)
ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ସୀମା ଲଂଘୁଛି କୋରୋନା। ବିଗତ ୨୪ ଘଣ୍ଚା ମଧ୍ୟରେ ୫୯୧ଟି ମାମଲା ସାମ୍ନାକୁ ଆସିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ୱାରେଣ୍ଟାଇନ ସେଣ୍ଟରରେ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ମାମଲା ମଧ୍ୟ ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି। ଗଞ୍ଜାମରେ ନିୟନ୍ତ୍ରଣ ବାହାରକୁ ଯାଉଛି କୋରୋନାର ସ୍ଥିତି।
ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୫୯୧ଟି ମାମଲା ମଧ୍ୟରୁ ୩୯୪ଟି କୋରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିଭଳି ସ୍ଥାନୀୟ ମାମଲା ୧୯୭ଟି ରହିଛି। ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୭୦୧ରେ ପହଞ୍ଚିଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୧,୩୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୫୨୫୯ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୪୫୩ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି।
ସେପଟେ ୨୫ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି। ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଆଜି ସର୍ବାଧିକ ୧୮୨ଜଣ କୋରୋନା ସଂକ୍ରମିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲାରେ କୋରୋନା ମଧ୍ୟ ତାର ପୂର୍ବ ରେକର୍ଡକୁ ଭାଙ୍ଗିଛି।
ସେହିପରି ଅନୁଗୋଳରୁ ଜଣେ, ବାଲେଶ୍ୱରରୁ ୧୩ ଜଣେ, ବରଗଡ଼ରୁ ୩୫, ଭଦ୍ରକରୁ ୩ ଜଣ, ବଲାଙ୍ଗୀର ଓ ଢେଙ୍କାନାଳରୁ ୯ ଜଣ, ବୌଦ୍ଧ ଓ ଝାରସୁଗୁଡ଼ାରୁ ୫ ଜଣ, କଟକରୁ ୩୮ ଜଣ, ଦେଓଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୯ ଜଣ, ଜଗତସିଂହପୁର ୨୨ ଜଣ, ଯାଜପୁରରୁ ୧୯, କେନ୍ଦ୍ରାପଡ଼ା ଓ ମାଲକାନଗିରିରୁ ୮ ଜଣ, କେନ୍ଦୁଝରର ଓ ପୁରୀରୁ ୬ ଜଣ, ଖୋର୍ଦ୍ଧାରୁ ୧୨୧ ଜଣ, କୋରାପୁଟରୁ ୪ ଜଣ, ମୟୂରଭଞ୍ଜ ଓ ନବରଙ୍ଗପୁରରୁ ୨୨ ଜଣ, ନୟାଗଡ଼ରୁ ୧୧, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୨୦, ସୁନ୍ଦରଗଡ଼ରୁ ୧୮ ଜଣ ନୂଆ ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।
ସେହିପରି ଆଜି କୋରୋନା ଆଉ ତିନି ଜଣଙ୍କ ମୁଣ୍ଡ ନେଇଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି। ଅନ୍ୟ ଜଣେ ଗଜପତି ଜିଲ୍ଲାର ରହିଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାର ମୃତକଙ୍କ ମଧ୍ୟରୁ ଜଣେ ୬୩ ଓ ୬୦ ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି ଗଜପତିର ୪୮ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହା ସହିତ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୬ରେ ପହଞ୍ଚିଛି।
ଏହା ସହିତ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ସର୍ବାଧିକ ୫୨ଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ଖୋର୍ଦ୍ଧାରେ ୧୩ ଓ କଟକରେ ୮ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି। ଗଜପତିରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ପୁରୀ ଓ ଅନୁଗୋଳ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବରଗଡ଼, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବିଭାଗ ସୂଚନା ଦେଇଛି।