ଏହି ଜିଲ୍ଲାରେ ପୁଣି ବାହାରିଲେ କୋରୋନା ସଂକ୍ରମିତ, ରାଜ୍ୟରେ ୧୬୯କୁ ବୃଦ୍ଧି ପାଇଲା ସଂଖ୍ୟା
Advertisement
Article Detail0/zeeodisha/odisha676443

ଏହି ଜିଲ୍ଲାରେ ପୁଣି ବାହାରିଲେ କୋରୋନା ସଂକ୍ରମିତ, ରାଜ୍ୟରେ ୧୬୯କୁ ବୃଦ୍ଧି ପାଇଲା ସଂଖ୍ୟା

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେଧିରେ ବୃଦ୍ଧି ପାଇବାର ଲାଗିଛି। ଗୋଟିଏ ଦିନ ପରେ ଆଜି ଅର୍ଥାତ ସୋମବାର ୬ଟି ନୂଆ କୋରୋନା ପଜିଟିଭ ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି। ଏହି ୬ କୋରୋନା ମଧ୍ୟରୁ ୪ଟି ଯାଜପୁର ଜିଲ୍ଲାର ହୋଇଥିବା ବେଳେ ୨ ଜଣ ଭଦ୍ରକ ଜିଲ୍ଲାର ରହିଥିବା ସୂଚନା ମିଳିଛି। ତେ

ଏହି ଜିଲ୍ଲାରେ ପୁଣି ବାହାରିଲେ କୋରୋନା ସଂକ୍ରମିତ, ରାଜ୍ୟରେ ୧୬୯କୁ ବୃଦ୍ଧି ପାଇଲା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେଧିରେ ବୃଦ୍ଧି ପାଇବାର ଲାଗିଛି। ଗୋଟିଏ ଦିନ ପରେ ଆଜି ଅର୍ଥାତ ସୋମବାର ୬ଟି ନୂଆ କୋରୋନା ପଜିଟିଭ ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି। ଏହି ୬ କୋରୋନା ମଧ୍ୟରୁ ୪ଟି ଯାଜପୁର ଜିଲ୍ଲାର ହୋଇଥିବା ବେଳେ ୨ ଜଣ ଭଦ୍ରକ ଜିଲ୍ଲାର ରହିଥିବା ସୂଚନା ମିଳିଛି। ତେବେ ଏମାନଙ୍କ ଟ୍ରେଭଲ ହିଷ୍ଟ୍ରି ନେଇ କୌଣସି ତଥ୍ୟ ମିଳିପାରିନାହିଁ। 

ସେପଟେ ଏହି ଆକ୍ରାନ୍ତମାନେ ସାମ୍ନାକୁ ଆସିବା ପରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଅତିକ୍ରମ କରିଛି। ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଥିବା ବେଳେ ୫୧ ଜଣ ବର୍ତ୍ତମାନ ସୁଦ୍ଧା ମଧ୍ୟ ଚିକିତ୍ସିତ ରହିଛନ୍ତି। ସେହିପରି ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭଦ୍ରକ ମଧ୍ୟ ରେଡ଼ ଜୋନରେ ରହିଛି। ଭଦ୍ରକରେ ଦୀର୍ଘ ଦିନ ପରେ ଆଜି ପୁଣିଥରେ ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି। ଭଦ୍ରକରେ ଆଜି ୨ ନୂଆ ଆକ୍ରାନ୍ତଙ୍କ ସହିତ ମୋଟ ୨୧ଜଣ ଆକ୍ରାନ୍ତ ହୋଇଛନ୍ତି। ମାତ୍ର୯ ଜଣ ଚିକିତ୍ସିତ ହେଉଥିବା ବେଳେ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। 

ଆଜି ଠାରୁ ଲକଡାଉନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ମାତ୍ର ଜୋନ ଅନୁଯାୟୀ ରାଜ୍ୟରେ ୩ଟି ଜିଲ୍ଲା ରେଡ ଜୋନରେ ରହିଛି। ଯାଜପୁର, ଭଦ୍ରକ ଓ ବାଲେଶ୍ୱର  ରେଡ ଜୋନରେ ରହିଛନ୍ତି। ଏହି ତିନୋଟି ଜିଲ୍ଲାରେ ପଶ୍ଚିମବଙ୍ଗରୁ ସର୍ବାଧିକ ବଙ୍ଗ ଫେରନ୍ତା ରହିଛନ୍ତି। ଫଳରେ ଏହି ତିନୋଟି ଜିଲାରେ ହୁହୁ ହୋଇ ବଢିଥିଲା। 

ସେହିପରି ରାଜ୍ୟରେ ମୋଟ ୧୬୯ଟି ମାମଲା ରହିଛି। ଏହା ମଧ୍ୟରୁ ୧୦୮ ଜଣ ଚିକିତ୍ସାଧିନ ରହିଥିବା ବେଳେ ୬୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ଜଣକର ମୃତ୍ୟୁ ହୋଇଛି। 

 

 

;