close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦୀପାବଳିରେ ବିଶ୍ୱ ରେକର୍ଡ କରିବ ଅଯୋଧ୍ୟା

ଅଯୋଧ୍ୟାରେ ଦୀପାବଳି ଏମିତି କିଛି ହେବାକୁ ଯାଉଛି, ଯାହା ପୂର୍ବରୁ କେବେ ହୋଇନଥିଲା

ଦୀପାବଳିରେ ବିଶ୍ୱ ରେକର୍ଡ କରିବ ଅଯୋଧ୍ୟା

ଗାୟତ୍ରୀ ଚକ୍ରବର୍ତ୍ତୀ, ଭୁବନେଶ୍ୱର:  ଏଥର ଦୀପାବଳି ଏମିତି ହେବାକୁ ଯାଉଛି, ଯାହା ପୂର୍ବରୁ କେବେ ଦେଖିବାକୁ ମିଳିଥିଲା...ନା ଶୁଣିବାକୁ ମିଳିଥିଲା । ଅଯୋଧ୍ୟାରେ ଏଥର ଦୀପାବଳିରେ ସବୁଠାରୁ ଖାସ କଥା ହେବାକୁ ଯାଉଛି । ପୂରା ଦେଶରେ ରାମ ମନ୍ଦିର ନିର୍ମାଣକୁ ନେଇ ସ୍ୱର ତେଜୁଛି । ଏହା ମଧ୍ୟରେ ରାଜ୍ୟରେ ଯୋଗୀ ସରକାର ଅଯୋଧ୍ୟାରେ ଭବ୍ୟ ଦୀପୋତ୍ସବ ପାଳନ କରିବାକୁ ଯାଉଛନ୍ତି । ଅଯୋଧ୍ୟାରେ ଦୀପୋତ୍ସବ ପାଳନ ପାଇଁ ପୂରା ସହରରେ ଜନସମାଗମ ବଢ଼ିବାରେ ଲାଗିଛି ଏପରି ଦୀପୋତ୍ସବକୁ ବର୍ଷ ବର୍ଷ ଧରି ଲୋକ ଚାହିଁଲେ ବି ଭୁଲିପାରିବେନି । ଦୀପୋତ୍ସବର ଆରମ୍ଭ ଛୋଟ ଦୀପାବଳି ୨୬ ଅକ୍ଟୋବରରୁ ଆରମ୍ଭ ହେବ । ଯେଉଁଥିରେ ଅଯୋଧ୍ୟାରେ ସାଢ଼େ ପାଞ୍ଚ ଲକ୍ଷରୁ ଅଧିକ ଦୀପ ଲଗାଯିବ । ଉତ୍ତରପ୍ରଦେଶ ପ୍ରର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଦୀପୋତ୍ସବ ଏଥର ବିଶ୍ୱ ରେକର୍ଡ କରିବାକୁ ଯାଉଛି । ଦୀପାବଳି ପାଇଁ ଅଯୋଧ୍ୟାର କୋଣ ଅନୁକୋଣ ଆଲୋକିତ ହେଉଛି । ଏ ବର୍ଷ ରାମ ନଗରୀରେ ୫ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ୱଳିତ କରାଯିବାକୁ ଯୋଜନା କରାଯାଇଛି । ଅଯୋଧ୍ୟାର ୧୩ଟି ପ୍ରମୁଖ ମନ୍ଦିରରେ ୩ ଦିନ ପର୍ଯ୍ୟନ୍ତ ଦୀପୋତ୍ସବ ପାଳନ ହେବ ବୋଲି ଜଣାପଡ଼ିଛି ।  

ଏହାସହିତ ଅଯୋଧ୍ୟାରେ ସମସ୍ତ ୧୦ ହଜାର ମନ୍ଦିରରେ ମଧ୍ୟ ଦୀପୋତ୍ସବ ପାଳନ ହେବ । ଗୋଟିଏ ପଟେ ସରଜୁ ନଦୀ ତଟ୍ଟରେ ସାଢ଼େ ପାଞ୍ଚ ଲକ୍ଷ ଦୀପ ଜଳିବ, ସେପଟେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ, ଲକ୍ଷ୍ମଣ ଓ ହନୁମାନଙ୍କ ମୂର୍ତ୍ତି ମଧ୍ୟ ନିର୍ମାଣ ହୋଇଛି । ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗର ସୂଚନା ଅନୁସାରେ ରାମ ଜନ୍ମଭୂମିରେ ୫ ଫୁଟ ଉଚ୍ଚତା ବିଶିଷ୍ଟ ମଞ୍ଚ ନିର୍ମାଣ ହେବ ଓ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ ହେବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି । ସେପଟେ ହନୁମାନଙ୍କ ୨୦ ଫୁଟ ଉଚ୍ଚ ଫାଇବର ମୁର୍ତ୍ତି ମଧ୍ୟ ସ୍ଥାପନ ହେବ । ହନୁମାନଙ୍କ କାନ୍ଧରେ ଶ୍ରୀରାମ ଓ ଲକ୍ଷ୍ମଣ ବିରାଜମାନ ହେବେ । ଶ୍ରୀରାମ ଜନ୍ମଭୂମୀରେ ଏଥର ଦୀପାବଳିର ଭବ୍ୟତା ଦେଖିବାକୁ ମିଳିବ । ଗତବର୍ଷ ତୁଳନାରେ ଏଥର ଅଧିକ ଭବ୍ୟ ଢଙ୍ଗରେ ହେବାକୁ ଯାଉଛି ଦୀପୋତ୍ସବ । ଶ୍ରୀରାମଙ୍କ ମଣ୍ଡପ ଚାରିପଟେ ହଜାର ହଜାର ଦୀପ ଲାଗିବ । ଦୀରୋତ୍ସବ କାର୍ଯ୍ୟକ୍ରମ ୨୬ ଅକ୍ଟୋବର ଅର୍ଥାତ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଛି  । ଦିନ ୧୨ଟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।  ସଂଧ୍ୟା ୭ଟାରୁ ୭ ଟା ୩୦ ପର୍ଯ୍ୟନ୍ତ ଦୀପଦାନ ହେବ । ଏହାପରେ ଶ୍ରୀରାମଙ୍କ ମଣ୍ଡପରେ ୫ ଲକ୍ଷ ୫୧ ହଜାର ଦୀପ ଲାଗିବ ।

ଶ୍ରୀରାମ ନଗରୀରେ ହେବାକୁ ଯାଉଥିବା ଭବ୍ୟ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ପୂରା ଅଯୋଧ୍ୟାକୁ ୭ଟି ଜୋନ ଓ ୧୪ଟି ସେକ୍ଟରରେ ଭାଗ କରାଯାଇଛି । ସବୁଠି ପୋଲିସ ମୁତୟନ ହେବେ । ୫ ଶହ ଅତିରିକ୍ତ ସୁରକ୍ଷାକର୍ମୀ ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି । ଏହାସହିତ ୮ କମ୍ପାନୀ ଫୋର୍ସ ଦୀପାବଳି ପୂର୍ବରୁ ପହଞ୍ଚିବେ ବୋଲି ଜଣାପଡ଼ିଛି ।  ତେବେ ଏ ବର୍ଷ ଅଯୋଧ୍ୟାର ରାଜା ଶ୍ରୀରାମଙ୍କ ଦୀପାବଳି ଉତ୍ସବ ନ୍ଆରା ଢଙ୍ଗରେ ପାଳନ ହେବାକୁ ଯାଉଛି ।