ଗଞ୍ଜାମରେ ରେକର୍ଡ ଭାଙ୍ଗୁଛି କୋରୋନା, ରାଜ୍ୟରେ ୪୯୫ ନୂଆ ପଜିଟିଭ
Advertisement
Article Detail0/zeeodisha/odisha705896

ଗଞ୍ଜାମରେ ରେକର୍ଡ ଭାଙ୍ଗୁଛି କୋରୋନା, ରାଜ୍ୟରେ ୪୯୫ ନୂଆ ପଜିଟିଭ

ରାଜ୍ୟରେ ରେକର୍ଡ ଭାଙ୍ଗିଛି କୋରୋନା। ବିଗତ ୨୪ ଘଣ୍ଚା ମଧ୍ୟରେ ସର୍ବାଧିକ ୪୯୫ଟି ମାମଲା ସାମ୍ନାକୁ ଆସିଛି। ଏହି ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମ ଶୀର୍ଷରେ ରହିଛି। ଲଗାତାର ଭାବେ ଜିଲ୍ଲାରେ କୋରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ଦୁଇଶହ ଅତିକ୍ରମ କରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୧୬ଟି ସଂକ୍ରମିତ ମା

ଗଞ୍ଜାମରେ ରେକର୍ଡ ଭାଙ୍ଗୁଛି କୋରୋନା, ରାଜ୍ୟରେ ୪୯୫ ନୂଆ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଭାଙ୍ଗିଛି କୋରୋନା। ବିଗତ ୨୪ ଘଣ୍ଚା ମଧ୍ୟରେ ସର୍ବାଧିକ ୪୯୫ଟି ମାମଲା ସାମ୍ନାକୁ ଆସିଛି। ଏହି ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମ ଶୀର୍ଷରେ ରହିଛି। ଲଗାତାର ଭାବେ ଜିଲ୍ଲାରେ କୋରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ଦୁଇଶହ ଅତିକ୍ରମ କରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୧୬ଟି ସଂକ୍ରମିତ ମାମଲା ସାମ୍ନାକୁ ଆସିଛି। 

ରାଜ୍ୟରୁ ଆସିଥିବା ଏହି ମାମଲା ମଧ୍ୟରୁ ୩୫୫ଟି କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଥିବା ବେଳେ ସ୍ଥାନୀୟ ମାମଲା ୧୪୦ଟି ମାମଲା ରହିଛି। ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୮,୬୦୧ରେ ପହଞ୍ଚିଛି।  ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫୭୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୨୮୫୩ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୦୩ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି। 

ସେପଟେ ୨୪ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି। ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଗତ କିଛି ଦିନ ହେବ ଜିଲ୍ଲାରୁ ସବୁଠାରୁ ଅଧିକ ସାମ୍ନାକୁ ଆସିଛନ୍ତି। ଆଜି ବିଗତ ୨୪ ଘଣ୍ଟା ମଧ୍ୟରେ ଦୁଇଶହରୁ ଉର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଛି। 

ସେହିପରି ଅନୁଗୋଳରୁ ୨୪ ଜଣ, ବାଲେଶ୍ୱର ଓ କଟକରୁ ୧୩ ଜଣ, ସୋନପୁର ଓ ବରଗଡ଼ରୁ ୨ଜଣ, ଭଦ୍ରକ ଓ ଜଗତସିଂହପୁର ୧୨ ଜଣ, ଢେଙ୍କାନାଳ, ଯାଜପୁର ଓ ନୟାଗଡ଼ରୁ ଜଣେ ଲେଖାଏଁ, ଗଜପତିରୁ ୭ଜଣ, ଝାରସୁଗୁଡ଼ା ଓ କନ୍ଧମାଳରୁ ୮ ଜଣ, କେନ୍ଦ୍ରାପଡ଼ା ଓ ନବରଙ୍ଗପୁରରୁ ୧୧ ଜଣ, କେନ୍ଦୁଝର, କୋରାପୁଟ ଓ ମାଲକାନଗିରିରୁ ୫ ଜଣ ଲେଖାଏଁ, ମୟୂରଭଞ୍ଜରୁ ୨୮ ଜଣ, ସମ୍ବଲପୁରରୁ ୬ ଜଣ, ସୁନ୍ଦରଗଡ଼ରୁ ୩୬ ଜଣ ଓ ପୁରୀରୁ ୧୮ ଜଣ,  ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଥିଲା। 

;