କମିଲା 'ମୋ ବସ' ଭଡ଼ା
ସେହିପରି ଯାତ୍ରୀଙ୍କୁ ଖୁଚୁରା ସମସ୍ୟା ହେଉଥିବାରୁ ମୋ ବସର ଏସି ଏବଂ ନନ ଏସି ସେଗମେଣ୍ଟରେ ଦେୟକୁ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଯାତ୍ରୀମାନେ ୫, ୮, ୧୦, ୧୩, ୧୭ ଟଙ୍କା ଆଦି ଦେଉ ଥିବା ବେଳେ ଏବେ ୫, ୧୦, ୧୫, ୨୦ ଆଦି ଭାବେ ଦେୟ ଦେବେ ।
Trending Photos
)
ଭୁବନେଶ୍ୱର: କମିବ ମୋ ବସ ଭଡା । ଶୀତ ଦିନକୁ ଆଖି ଆଗରେ ରଖି ଆସନ୍ତା ଡିସେମ୍ବର ୧ରୁ ଏସି ବସର ଭଡ଼ା କମାଇବାକୁ କ୍ରୁଟ ସ୍ଥିର କରିଛି । ବର୍ତ୍ତମାନ ଏସି ବସ ଭଡାରେ 38 ପ୍ରତିଶତ ରିହାତି ଘୋଷଣା କରିଛି କ୍ରୁଟ । ଏସି ବସରେ ଡିସେମ୍ବର ୧ରୁ ଯାତାୟତ କଲେ ପ୍ରଥମ ୨ କିଲୋମିଟର ପାଇଁ ୮ ଟଙ୍କା ପରିବର୍ତ୍ତେ ୫ ଟଙ୍କା ଦେବାକୁ ପଡିବ । ଏସି ବସର ସର୍ବାଧିକ ଦେୟ ୧୦୦ ଟଙ୍କା ପରିବର୍ତ୍ତେ ୭୦ ଟଙ୍କା ରହିବ । ଏହି ବ୍ୟବସ୍ଥା ୨୦୨୦ ଜାନୁଆରୀ ୩୧ ଯାଏ ବଳବତ୍ତ ରହିବ ।
ସେହିପରି ଯାତ୍ରୀଙ୍କୁ ଖୁଚୁରା ସମସ୍ୟା ହେଉଥିବାରୁ ମୋ ବସର ଏସି ଏବଂ ନନ ଏସି ସେଗମେଣ୍ଟରେ ଦେୟକୁ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଯାତ୍ରୀମାନେ ୫, ୮, ୧୦, ୧୩, ୧୭ ଟଙ୍କା ଆଦି ଦେଉ ଥିବା ବେଳେ ଏବେ ୫, ୧୦, ୧୫, ୨୦ ଆଦି ଭାବେ ଦେୟ ଦେବେ । ଯାହା ଫଳରେ ଯାତ୍ରୀଙ୍କୁ ଆଉ ଖୁଚୁରା ସମସ୍ୟା ହେବ ନାହିଁ । ବସ ଭଡା ପରିବର୍ତ୍ତନରେ ଶତକଡା ୪୧ ଭାଗ ଏନଏସି ବସରେ ଯାଉଥିବା ଯାତ୍ରୀ ରିହାତି ପାଇବେ । ସେହିଭଳି ପାସ କରିଥିବା ଯାତ୍ରୀଙ୍କ ଭଡାକୁ ମଧ୍ୟ କମ କରାଯାଇଛି । ଭୁବନେଶ୍ୱର ପାସ କରିଥିବା ଯାତ୍ରୀମାନେ ନନ ଏସି ପାଇଁ ୬୦୦ଟଙ୍କା ବଦଳରେ ୫୫୦ ଟଙ୍କା ଦେବେ ଏବଂ ଏସି ବସ ପାଇଁ ୯୦୦ ଟଙ୍କା ବଦଳରେ ୭୫୦ ଟଙ୍କା ଦେବାକୁ ପଡ଼ିବ ।
ସେହିପରି ମ୍ୟାଜିକ ପାସ ପାଇଁ ନନ ଏସିରେ ୧୨୦୦ ଟଙ୍କା ବଦଳରେ ୧୧୦୦ ଟଙ୍କା ଦେବେ ଏବଂ ଏସି ପାଇଁ ୧୮୦୦ ଟଙ୍କା ବଦଳରେ ୧୫୦୦ ଟଙ୍କା ଦେବେ । ଯାତ୍ରୀଙ୍କୁ ସାଧାରଣ ପରିବହନ ବ୍ୟବସ୍ଥାର ଲାଭ ଦେବା ପାଇଁ ଖୁବ ଶୀଘ୍ର ଆହୁରି ମୋ ବସ ରାସ୍ତାକୁ ଆଣିବାକୁ କ୍ରୁଟ ଯୋଜନା କରୁଛି । ଖୁବ ଶୀଘ୍ର ୧୫୦ ନନ ଏସି ଏବଂ 50ଟି ଏସି ନୂଆ ବସ ରାସ୍ତାକୁ ଓହ୍ଲାଇବ ।
ବିଭିନ୍ନ ରୁଟର ଆବଶ୍ୟକତାକୁ ଦେଖି ଏହି ବସ ଚାଲିବ । ସେହିଭଳି ପୂର୍ବରୁ ଚାଲୁଥିବା ପୁରୁଣା ସିଟି ବସକୁ ମଧ୍ୟ ଚଳାଇବାକୁ ଯୋଜନା କରାଯାଇଛି । ୨୦୨୦ ମସିହାରେ ୮୦ ରୁ ୯୦ଟି ପୁରୁଣା ସିଟି ବସ ସହ ଆହୁରି ୧୦୦ ନୂଆ ବସ ରାସ୍ତାରେ ଗଡିବ । ଅନ୍ୟପକ୍ଷରେ ଇଲେକ୍ଟ୍ରିକ ବସ ପାଇଁ ମଧ୍ୟ ଡିସେମ୍ବର ୧୫ ତାରିଖ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ ହେବା ସହ ୬ ରୁ ୧୨ ମାସ ମଧ୍ୟରେ ୫୦ଟି ଇଲେକ୍ଟ୍ରିକ ବସ ଚାଲିବ ।