନାକୁ ଆସିଛି। ଗଞ୍ଜାମ, ଖୋର୍ଦ୍ଧା ଭଳି ଜିଲ୍ଲା ରାୟଗଡ଼ା ଓ ଗଜପତିରେ ମଧ୍ୟ କୋରୋନା ୩ ଅଙ୍କ ଛୁଇଁଛି।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୩୪୭୯ରେ ସଂକ୍ରମିତଙ୍କ ମାମଲା ରହିଛି।  ରାଜ୍ୟରୁ ବିଗ

୪ ଜିଲ୍ଲାରେ ୩ ଅଙ୍କ ଛୁଇଁଲା କୋରୋନା, ୧୬୦୨ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଉଗ୍ରରୂପ ନେଉଛି କୋରୋନା। ଆଜି ୪ଟି ଜିଲ୍ଲାରେ ୩ ଅଙ୍କ ଛୁଇଁଛି କୋରୋନା। ଆଜି ୨୪ ଘଣ୍ଟା ମଧ୍ୟରେ ୧୬୦୨ଟି ମାମଲା ସାମ୍ନାକୁ ଆସିଛି। ଗଞ୍ଜାମ, ଖୋର୍ଦ୍ଧା ଭଳି ଜିଲ୍ଲା ରାୟଗଡ଼ା ଓ ଗଜପତିରେ ମଧ୍ୟ କୋରୋନା ୩ ଅଙ୍କ ଛୁଇଁଛି।  ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୩୪୭୯ରେ ସଂକ୍ରମିତଙ୍କ ମାମଲା ରହିଛି। 

ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୬୦୨ଟି ମାମଲା ମଧ୍ୟରୁ ୯୯୩ଟି କୋରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସମାନ୍ତରାଳ ଭାବରେ ସ୍ଥାନୀୟ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ମାମଲା ୬୦୯ଟି ରହିଛି। ସେପଟେ ଗଞ୍ଜାମ ସହିତ ଖୋର୍ଦ୍ଧାରେ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। 

ସେପଟେ ୨୯ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି।  ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ଆଜି ସର୍ବାଧିକ ୩୦୮ଜଣ କୋରୋନା ସଂକ୍ରମିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଗଞ୍ଜାମ ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ସର୍ବାଧିକ ୨୮୫ଟି ମାମଲା ସାମ୍ନାକୁ ଆସିଛି। ସେହିପରି ରାୟଗଡ଼ା ଓ ଗଜପତିରେ ଆଜି ତିନି ଅଙ୍କ ଛୁଇଁଛି କୋରୋନା। ରାୟଗଡ଼ାରେ ୧୬୪ ଜଣ ସଂକ୍ରମିତ ହୋଇଥିବା ବେଳେ ଗଜପତିରେ ୧୦୮ ଜଣ ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି। 

ସେହିପରି ଅନୁଗୋଳରେ ୧୫, ବାଲେଶ୍ୱରରେ ୨୯, ବରଗଡ଼ରେ ୧୩ ଜଣ, ଭଦ୍ରକରେ ୨୦ ଜଣ, ବଲାଙ୍ଗୀରରେ ୩୮ ଜଣ, ବୌଦ୍ଧରେ ୯ ଜଣ, କଟକରେ ୫୪ ଜଣ, ଢେଙ୍କାନାଳରେ ୪୯ ଜଣ, ଜଗତସିଂହପୁରରେ ୧୯ ଜଣ, ଯାଜପୁରରୁ ୪୪ ଜଣ, ଝାରସୁଗୁଡ଼ାରେ ୭ ଜଣ, କଳାହାଣ୍ଡିରେ ୩୦ ଜଣ, କନ୍ଧମାଳରେ ୪୫ ଜଣ, କେନ୍ଦ୍ରାପଡ଼ାରେ ୧୫ ଜଣ, କେନ୍ଦୁଝରରୁ ୩୧ ଜଣ, କୋରାପୁଟରୁ ୪୬ ଜଣ , ମାଲକାନଗିରିରୁ ୩୦ ଜଣ, ମୟୂରଭଞ୍ଜରୁ ୩୯ ଜଣ, ନବରଙ୍ଗପୁରରୁ ୯ ଜଣ, ନୟାଗଡ଼ରୁ ୩୩ ଜଣ, ନୂଆପଡ଼ାରୁ ୫ ଜଣ, ପୁରୀରୁ ୫୦ ଜଣ, ସମ୍ବଲପୁରରୁ ୩୯ ଜଣ, ସୋନପୁରରୁ ୬ ଜଣ ଓ ସୁନ୍ଦରଗଡ଼ରୁ ୬୨ ଜଣଙ୍କ କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।  

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୦,୫୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୨୭୩୭ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୭୭୨ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି।