• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ସକାଳୁଆ ସ୍କୁଲକୁ ଖରା ଅଡୁଆ

ସକାଳୁଆ ସ୍କୁଲକୁ ଖରା ଅଡୁଆ

ଆଜିଠାରୁ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ଆରମ୍ଭ ହୋଇଛି ।

Edited ByZee Odisha Desk
Published: Mar 02, 2021, 10:39 AM IST|Updated: Mar 02, 2021, 10:39 AM IST
joinshare
ସକାଳୁଆ ସ୍କୁଲକୁ ଖରା ଅଡୁଆ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ୭ଟି ମୋଟରସାଇକେଲ୍‌କୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ୩ ଆହତ

    ୭ଟି ମୋଟରସାଇକେଲ୍‌କୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ୩ ଆହତ

    2

    Top 10 News: ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା, ଦିଲ୍ଲୀରେ ବର୍ଷା ଓ ଅନ୍ୟ ଖବର

    3

    ଦିଲ୍ଲୀରେ ଆଜି କଂଗ୍ରେସ ଓ ସିଜେପିର ବିକ୍ଷୋଭ, କଡ଼ା ସୁରକ୍ଷା ମଧ୍ୟରେ ସହର

    4

    Cordelia Cruises: ୧୫୦୦ ଡ୍ରୋନ୍ ର ଆଲୋକରେ ଝଲସିଲା ପୂରା ମାୟାନଗରୀ,କର୍ଡେଲିଆ ସ୍କାଏରେ ମିଳିବ ଯ

    5

    Top 10 News Today: ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ବୋମାମାଡ଼,ତୃତୀୟ ଟ୍ବି-୨୦

    ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର : ଆଜିଠାରୁ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ନମମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ନେଇ ପୂର୍ବରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁଯାଇ ପାଠପଢା ହୋଇଛି । ସକାଳ ୭ରୁ ୯ ଟା ଯାଏଁ ନବମ ଓ ଏକାଦଶ ଏବଂ ୯ଟାରୁ ୧ଟା ପର୍ଯ୍ୟନ୍ତ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ପାଠପଢା ହୋଇଛି ।

    ତେବେ ଦିନ ଗୋଟାଏ ଢୁ ଢୁ ଖରା ସମୟରେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀ ମାନେ ଘରକୁ କିପରି ଫେରିବେ ସେନେଇ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ବିରୋଧ କରାଯାଇଛି । ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିସାରିଲାଣି । ଏବେରୁ ତତଲା କଡେଇରେ ରାଜ୍ୟର ଅଧିକାଂଶ ସହର ଭାଜି ହେଉଛି । ତେଣୁ କୋଭିଡ଼ ସାଙ୍ଗକୁ ଖରା ଓ ଅଂଶୁଘାତ ପ୍ରତିକାର ସ୍ବରୂପ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜିର ପରିବର୍ତ୍ତୀତ ସମୟରେ ଆହୁରି ପରିବର୍ତ୍ତନ କରିବାକୁ ଦାବୀ ହୋଇଛି । ସକାଳ ୬.୩୦ରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ବାଦଶ ପର୍ଯ୍ୟନ୍ତ ପାଠପଢା କରିବାକୁ ସେମାନେ ନିବେଦନ କରିଛନ୍ତି ।

    ସେପଟେ ଭଦ୍ରକ ଜିଲ୍ଲା ଗସ୍ତରେ କିଛି ସ୍କୁଲ ପରିଦର୍ଶନ କରି ସକାଳୁଆ ପାଠପଢାକୁ ଅନୁଧ୍ୟାନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।ଏବେ ସକାଳୁଆ ସ୍କୁଲ ରେ ଖରା ଅଡୁଆକୁ ନେଇ ବିଚାର ବିମର୍ଷ କରି ନିଷ୍ପତ୍ତି ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଅପରପଟେ ବାରମ୍ବାର ସ୍କୁଲ ପାଠପଢା ସମୟ ବଦଳିଲେ ୧୦୦ ଦିନିଆ ପାଠପଢ଼ା କଣ୍ଟରେ ବାଧା ଉପୁଜିବାର ସମ୍ଭାବନା ରହିଛି । ଏବେ ଅପେକ୍ଷା ଆଗାମୀ ଦିନରେ ବିଭାଗ କି ପଦକ୍ଷେପ ନେଉଛି ।

    Add Zee News as a Preferred Source
    TAGS:
    Morning School
    summer season
    problem
    Bhubaneswar
    Odisha news