ଗୋଟିଏ ଦିନରେ ୧୩ ମାମଲା
Trending Photos
)
ଭୁବନେଶ୍ୱର: ରାଜ୍ୟରେ ଧିରେଧିରେ କୋରୋନା ଭାଇରସ କାୟା ମେଲାଇବାରେ ଲାଗିଛି। ଧିରେଧିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରସାରିତ ହେଉଥିବା ସୂଚନା ରହିଛି। ଆଜି ଗୋଟିଏ ଦିନରେ ୧୩ଟି ମାମଲା ସାମ୍ନାକୁ ଆସିଛି। ରାଜ୍ୟରେ ଯଦିଓ ଦ୍ରୁତ ଗତିରେ ଏହା ବୃଦ୍ଧି ପାଉନାହିଁ, କିନ୍ତୁ ସମ୍ପୂର୍ଣ୍ଣ ଭାବେ ମଧ୍ୟ ଥମୁନାହିଁ।
ମିଳିଥିବା ସୂଚନା ମୁତାବକ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ସୂଚନା ମୁତାବକ ଆଜି ଗୋଟିଏ ଦିନରେ ୧୩ଟି କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ସକାଳେ ୭ଟି ମାମଲା ସାମ୍ନାକୁ ଆସିଥିବା ନେଇ ବିଭାଗ ସୂଚନା ଦେଇଥିଲେ। ଠିକ ସେହିପରି ଅପରାହ୍ଣରେ ଆଉ ୬ଟି ମାମଲା ସାମ୍ନାକୁ ଆସିଥିବା ନେଇ ବିଭାଗ ତାର ଓ୍ୱେବସାଇଟରେ ଉଲ୍ଲେଖ କରିଛି।
ପୂର୍ବରୁ ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରୁ ଭଦ୍ରକରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣ ବାଲେଶ୍ୱରରୁ ଚିହ୍ନଟ ହୋଇଥିଲେ। ତେବେ ରିପୋର୍ଟ ଲେଖାଯିବା ସୁଦ୍ଧା ଅପରାହ୍ଣରେ ଚିହ୍ନଟ ହୋଇଥିବା ୬ ସଂକ୍ରମିତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ଏହି ୬ ସଂକ୍ରମିତଙ୍କ ସହିତ ରାଜ୍ୟରେ ମୋଟ ୭୪ ଜଣ ଆକ୍ରାନ୍ତ ଥିବା ବିଭାଗ ଓ୍ୱେବସାଇଟରେ ଉଲ୍ଲେଖ କରିଛି।
ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୧୭୮୬୯ଟି ମାମଲା ସାମ୍ନାକୁ ଆସିଛି। ଏମାନଙ୍କ ମଧ୍ୟରୁ ୫୬୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮୯୮ ଜଣ ସୁସ୍ଥ ହୋଇ ଫେରିଛନ୍ତି। ସେହିପରି ୧୪୪୦୪ ଜଣ ବର୍ତ୍ତମାନ ସୁଦ୍ଧା ଚିକିତ୍ସିତ ହେଉଛନ୍ତି।