ଗଞ୍ଜାମରେ ସ୍ଥିତି ଅସମ୍ଭାଳ...
Trending Photos
ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଭାଙ୍ଗୁଛି କୋରୋନା। କ୍ରମାଗତ ଭାବରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଚା ମଧ୍ୟରେ ୫୨୭ଟି ମାମଲା ସାମ୍ନାକୁ ଆସିଛି। ଏହି ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମ ଶୀର୍ଷରେ ରହିଛି। ଲଗାତାର ଭାବେ ଜିଲ୍ଲାରେ କୋରୋନା ମାମଲା ବୃଦ୍ଧି ପାଉଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୧୫ଟି ସଂକ୍ରମିତ ମାମଲା ସାମ୍ନାକୁ ଆସିଛି।
ରାଜ୍ୟରୁ ଆସିଥିବା ଏହି ମାମଲା ମଧ୍ୟରୁ ୩୩୮ଟି କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଥିବା ବେଳେ ସ୍ଥାନୀୟ ମାମଲା ୧୮୯ଟି ରହିଛି। ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦଶ ହଜାର ଅତିକ୍ରମ କରିଛି। ସମଗ୍ର ରାଜ୍ୟରେ ଏବେ ୧୦୬୨୪ରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା। ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬୭୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୩୮୬୦ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୧୭ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି।
ସେପଟେ ୨୬ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି। ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଗତ କିଛି ଦିନ ହେବ ଜିଲ୍ଲାରୁ ସବୁଠାରୁ ଅଧିକ ସାମ୍ନାକୁ ଆସିଛନ୍ତି।
ସେହିପରି ଅନୁଗୋଳ, ବରଗଡ଼, ଢେଙ୍କାନାଳ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରେ ଜଣେ ଲେଖାଏଁ, ବାଲେଶ୍ୱରରୁ ୨୬ ଜଣ, ଭଦ୍ରକରୁ ଦୁଇ ଜଣ, ବଲାଙ୍ଗୀରରୁ ୨୧ ଜଣ, କଟକରୁ ୧୭ ଜଣ, ଗଜପତିରୁ ୩ ଜଣ, ଜଗତସିଂହପୁର, ଝାରସୁଗୁଡ଼ା ଓ ନୂଆପଡ଼ାରୁ ୪ ଜଣ ଲେଖାଏଁ, ଯାଜପୁରରୁ ୨୫ ଜଣ, କେନ୍ଦ୍ରାପଡ଼ାରୁ ୫ ଜଣ, କେନ୍ଦୁଝରରୁ ୭ ଜଣ, ଖୋର୍ଦ୍ଧାରୁ ୫୦ ଜଣ, କୋରାପୁଟରୁ ୬ ଜଣ, ମାଲକାନଗିରି ଓ ନବରଙ୍ଗପୁରରୁ ୩ ଜଣ, ନୟାଗଡ଼ରୁ ୧୮ ଜଣ, ମୟୂରଭଞ୍ଜରୁ ୧୦ ଜଣ, ପୁରୀରୁ ୧୬ ଜଣ, ସୋନପୁରରୁ ୫ ଜଣ, ସୁନ୍ଦରଗଡ଼ରୁ ୭୮ ଜଣ ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।
ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ କୋରୋନା ସଂକ୍ରମିତଙ୍କ ତାଲିକାରେ ଗଞ୍ଜାମ ଜିଲ୍ଲାର ଶୀର୍ଷରେ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ପାଖାପାଖିରେ ପହଞ୍ଚିଛି। ଜିଲ୍ଲାରେ ବର୍ତ୍ତମାନ ୨୮୩୬ ରହିଛି। ୧୪୮୭ ଜିଲ୍ଲାରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୨୧ ଜଣ ସଂକ୍ରମିତ ଚିକିତ୍ସାଧିନ ରହିଛନ୍ତି। ଜିଲ୍ଲାରେ ୨୭ ଜଣଙ୍କର କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇ ସାରିଛି।