close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ରାଜନୀତି ପଶାପାଲିର ସେ ସୁପ୍ରିମୋ, ଜାଣନ୍ତୁ ୨୦ବର୍ଷରେ ନବୀନଙ୍କ ୨୦ଟି ବଡ଼ ସଫଳତା

ସେ ଓଡ଼ିଶାର ବିଶ୍ୱାସ। ସରଳତା ତାଙ୍କର ବଡ଼ ସମ୍ପତ୍ତି। ସ୍ୱଚ୍ଛତା ତାଙ୍କର ବଡ଼ ଅସ୍ତ୍ର। ସେ ଜାଣିନାହାନ୍ତି ପରାଜୟର ପରିଭାଷା। ରାଜନୈତିକ ଆକାଶର ସେ ମେଗାଷ୍ଟାର୍। ଦେଶର ଏକମାତ୍ର ଆଦର୍ଶ ମୁଖ୍ୟମନ୍ତ୍ରୀ

ରାଜନୀତି ପଶାପାଲିର ସେ ସୁପ୍ରିମୋ, ଜାଣନ୍ତୁ ୨୦ବର୍ଷରେ  ନବୀନଙ୍କ ୨୦ଟି ବଡ଼ ସଫଳତା

ଭୁବନେଶ୍ୱର: ନମ୍ର ଆଚରଣ, କମ୍ କଥା, କାମ ବେଶୀ। ଏତେ କମ୍ କଥା ହୁଅନ୍ତି ଯେ, ସମାଲୋଚକମାନେ ତାଙ୍କୁ କିଛି ଜାଣିନାହାନ୍ତି ବୋଲି କହନ୍ତି। କମ୍ କଥା କୁହନ୍ତି ସତ, ହେଲେ ରାଜ୍ୟବାସୀଙ୍କ ପାଇଁ ଅନେକ କାମ କରି ନିଜର ପରାକାଷ୍ଠା ଦେଖାଇସାରିଛନ୍ତି। ଆଦର୍ଶ ମୁଖ୍ୟମନ୍ତ୍ରୀ, ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପୁରସ୍କାର ସାଙ୍ଗକୁ ରାଜ୍ୟ ସରକାରକୁ ଦେଶ ବିଦେଶରୁ ସମ୍ବର୍ଦ୍ଧନାର ସୁଅ। ରାଜନୈତିକ ପରିବାରରେ ଜନ୍ମ ହୋଇ ମଧ୍ୟ ରାଜନୀତିରେ କମ୍ ରୁଚି ରଖୁଥିବା, ନ୍ୟୁୟର୍କର ହାଇ ସୋସାଇଟିରୁ ସିଧାସଳଖ ରାଜନୈତିକ ମଇଦାନକୁ ଲମ୍ଫ ଦେଇ ଜଣେ ସଫଳ ରାଜନେତା ବନିଥିବା ଓଡ଼ିଶାର ଲଗାତାର ୧୯ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କ ଠାରୁ ସେ ପାଇଛନ୍ତି ହିରୋର ଆଖ୍ୟା।  ତେବେ ଆସନ୍ତୁ ଜାଣିବା ନବୀନଙ୍କ ୨୦ବର୍ଷ ଶାସନ କାଳର ତାଙ୍କ ୨୦ ସଫଳତା ଉପରେ। 

୧. ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା
୧୦ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ୧୯୯୯ ମହାବାତ୍ୟାରେ। ପ୍ରକୃତିର ଏହି ବିଭୀଷିକା ପରେ ରାଜ୍ୟର କ୍ଷମତା ସମ୍ଭାଳିଥିଲେ ନବୀନ ପଟ୍ଟନାୟକ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଦୃଢସଂକଳ୍ପ ଥିଲେ। ମିଶନ ଜିରୋ କାଜୁଆଲିଟି ପାଇଁ ପଣ କରି ପ୍ରଶାସକୁ ସଜାଗ କରିବା ସହ ଭିତିଭୂମିକୁ ଗୁରୁତ୍ୱ ଦେଇଥିଲେ। ଏବେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଜାତିସଂଘ ଦ୍ୱାରା ସ୍ୱୀକୃତ ହେବା ସହ ସାରା ବିଶ୍ୱରେ ଓଡ଼ିିଶା ଉଦାହରଣ ପାଲିଟିଛି ।
