୫ ଜିଲ୍ଲାରେ କୋରୋନା ଛୁଇଁଲା ତିନି ଅଙ୍କ, ୪୦ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଆଜି ରାଜ୍ୟରେ ୫ଟି ଜିଲ୍ଲାରେ କୋରୋନା ୩ ଅଙ୍କ ଛୁଇଁଛି। ୨୪ ଘଣ୍ଟା ମଧ୍ୟରେ ୧,୬୯୯ଟି ମାମଲା ସାମ୍ନାକୁ ଆସିଛି।

୫ ଜିଲ୍ଲାରେ କୋରୋନା ଛୁଇଁଲା ତିନି ଅଙ୍କ, ୪୦ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଉଗ୍ରରୂପ ନେଉଛି କୋରୋନା। ଆଜି ରାଜ୍ୟରେ ୫ଟି ଜିଲ୍ଲାରେ କୋରୋନା ୩ ଅଙ୍କ ଛୁଇଁଛି। ୨୪ ଘଣ୍ଟା ମଧ୍ୟରେ ୧,୬୯୯ଟି ମାମଲା ସାମ୍ନାକୁ ଆସିଛି। ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାରେ କୋରୋନା ନିୟନ୍ତ୍ରଣ ବାହାରେ ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୪୦,୭୧୭ରେ ସଂକ୍ରମିତଙ୍କ ମାମଲା ରହିଛି। 

ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧,୬୯୯ଟି ମାମଲା ମଧ୍ୟରୁ ୧୦୭୩ଟି କୋରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସମାନ୍ତରାଳ ଭାବରେ ସ୍ଥାନୀୟ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ମାମଲା ୬୨୬ଟି ରହିଛି। ସେପଟେ ଗଞ୍ଜାମ ସହିତ ଖୋର୍ଦ୍ଧାରେ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। 

ସେପଟେ ୨୯ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି। ଆଜି ସର୍ବାଧିକ ୨୬୮ଜଣ କୋରୋନା ସଂକ୍ରମିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଗଞ୍ଜାମ ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ସର୍ବାଧିକ ୨୨୦ଟି ମାମଲା ସାମ୍ନାକୁ ଆସିଛି। ସେହିପରି କଟକ, ସୁନ୍ଦରଗଡ଼ ଓ ସମ୍ବଲପୁରରେ ୩ ଅଙ୍କ ଛୁଇଁଛି କୋରୋନା। 

ସେହିପରି ଅନୁଗୋଳ ଓ ବାଲେଶ୍ୱରରୁ ୧୭ ଜଣ, ବରଗଡ଼ରୁ ୮୧ ଜଣ, ଭଦ୍ରକରୁ ୬୬ ଜଣ, ବଲାଙ୍ଗୀରରୁ ୨୧ ଜଣ, ବୌଦ୍ଧରୁ ୮ ଜଣ, କଟକରୁ ୧୦୫ ଜଣ, ଢେଙ୍କାନାଳରୁ ୨୭ ଜଣ, ଗଜପତିରୁ ୫୯ ଜଣ, ଜଗତସିଂହପୁରରୁ ୧୬ ଜଣ, ଯାଜପୁରରୁ ୪୧ ଜଣ, ଝାରସୁଗୁଡ଼ରୁ ୧୦ ଜଣ, କଳାହାଣ୍ଡିରୁ ୩୦ ଜଣ, କନ୍ଧମାଳରୁ ୭୪ ଜଣ, କେନ୍ଦ୍ରାପଡ଼ାରୁ ୨୭ ଜଣ, କେନ୍ଦୁଝରରୁ ୫୬ ଜଣ, କୋରାପୁଟରୁ ୪୧ ଜଣ, ମାଲକାନଗିରିରୁ ୭୨ ଜଣ, ମୟୂରଭଞ୍ଜରୁ ୨୪ ଜଣ, ନବରଙ୍ଗପୁରରୁ ୧୬ଜଣ, ନୟାଗଡ଼ରୁ ୨୫ ଜଣ, ନୂଆପଡ଼ାରୁ ୩ ଜଣ, ପୁରୀରୁ ୬୭ ଜଣ, ରାୟଗଡ଼ାରୁ ୧୯ ଜଣ, ସମ୍ବଲପୁରରୁ ୧୦୧ ଜଣ, ସୁନ୍ଦରଗଡ଼ରୁ ୧୭୮ ଜଣଙ୍କ ସମ୍ପର୍କରେ ଜଣାପଡ଼ିଛି।  

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୫,୭୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୪୭୦୦ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୨୫୫ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି।