close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ @ ୭୪, ଜାଣନ୍ତୁ କଣ ପାଇଁ ଏ ବର୍ଷ ଜନ୍ମଦିନ ନ ପାଳିବାକୁ ନିଷ୍ପତ୍ତି ନେଲେ ନବୀନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଅ ପରିଚୟରୁ ବିକାଶ ପୁରୁଷ ଭାବେ ପରିବର୍ତ୍ତିତ ହୋଇଯାଇଛନ୍ତି। ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ରାଜ୍ୟ ରାଜନୀତିରେ ଶୂନ୍ୟସ୍ଥାନ ପୂରଣ କରିବାକୁ ନବୀନ ହଁ ଭରିଥିଲେ।  ତେବେ ତାହା ପରଠାରୁ ନବୀନଙ୍କ ନେତୃତ୍ୱରେ ବିଜେଡି କେବେ ପଛକୁ ଫେରିନାହିଁ। ରାଜନୀତିରେ ମାଷ୍ଟରଷ୍ଟ୍ରୋକ୍ ତଥା ତୃଣମୂଳସ୍ତରର ଲୋକଙ୍କ ତାଙ୍କ ପ୍ରତି ଅଗାଢ ଭଲ ପାଇବା ହିଁ ନବୀନଙ୍କୁ ଦେଇଛି ଭିନ୍ନ ପରିଚୟ। ସବୁଠି ସବୁବେଳେ ବିଜୟର ଟୀକା ପିନ୍ଧଛି ନବୀନଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ। 

  ଲୋକପ୍ରିୟ ମୁଖ୍ୟମନ୍ତ୍ରୀ @ ୭୪, ଜାଣନ୍ତୁ କଣ ପାଇଁ ଏ ବର୍ଷ ଜନ୍ମଦିନ ନ ପାଳିବାକୁ ନିଷ୍ପତ୍ତି ନେଲେ ନବୀନ
cm nabeen

ଭୁବନେଶ୍ୱର: ଏହାକୁ ହିଁ କହନ୍ତି ଛାଇଯିବା। ଶାସନଗାଦିରେ ବସିଥିବା ବ୍ୟକ୍ତି ହୃଦୟରେ ରାଜ୍ କରିବା। ନେତା ଯେବେ ଜନତାଙ୍କ ହିରୋ ବନିଯାନ୍ତି , ଯାହାର ଲୋକପ୍ରିୟତା ସିଲଭର ସ୍କ୍ରିନର ନାୟକମାନଙ୍କୁ ମଧ୍ୟ ପଛରେ ପକାଏ, କିଛି ସେମିତି ହିଁ ବ୍ୟକ୍ତିତ୍ୱ ପାଲଟିଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଅ ପରିଚୟରୁ ବିକାଶ ପୁରୁଷ ଭାବେ ପରିବର୍ତ୍ତିତ ହୋଇଯାଇଛନ୍ତି। 

୧୯୪୬ ଆଜିର ଦିନରେ ହିଁ କଟକର ଆନନ୍ଦ ଭବନରେ ଜ୍ଞାନ ପଟ୍ଟନାୟକ ଔରସରୁ ଜନ୍ମ ନେଇଥିଲେ ନବୀନ। ହେଲେ କିଏ ଜାଣିଥିଲା, ସେଦିନର ସେହି ଶିଶୁଟି ଓଡ଼ିଶାର ଇତିହାସ ବଦଳାଇ ଦେବ।  ଜଗନ୍ନାଥ ଧାମ ଅଥବା କେବିକେର କଳା କାହାଣୀ ପାଇଁ ଜଣାଶୁଣା ଥିବା ଓଡ଼ିଶା ଆକାଶରେ ବିକାଶର ଇନ୍ଦ୍ରଧନୁ ବୁଣି ଦେବ? ୨୦୦୦ରେ ନବୀନ ଯେତେବେଳେ ଶାସନଗାଦିରେ ବସିଲେ ସେତେବେଳେ ଆର୍ଥିକ ଦୃଷ୍ଟିକୋଣରୁ ଯୁଝୁଥିଲା ଆମ ରାଜ୍ୟ। ମହାବାତ୍ୟାର ଶକ୍ତାଘାତରେ ଲହୁଲୁହାଣ ହୋଇଯାଇଥିଲା। ତେବେ ବିକାଶର ଗଙ୍ଗା ବୁହାଇବା ସହ କୃଷିକ୍ଷେତ୍ରରୁ ସଫ୍ଟୱେର୍, ରାସ୍ତାଘାଟ ଠାରୁ ସାମାଜିକ ସୁରକ୍ଷା, ନବୀନଙ୍କ ଶାସନ ଯୋଗୁଁ ହିଁ ସାରା ଦେଶରେ ଏବେ ସ୍ୱତନ୍ତ୍ର ମାନ୍ୟତା ସହ ଉଭା ହୋଇଛି ଓଡ଼ିଶା। ୨୦ ବର୍ଷର ଶାସନ ମଧ୍ୟରେ ଜଣେ ଅଭିଜ୍ଞ, ସ୍ୱଚ୍ଛ ରାଜନେତା ସହ ନବୀନଙ୍କୁ ମିଳିଛି ଶ୍ରେଷ୍ଠ ପ୍ରଶାସକର ମାନ୍ୟତା ।  