୨. ପୁଂଜି ନିବେଶ ପାଇଁ ଓଡ଼ିଶା ସର୍ବୋକୃଷ୍ଠ
ଦିନେ ଦ୍ୱିତୀୟ ଶିଳ୍ପ କାରଖାନାର ସ୍ୱପ୍ନ ଦେଖୁଥିବା ଓଡ଼ିଶାରେ ଏବେ ବିଶ୍ୱର ନାମୀ ନାମୀ କମ୍ପାନୀର କାରଖାନା ପ୍ରତିଷ୍ଠିତ। କେବଳ ଖଣିଜ ଶିଳ୍ପ ନୁହେଁ, ରାଜ୍ୟରେ ପୁଜି ନିବେଶ ପାଇଁ ୬ଟି ଫୋକସ୍ ଏରିଆ ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ ସରକାର। ମେକ୍ ଇନ୍ ଓଡ଼ିିଶା ବିଶ୍ୱ ପୁଂଜି ଦରବାରରେ ସଫଳତା ଆଣିଛି । ଅନେକ ନିବେଶ ଆସିଛି, କାରଖାନା ହୋଇଛି, କର୍ମ ନିଯୁକ୍ତି ବଢିଛି । ସରକାରଙ୍କ ଭିଜନ୍ ୨୦୩୦ ଜରିଆରେ ଆଗକୁ ୫ଲକ୍ଷ କୋଟି ଟଙ୍କାର ପୁଂଜି ନିବେଶ ଆସିବ। ସାରା ଦେଶରେ ଓଡ଼ିିଶା ରାଜ୍ୟକୁ ପୁଂଜିପତିମାନେ ସର୍ବୋକୃଷ୍ଠ ବୋଲି ବାଛି ସାରିଲେଣି ।
୩. ବିମାରୁ ରାଜ୍ୟ ଟ୍ୟାଗରୁ ମୁକ୍ତି
ଅର୍ଥନୈତିକ, ସାମାଜିକ, ବିକାଶ ଦୃଷ୍ଟି କୋଣରୁ ଓଡ଼ିିଶା ପଛୁଆ ରାଜ୍ୟ ଭାବେ ଜଚ୍ଚାଶୁଣା ଥିଲା। ଓଡ଼଼ିଶାକୁ ଲାଗିଥିଲା ବିମାରୁ ଟ୍ୟାଗ, ଅର୍ଥ ଦୁର୍ବଳ ରାଜ୍ୟ। ହେଲେ ଆଜି ସ୍ଥିତି ଅନେକ ବଦଳିଛି । ସରକାରୀ କର୍ମଚାରୀଙ୍କ ଦରମା ପାଇଁ ଓଭର ଡ଼୍ରାଫ୍ଟ ସ୍ଥିତିରୁ ମାସର ଶେଷ ଦିନରେ ଦରମା ଦେବାକୁ ନିଷ୍ପତି ନେଇ ରେକର୍ଡ଼ କରିଛି ନବୀନ ସରକାର। ଦୁର୍ବଳ ଟ୍ୟାଗରୁ ମୁକ୍ତି ମଳିଛି। ଏବେ ସବଳ ରାଜ୍ୟ ସହ ଟକ୍କର ଦେଉଛି ଓଡ଼ିଶା ।
୪. ଗୁରୁପ୍ରିୟା-ବିକାଶର ସେତୁ
ଯେଉଁ ଅଂଚଳକୁ ପ୍ରଶାସନ ଯିବା ପାଇଁ ଡ଼ରୁଥିଲା। ସରକାରୀ ଯୋଜନା ଅପହଂଚ ଥିଲା।  