ରେକର୍ଡ ଭାଙ୍ଗିଲା କୋରୋନା, ଗଞ୍ଜାମକୁ ପଛରେ ପକାଇଲା ଖୋର୍ଦ୍ଧା
Advertisement

ରେକର୍ଡ ଭାଙ୍ଗିଲା କୋରୋନା, ଗଞ୍ଜାମକୁ ପଛରେ ପକାଇଲା ଖୋର୍ଦ୍ଧା

ଆଜି ରାଜ୍ୟରେ ସର୍ବାଧିକ ୧୮୩୩ କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।

ରେକର୍ଡ ଭାଙ୍ଗିଲା କୋରୋନା, ଗଞ୍ଜାମକୁ ପଛରେ ପକାଇଲା ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା କୋରୋନା। ଆଜି ରାଜ୍ୟରେ ସର୍ବାଧିକ ୧୮୩୩ କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି। ସେପଟେ ଦିନକୁ ଦିନ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି କିନ୍ତୁ ଗଞ୍ଜାମକୁ ପଛରେ ପକାଇଛି ଖୋର୍ଦ୍ଧା। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ୪୨,୫୫୦ରେ ପହଞ୍ଚିଛି। 

ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧,୮୩୩ଟି ମାମଲା ମଧ୍ୟରୁ ୧,୧୧୮ଟି କୋରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସମାନ୍ତରାଳ ଭାବରେ ସ୍ଥାନୀୟ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ମାମଲା ୭୧୫ଟି ରହିଛି। 

ସେପଟେ ୨୯ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଖୋର୍ଦ୍ଧା ଜିଲ୍ଲାରୁ ଆସିଛି। ଆଜି ସର୍ବାଧିକ ୨୯୮ଜଣ କୋରୋନା ସଂକ୍ରମିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଖୋର୍ଦ୍ଧା ପଛକୁ ରହିଛି ଗଞ୍ଜାମ ଜିଲ୍ଲା। ଗଞ୍ଜାମ ଜିଲ୍ଲାରୁ ଆଜି ୨୭୯ଟି ମାମଲା ସାମ୍ନାକୁ ଆସିଛି। 

ସେହିପରି ଅନୁଗୋଳରୁ ୯ଜଣ, ବାଲେଶ୍ୱରରୁ ୬୯ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୫୦ ଜଣ, ବଲାଙ୍ଗୀର ୩୭ ଜଣ, ବୌଦ୍ଧରୁ ୩୪ ଜଣ, କଟକରୁ ୧୨୪ ଜଣ, ଢେଙ୍କାନାଳରୁ ୪୩ ଜଣ, ଗଜପତିରୁ ୩୫ ଜଣ, ଜଗତସିଂହପୁରରୁ ୧୬ ଜଣ, ଯାଜପୁରରୁ ୬୦ ଜଣ, ଝାରସୁଗୁଡ଼ାରୁ ୩୦ ଜଣ, କଳାହାଣ୍ଡିରୁ ୮୪ ଜଣ, କନ୍ଧମାଳରୁ ୧୬ ଜଣ, କେନ୍ଦ୍ରାପଡ଼ାରୁ ୩୪ ଜଣ, କେନ୍ଦୁଝରରୁ ୧୬ ଜଣ, କୋରାପୁଟରୁ ୪୭ ଜଣ, ମାଲକାନଗିରିରୁ ୩୬ ଜଣ, ମୟୂରଭଞ୍ଜରୁ ୩୪ ଜଣ, ନବରଙ୍ଗପୁରରୁ ୧୧ ଜଣ, ନୟାଗଡ଼ରୁ ୬୧ ଜଣ, ନୂଆପଡ଼ାରୁ ଜଣେ, ପୁରୀ ୬୭ ଜଣ, ରାୟଗଡ଼ାରୁ ୧୫୨ ଜଣ, ସମ୍ବଲପୁରରୁ ୩୯ ଜଣ, ସୋନପୁରରୁ ୩୩ ଜଣ, ସୁନ୍ଦରଗଡ଼ରୁ ୧୧୦ ଜଣଙ୍କ ସମ୍ପର୍କରେ ଜଣାପଡ଼ିଛି।  

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୬,୮୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୫,୩୭୦ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୧୫୦ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି।