ସନ୍ଦେହ ଘେରରେ ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା

ଭୁବନେଶ୍ୱର ଆଇଆଇଟି ଅରଗୁଳର ଦ୍ୱିତୀୟ ବର୍ଷ କମ୍ପୁଟର ସାଇନ୍ସ ଛାତ୍ର ଚିରାଗ ମୃତ୍ୟୁ ପରେ ପରିବାରଙ୍କ ଉପସ୍ଥିତିରେ ତାଙ୍କର ପୋଷ୍ଟମର୍ଟମ କରାଯାଇଛି। ପୋଷ୍ଟମର୍ଟମ ପରେ ଚିରାଗଙ୍କ ମୃତ ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଚିରାଗଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାଲ ଲୋକେ

ସନ୍ଦେହ ଘେରରେ ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା

ସରୋଜ ବେହେରା, ଭୁବନେଶ୍ୱର: ଭୁବନେଶ୍ୱର ଆଇଆଇଟି ଅରଗୁଳର ଦ୍ୱିତୀୟ ବର୍ଷ କମ୍ପୁଟର ସାଇନ୍ସ ଛାତ୍ର ଚିରାଗ ମୃତ୍ୟୁ ପରେ ପରିବାରଙ୍କ ଉପସ୍ଥିତିରେ ତାଙ୍କର ପୋଷ୍ଟମର୍ଟମ କରାଯାଇଛି। ପୋଷ୍ଟମର୍ଟମ ପରେ ଚିରାଗଙ୍କ ମୃତ ଶରୀରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଚିରାଗଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାଲ ଲୋକେ।
 
ପାଠପଢାରେ ଚିରାଗ ଆଗୁଆ ଥିବା ବେଳେ ସେ କାହିଁକି ଆତ୍ମହତ୍ୟା କରିବେ ବୋଲି ଓଲଟା ପରିବାର ଲୋକେ ପ୍ରଶ୍ନ କରିଛନ୍ତି। ପୋଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ଅସଲ କଥା ପଦାକୁ ଆସିବ ବୋଲି ପରିବାର ଲୋକେ କହିଛନ୍ତି। ଘଟଣାରେ ପୋଲିସ ଏକ ଅପମୃକ୍ୟୁ ମାମଲା ରୁଜୁ କରି ମୃତ୍ୟର ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଚଲାଇଥିବା କହିଛନ୍ତି ଭୁବନେଶ୍ୱର ଡିସିପି।  ସେପଟେ ଚିରାଗଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଥିବା ବେଳେ ଏହା ଭୟରେ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ମଧ୍ୟ ଚର୍ଚା ଜୋର ଧରିଛି।  

ସୋମବାର ରାତିରେ ଚିରାଗ ମହାନଦୀ ହଷ୍ଟେଲ ଛାତକୁ ଯାଇଥିଲେ। ରାତି ୭.୪୫ ସମୟରେ  ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ତଳେ ପଡିଥିବା ବେଳେ ଉଦ୍ଧାର କରାଯାଇଥିଲା। ଯାହାକୁ ନେଇ  ଆଇଆଇଟି ଅରଗୁଳ କର୍ତ୍ତୃପକ୍ଷ ଅଡ଼ୁଆରେ ପଡିଛନ୍ତି।ହେଲେ ପୋଲିସ ଘଟଣାର ତଦନ୍ତ ଚାଲିଥିବା ବେଳେ ଏ ସବୁ ଉପରେ କିଛି କହିବା ଠିକ୍ ହେବ ନାହିଁ ବୋଲି ଆଇଆଇଟି କର୍ତୃପକ୍ଷ କହିଛନ୍ତି।