ଯାହାକୁ ମାଓବାଦୀମାନେ ନିଜ ଆଡ୍ଡା ସ୍ଥଳ ଭାବି ଅପହୃତ ଜିଲ୍ଲାପାଳଙ୍କୁ ପ୍ରଜା କୋର୍ଟରେ ହାଜର କରିଥିଲେ, ଯାହା ସାରା ରାଜ୍ୟରେ ବିଚ୍ଛିନାଂଚଳ ଭାବେ ପରିଚିତ ଥିଲା, ସେଠାରେ ଏବେ ଚିତ୍ର ବଦଳିଛି । ସରକାରୀ ଯୋଜନା ସାଙ୍ଗକୁ ସରକାରୀ ବାବୁ ମାନେ ପ୍ରତିଦିନ ଲୋକଙ୍କ ସହ ଯୋଡ଼ି ହୋଇଛନ୍ତି। ବିକାଶର ବାର୍ତା ଏମାନଙ୍କ ପାଖରେ ପହଂଚିଛି। ଏସବୁ ସମ୍ଭବ ହୋଇପାରିଛି ମାଲକାନାଗିରି ଜିଲ୍ଲାର ଗୁରୁପ୍ରୀୟା ସେତୁ।  ଅନେକ ବାଦ ବିବାଦ, ପ୍ରତିକୂଳ ପରିସ୍ଥିତି ମଧ୍ୟରେ ନବୀନ ସରକାର ଏହି ସେତୁ ନିର୍ମାଣ କରି ବିକାଶର ସେତୁ ବାନ୍ଧିଛନ୍ତି ।
୫. ବିଶ୍ୱକପ୍ ହକି-ଭୁବନେଶ୍ୱରକୁ କ୍ରୀଡ଼ା ହବ୍  ପରିଚୟ
ବିଶ୍ୱ ଆଥ୍ଲେଟିକ ଚମ୍ପିୟନସିପ୍ ହେଉ କି ବିଶ୍ୱ କପ୍ ହକି, ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ଏବେ ସାରା ବିଶ୍ୱରେ ପରିଚିତ। ଜାତୀୟ ହକି ଟିମ୍ ପାଇଁ କଳିଙ୍ଗ ଷ୍ଟାଡ଼ିୟମ ପାଲିଟିଛି ଲକି ଭେନ୍ୟୁ। ଓଡ଼ିଶା ସରକାର ପୁରୁଷ ଓ ମହିଳା ହକି ଟିମ୍ ର  ମୁଖ୍ୟ ପ୍ରୟୋଜକ ସାଜି ସାରା ବିଶ୍ୱରେ ହକି ଖେଳ ପ୍ରତି ଓଡ଼ିିଶାର ଭଲ ପାଇବା ଦେଖାଇଛନ୍ତି। କଳିଙ୍ଗ ଷ୍ଟାଡ଼ିୟମ ଭିତିଭୂମିର ଆଖି ଝଲସା ପରିବର୍ତନ ସାଙ୍ଗକୁ ବିଶ୍ୱର ନାମୀଦାମୀ ଖେଳାଳୀ ଓ ବ୍ୟକ୍ତିତ୍ୱଙ୍କ ପ୍ରଶଂସା ଭୁବନେଶ୍ୱରକୁ ଦେଶର କ୍ରୀଡ଼ା ହବ୍ ଭାବେ ପରିଚୟ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରୀଡ଼ା ପ୍ରତି ଥିବା ଅଙ୍ଗୀକାର ବଦ୍ଧତା ଯୋଗୁଁ ଏହା ସମ୍ଭବ ହୋଇଛି ।
୬. ଟଙ୍କିକିଆ ଚାଉଳ-ଗରିବଙ୍କ ପେଟକୁ ଦାନା
ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଲାଗାତାର କିଛି ବର୍ଷ ହେଲା ଦେଇଆସୁଛି । ନିଜେ ଆର୍ଥୀକ ବୋଝ ସହି ଲୋକଙ୍କ ମୁହଁରେ ଦାନା ଦେଇଛିି ନବୀନ ସରକାର। ରେସନ କାର୍ଡ଼ ସହ ଆଧାର ସଂଯୋଗ କରି ସ୍ୱଚ୍ଛତାର ଆଉ ଏକ ଦିଗ ଦର୍ଶାଇଛି ସରକାର। ଟଙ୍କିକିଆ ଚାଉଳ ନବୀନ ପଟ୍ଟନାୟକ ସରକାର ଏବ ପ୍ରମୁଖ ସଫଳତା ।
୭. ମୋ ସରକାର-ଦେଶରେ ପ୍ରଥମ
