Advertisement
Article Detail0/zeeodisha/odisha708973
Zee OdishaBhubneshwarରାଜ୍ୟରେ କୋରୋନା ଯୋଗୁ ଆଉ ୪ ପଜିଟିଭଙ୍କ ମୃତ୍ୟୁ

ରାଜ୍ୟରେ କୋରୋନା ଯୋଗୁ ଆଉ ୪ ପଜିଟିଭଙ୍କ ମୃତ୍ୟୁ

କୋରୋନା ଯୋଗୁ ୪ ପଜିଟିଭଙ୍କ ମୃତ୍ୟୁ... 

ରାଜ୍ୟରେ କୋରୋନା ଯୋଗୁ ଆଉ ୪ ପଜିଟିଭଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ଭୟଙ୍କର ରୂପ ନେବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋରୋନା ଆଉ ୪ଟି ମୁଣ୍ଡ ନେଇଛି। ଏହା ସହିତ ମୋଟ ୬ ଜଣ କୋରୋନା ପଜିଟିଭଙ୍କର ମୃତ୍ୟୁ ହୋଇଛି। ତେବେ ଅନ୍ୟ ୨ କୋରୋନା ପଜିଟିଭିଙ୍କ ଅନ୍ୟ କାରଣ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। 

ବିଭାଗ ଦେଇଥିବା ସୂଚନା ମୁତାବକ କୋରୋନା ମୃତକ ସମସ୍ତେ ଗଞ୍ଜାମ ଜିଲ୍ଲାର ରହିଛନ୍ତି। ସେମାନଙ୍କର ବୟସ ୩୨,୪୧,୪୮ ଓ ୫୮ ବର୍ଷ ବୟସ ଓ ସମସ୍ତେ ପୁରୁଷ ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ଦୁଇ କୋରୋନା ପଜିଟିଭଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲାର ମୃତକଙ୍କ ବୟସ ୫୭ ବର୍ଷୀୟ ହୋଇଥିବା ବେଳେ ଭଦ୍ରକର ୭୦ ବର୍ଷୀୟ ବୟସ୍କଙ୍କ ମୃତ୍ୟୁ ହୋଇଛି। 

ଏହା ସହିତ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୫୪ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ସର୍ବାଧିକ ୩୪ଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ଖୋର୍ଦ୍ଧାରେ ୮ ଓ କଟକରେ ୫ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି। ଅନୁଗୋଳ, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବିଭାଗ ସୂଚନା ଦେଇଛି। 

Add Zee News as a Preferred Source

 

About the Author