ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି
Trending Photos
ନୂଆଦିଲ୍ଲୀ: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ସକାଳେ କଟକର ଜଣେ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ ଭୁବନେଶ୍ୱରର ବମିଖାଲ ଅଞ୍ଚଳରେ ଆଉ ୩ ଜଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି। ଭୁବନେଶ୍ୱରର ୩ ଜଣଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି।
New COVID confirmed cases:
Three persons of Bomikhal, Bhubaneswar test positive for COVID-19. Total number of positive cases in the State goes upto 9 now. (Cured 2, active 7)— H & FW Dept Odisha (@HFWOdisha) April 3, 2020
ସୂଚନା ଯୋଗ୍ୟ ଆଜି ସନ୍ଧ୍ୟା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ୩ ଜଣଙ୍କ ସମ୍ପର୍କରେ ସୂଚନା ଦେଇଥିଲା। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ବା ଯାତ୍ରା ବିବରଣୀ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଏହା ପୂର୍ବରୁ ସମାନ ଦିନରେ ମଧ୍ୟାହ୍ନରେ କଟକରୁ ଜଣେ କୋରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଥିଲା ବିଭାଗ। ଉକ୍ତ କଟକ ଆକ୍ରାନ୍ତ ଜଣକ ନିକଟରେ ଦିଲ୍ଲରୁ ଫେରିଥିଲେ। ତେବେ ଏହି ତିନି ଜଣଙ୍କ ଯାତ୍ରା ବିବରଣୀ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ସେମାନଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ସେପଟେ ରାଜ୍ୟର ଦୁଇ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସେପଟେ କୋରୋନା ଚେନକୁ ଭାଙ୍ଗିବା ପାଇଁ ୪୮ ଘଣ୍ଟିଆ ସଟ ଡାଉନ ସ୍ଥିତି ଜାରି କରାଯାଇଛି। କଟକ , ଭୁବନେଶ୍ୱର ଓ ଭଦ୍ରକରେ ଏହି ସ୍ଥିତି ଜାରି କରାଯିବ। ତେବେ ଏହା ପୂର୍ବରୁ ଗୋଟିଏ ଦିନରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।