ନବୀନ ପଟ୍ଟନାୟକ ପଂଚମ ପାଳିରେ ଆରମ୍ଭ କରିଛନ୍ତି ନୂଆ ଯୋଜନା ‘ମୋ ସରକାର’। ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ଆନ୍ତରିକ ଉଦ୍ୟମ ଆରମ୍ଭ ହୋଇଛି। ଲୋକଙ୍କ ସେବାରେ ଅବହେଳା କଲେ ସରକାରୀ ବାବୁମାନଙ୍କୁ ଦଣ୍ଡ ଦେଇ ନବୀନ ପଟ୍ଟନାୟକ ଲୋକଙ୍କ ଅଧିକ ପ୍ରିୟ ହେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଭାଷାରେ ଗଣତନ୍ତ୍ରରେ ଲୋକେ ହିଁ ସର୍ବଶ୍ରେଷ୍ଠ ।
୮. ମିଶନ ଜିରୋ ଟଲେରେନ୍ସ
ସ୍ୱଚ୍ଛ ଭାବମୂର୍ତୀ ନବୀନ ପଟ୍ଟନାୟକଙ୍କ ସଫଳତାର ଭିତିରି ରହସ୍ୟ। ୨୦୧ର୍ଷ ଶାସନ ମଧ୍ୟରେ କେହି ତାଙ୍କ ଆଡ଼କୁ ଅଙ୍ଗୁଳି ଉଠାଇନାହାନ୍ତି।  ଦୁର୍ନୀତିର ଛାଇ ପଡ଼ିଲେ ବି ମନ୍ତ୍ରୀମାନଙ୍କୁ ବଳି ପକାଇଛନ୍ତି। ପଂଚମ ପାଳିରେ ଆହୁରି ଅଧିକ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ନବୀନ। ଦୁର୍ନୀତିଖୋରଙ୍କୁ ଚାକିରୀରୁ ବାହାର କରିବାକୁ ମଧ୍ୟ ପଛାଇନାହାନ୍ତି । ମିଶନ ଜିରୋ ଟଲେରେନ୍ସକୁ ଅଧିକ ତତ୍ପର କରିଛନ୍ତି ।
୯. ସ୍ୱଚ୍ଛ ରାଜନୀତି
ସ୍ୱଚ୍ଛ ରାଜନୀତି ହେଉଛି ନବୀନଙ୍କ ସବୁଠାରୁ ବଡ଼ ସଫଳତା, ଯାହା ତାଙ୍କ ବ୍ୟକ୍ତିତ୍ୱକୁ ଶିଖରରେ ପହଂଚାଇପାରିଛି। ଲୋ ପ୍ରୋଫାଇଲ ପଲିଟିସିଆନ୍ ଏବଂ କ୍ଲିନ ଇମେଜ୍ ଭାବେ ଓଡ଼ିଶାବାସୀଙ୍କ ପାଖରେ ବେଶ୍ ପରିଚିତ ନବୀନ ।
୧୦. ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
ନିଜେ ନିଜ ଦମ୍ ରେ  କେନ୍ଦ୍ର ସରକାରଙ୍କ ଯୋଜନାକୁ ପଛରେ ପକାଇ ଆରମ୍ଭ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ପରିବାର ମହିଳାଙ୍କ ପାଇଁ ୭ଲକ୍ଷ ଟଙ୍କା ଓ ଅନ୍ୟମାନଙ୍କ ପାଇଁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ସହ ସରକାରୀ ଡ଼ାକ୍ତରଖାନାରେ ଚେକ୍-ଅପ୍ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ, ବିଭିନ୍ନ ପରୀକ୍ଷା ଠାରୁ ଆରମ୍ଭ କରି ଅପରେସନ୍ ପର୍ଯ୍ୟନ୍ତ ସବୁ କିଛି ମାଗଣାର ବ୍ୟବସ୍ଥା କରିଛନ୍ତି। ୭୦ଲକ୍ଷ ପରିବାର ଏହାର ଫାଇଦା ନେଉଛନ୍ତି। ସ୍ୱାସ୍ଥ୍ୟ ହିଁ ସମ୍ପଦ ଏହି ସ୍ଲୋଗାନକୁ ଆଗକୁ ବଢାଇଛନ୍ତି ନବୀନ ପଟ୍ଟନାୟକ ।
