• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ଗଞ୍ଜାମରୁ ଫୁଟୁଛି କୋରୋନା ବମ, ରାଜ୍ୟରେ ୫୨୭ ପଜିଟିଭ ଚିହ୍ନଟ

ଗଞ୍ଜାମରୁ ଫୁଟୁଛି କୋରୋନା ବମ, ରାଜ୍ୟରେ ୫୨୭ ପଜିଟିଭ ଚିହ୍ନଟ

ଗଞ୍ଜାମରେ ସ୍ଥିତି ଅସମ୍ଭାଳ...

Edited By:Zee Odisha Desk
Published: Jul 08, 2020, 10:58 AM IST|Updated: Jul 08, 2020, 10:58 AM IST
joinshare
ଗଞ୍ଜାମରୁ ଫୁଟୁଛି କୋରୋନା ବମ, ରାଜ୍ୟରେ ୫୨୭ ପଜିଟିଭ ଚିହ୍ନଟ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Odisha News: ରଥଖଳାରେ ରଥ ନିର୍ମାଣ ବନ୍ଦ କଲେ ରଥ ବିଶ୍ୱକର୍ମା ମହାରଣା

    Odisha News: ରଥଖଳାରେ ରଥ ନିର୍ମାଣ ବନ୍ଦ କଲେ ରଥ ବିଶ୍ୱକର୍ମା ମହାରଣା

    Odisha news34 min ago
    2

    Padma Shri Award 2026: ଜୁନ୍ ୨୩ରେ ପଦ୍ମଶ୍ରୀ ପୁରସ୍କାର ପାଇବେ ଡକ୍ଟର ପୁନିଆମୂର୍ତ୍ତି ନାଟେସନ

    Padma Shri Award 20261 hr ago
    3

    Gold Rate Today: ଖୁସି ଖବର! ଖସିଲା ସୁନା ରେଟ୍

    Gold rate today2 hrs ago
    4

    Odisha News: କଳାହାଣ୍ଡିରେ ଜୈବିକ କୃଷି ବଢାଉଛି ଫସଲ ଉତ୍ପାଦନ,ଉପକୃତ ହେଉଛନ୍ତି ୧୭୦ଟି ପରିବାର

    Odisha news3 hrs ago
    5

    Petrol Diesel Price Today: ଗ୍ରାହକଙ୍କ ପାଇଁ ବଡ଼ ଖବର! ତେଲ ରେଟ୍ ରେ....

    petrol diesel price today3:22 AM IST

    ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଭାଙ୍ଗୁଛି କୋରୋନା। କ୍ରମାଗତ ଭାବରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଚା ମଧ୍ୟରେ ୫୨୭ଟି ମାମଲା ସାମ୍ନାକୁ ଆସିଛି। ଏହି ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମ ଶୀର୍ଷରେ ରହିଛି। ଲଗାତାର ଭାବେ ଜିଲ୍ଲାରେ କୋରୋନା ମାମଲା ବୃଦ୍ଧି ପାଉଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୧୫ଟି ସଂକ୍ରମିତ ମାମଲା ସାମ୍ନାକୁ ଆସିଛି।  

    ରାଜ୍ୟରୁ ଆସିଥିବା ଏହି ମାମଲା ମଧ୍ୟରୁ ୩୩୮ଟି କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଥିବା ବେଳେ ସ୍ଥାନୀୟ ମାମଲା ୧୮୯ଟି ରହିଛି। ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦଶ ହଜାର ଅତିକ୍ରମ କରିଛି। ସମଗ୍ର ରାଜ୍ୟରେ ଏବେ ୧୦୬୨୪ରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା। ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୭୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୩୮୬୦ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୧୭ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି। 

    ସେପଟେ ୨୬ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି। ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଗତ କିଛି ଦିନ ହେବ ଜିଲ୍ଲାରୁ ସବୁଠାରୁ ଅଧିକ ସାମ୍ନାକୁ ଆସିଛନ୍ତି।  

    ସେହିପରି ଅନୁଗୋଳ, ବରଗଡ଼, ଢେଙ୍କାନାଳ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରେ ଜଣେ ଲେଖାଏଁ, ବାଲେଶ୍ୱରରୁ ୨୬ ଜଣ, ଭଦ୍ରକରୁ ଦୁଇ ଜଣ, ବଲାଙ୍ଗୀରରୁ ୨୧ ଜଣ, କଟକରୁ ୧୭ ଜଣ,  ଗଜପତିରୁ ୩ ଜଣ, ଜଗତସିଂହପୁର, ଝାରସୁଗୁଡ଼ା ଓ ନୂଆପଡ଼ାରୁ ୪ ଜଣ ଲେଖାଏଁ, ଯାଜପୁରରୁ ୨୫ ଜଣ, କେନ୍ଦ୍ରାପଡ଼ାରୁ ୫ ଜଣ, କେନ୍ଦୁଝରରୁ ୭ ଜଣ, ଖୋର୍ଦ୍ଧାରୁ ୫୦ ଜଣ, କୋରାପୁଟରୁ ୬ ଜଣ, ମାଲକାନଗିରି ଓ ନବରଙ୍ଗପୁରରୁ ୩ ଜଣ, ନୟାଗଡ଼ରୁ ୧୮ ଜଣ, ମୟୂରଭଞ୍ଜରୁ ୧୦ ଜଣ, ପୁରୀରୁ ୧୬ ଜଣ, ସୋନପୁରରୁ ୫ ଜଣ, ସୁନ୍ଦରଗଡ଼ରୁ ୭୮ ଜଣ ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।  

    ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ କୋରୋନା ସଂକ୍ରମିତଙ୍କ ତାଲିକାରେ ଗଞ୍ଜାମ ଜିଲ୍ଲାର ଶୀର୍ଷରେ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ପାଖାପାଖିରେ ପହଞ୍ଚିଛି। ଜିଲ୍ଲାରେ ବର୍ତ୍ତମାନ ୨୮୩୬  ରହିଛି। ୧୪୮୭ ଜିଲ୍ଲାରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୨୧ ଜଣ ସଂକ୍ରମିତ ଚିକିତ୍ସାଧିନ ରହିଛନ୍ତି। ଜିଲ୍ଲାରେ ୨୭ ଜଣଙ୍କର କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇ ସାରିଛି।   

     

    Add Zee News as a Preferred Source
    TAGS:
    Corona
    virus
    Odisha
    Ganjam
    lockdown