Trending Photos
)
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୨୧୮ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୬,୧୮୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ମାମଲା ମଧ୍ୟରୁ ୧୯୮ ଜଣ କ୍ୱାରେଣ୍ଟାଇନରେ ଥିଲେ। ୨୦ଟି ସ୍ଥାନୀୟ ମାମଲା ରହିଛି।
ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪୨୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୮୬୫ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୧୬୮ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି।
ତେବେ ମିଳିଥିବା ସୂଚନା ମୁତାବକ ନୂଆ ମାମଲା ମଧ୍ୟରୁ ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି। ଏହି ଜିଲ୍ଲାରୁ ସର୍ବାଧିକ ୪୯ ଜଣ ରହିଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୧୭, ନବରଙ୍ଗପୁର, ଅନୁଗୋଳ, କନ୍ଧମାଳ, ଯାଜପୁର, ବୌଦ୍ଧ ଓ କୋରାପୁଟରୁ ଜଣେ ଲେଖାଏଁ, କଟକରୁ ୫ ଜଣ, ଜଗତସିଂହପୁରରୁ ୨୯ ଜଣ, ଭଦ୍ରକରୁ ୨୫ ଜଣ, ନୂଆପଡ଼ା, କେନ୍ଦୁଝର ଓ ସମ୍ବଲପୁରରୁ ଦୁଇ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୪ ଜଣ, ପୁରୀରୁ ୧୦ ଜଣ, ଗଜପତିରୁ ୨୭ ଜଣ, ସୁନ୍ଦରଗଡ଼ରୁ ୧୧ ଜଣ, କେନ୍ଦ୍ରପାଡ଼ରୁ ୬ ଜଣ, ମୟୂରଭଞ୍ଜରୁ ୯ ଜଣ ଓ ବାଲେଶ୍ୱରରୁ ୭ ଜଣ ଲେଖାଏଁ ସଂକ୍ରମିତ ହୋଇଥିବା ସୂଚନା ରହିଛି।