ତେବେ ଇତିହାସର ଫର୍ଦ୍ଦ ଓଲଟାଇଲେ, ଓଡ଼ିଶାର ମାଟି, ଚାଲିଚଳଣ ସହ ଏତେଟା ଅଭ୍ୟସ୍ତ ନଥିବା ନବୀନ ବାଧ୍ୟବାଧକତାରେ ରାଜନୀତିକୁ ଆସିଥିଲେ। ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ରାଜ୍ୟ ରାଜନୀତିରେ ଶୂନ୍ୟସ୍ଥାନ ପୂରଣ କରିବାକୁ ନବୀନ ହଁ ଭରିଥିଲେ।  ତେବେ ତାହା ପରଠାରୁ ନବୀନଙ୍କ ନେତୃତ୍ୱରେ ବିଜେଡି କେବେ ପଛକୁ ଫେରିନାହିଁ। ବିଧାନସଭା, ଲୋକସଭା ହେଉ କି ପଂଚାୟତ, ପୌର ନିର୍ବାଚନ। ସବୁଠି ସବୁବେଳେ ବିଜୟର ଟୀକା ପିନ୍ଧଛି ନବୀନଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ। କଥା କମ୍, କାମ ବେଶୀର ସ୍ଲୋଗାନ ହେଉ କି ଓଡ଼ିଶା ପାଇଁ ତାଙ୍କ ଦୂରଦୃଷ୍ଟି, ଦୁର୍ନୀତି ବିରୋଧି ପଦକ୍ଷେପ ହେଉ କି ନିଜର ସ୍ୱଚ୍ଛ ଭାବମୂର୍ତୀ, ଏସବୁ ନବୀନଙ୍କୁ କରିଛି ନମ୍ବର ୱାନ। ରାଜନୀତିରେ ମାଷ୍ଟରଷ୍ଟ୍ରୋକ୍ ତଥା ତୃଣମୂଳସ୍ତରର ଲୋକଙ୍କ ତାଙ୍କ ପ୍ରତି ଅଗାଢ ଭଲ ପାଇବା ହିଁ ନବୀନଙ୍କୁ ଦେଇଛି ଭିନ୍ନ ପରିଚୟ। ଯୁବବର୍ଗଙ୍କ ଉପରେ ତାଙ୍କର ଭରସା ହେଉ କି ତାଙ୍କର ଟିମ୍ ୱାର୍କ, ଟ୍ରାନ୍ସପରେନ୍ସୀ, ଟେକ୍ନୋଲୋଜିର ମନ୍ତ୍ର , ସବୁଠି ନବୀନ ଛାଡ଼ିଛନ୍ତି ତାଙ୍କର ଛାପ।  

 ତେବେ ଏଥର ଜନ୍ମଦିନ ବାତ୍ୟା ଫୋନି ଯୋଗୁଁ ପାଳିବେ ନାହିଁ ବୋଲି ଯଦିଓ ନବୀନ ଘୋଷଣା କରିଛନ୍ତି, ହେଲେ ତାଙ୍କର ହଜାର ହଜାର ସମର୍ଥକ, ଦଳୀୟ ନେତା ଓ କର୍ମୀଙ୍କ ଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ, ସରକାରୀ କର୍ମଚାରୀ ସବୁଠୁ ଛୁଟିଛି ଅଭିନନ୍ଦନର ସୁଅ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିବସରେ ଜୀ ଓଡିଶା ପକ୍ଷରୁ ମଧ୍ୟ ଅନେକ ଅଭିନନ୍ଦନ।