୧୧. ମହିଳା ସଶକ୍ତୀକରଣ ପାଇଁ ପାଦେ
ମହିଳାମାନଙ୍କୁ ଅଧିକ କ୍ଷମତା ଦେଇଛନ୍ତି ନବୀନ ସରକାର । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସରକାରର ସହଭାଗିତା ଭାବେ ଗ୍ରହଣ କରିଛନ୍ତି। ବିଭିନ୍ନ ପ୍ରକାର ସରକାରୀ ଯୋଜନାରେ ସିଧାସଳଖ ସାମିଲ କରିଛନ୍ତି। ୨୦୦୧ରେ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ମିଶନ ଶକ୍ତି ଯୋଜନା ଏବେ ଏକ ବିପ୍ଳବରେ ପରିଣତ ହୋଇଛି। ମହିଳାମାନେ ସବୁ ଆଡ଼ୁ ସଶକ୍ତ ହୋଇଛନ୍ତି। ଧାନ କିଣା ହେଉ କି ଚାଷ କାମ, ବିଦ୍ୟାଳୟ ପରିଚାଳନା ହେଉ କି ସଫେଇ ଅଭିଯାନ, ବ୍ୟବସାୟ ହେଉ କି ଆତ୍ମ ନିଯୁକ୍ତି, ନବୀନଙ୍କ ଦ୍ୟଢ ଉଚ୍ଛାଶକ୍ତି ଯୋଗୁଁ ମହିଳାମାନେ ଆତ୍ମ ନିର୍ଭରଶୀଳ ହୋଇଛନ୍ତି । 
୧୨. ମହିଳାଙ୍କ ପାଇଁ ୩୫ ପ୍ରତିଶତ
ନିର୍ବାଚନ ରାଜନୀତିରେ ମହିଳାମାନଙ୍କୁ ସେମାନଙ୍କ ହକ୍ ଦେଇଛନ୍ତି ନବୀନ ପଟ୍ଟନାୟକ। ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ହେଉ କି ପୌର ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ କରି ରାଜନୀତିରେ ସେମାନଙ୍କୁ ସମାନ ଅଧିକାର ଦେଇଛନ୍ତି। ବିଧାନସଭା ଓ ଲୋକସଭା ନିର୍ବାଚନରେ ୩୫ ପ୍ରତିାତ ସଂରକ୍ଷଣର ମୁଳଦୂଆ ପକାଇଛନ୍ତି ନବୀନ। ଯାହା ସାରା ଦେଶରେ ପ୍ରଶଂସା ସାଉଁଟିବା ସହ ସବୁ ରାଜନୈତିକ ଦଳର ସମର୍ଥନ ପାଇଛି। ନବୀନଙ୍କ ପରିଚାଳିତ ବିଜୁ ଜନତା ଦଳ ମଧ୍ୟ ଏହା କରି ଦେଖାଇଛି ।
୧୩. ମମତା-ସାରା ଦେଶ ପାଇଁ ଉଦାହରଣ 
ଡ଼ାକ୍ତରଖାନାରେ ପ୍ରସବ ସୁନିଶ୍ଚିତ କରିବାକୁ ନବୀନ ସରକାର ଆରମ୍ଭ କରିଥିବା ମମତା ଯୋଜନାକୁ କେନ୍ଦ୍ର ସରକାର ଆପଣେଇଛନ୍ତି। ଗର୍ଭବତୀ ସମୟରେ ସୁଷମ ଖାଦ୍ୟ ଓ ଡ଼ାକ୍ତରୀ ଚିକିତ୍ସା ପାଇଁ ଆର୍ଥୀକ ସହାୟତା ସହ ଜନ୍ମ ହେବା ପରେ ଶିଶୁର ଖାଦ୍ୟ ଓ ଔଷଧ ପାଇଁ ଆର୍ଥୀକ ସହାୟତା ଯୋଗାଇଦେବା ର ବ୍ୟବସ୍ଥା କରି ନବୀନ ସାରା ଦେଶକୁ ନୂଆ ଦିଶା ଦେଖାଇଛନ୍ତି। ମମତା ଯୋଜନା ଖୁବ୍ ପ୍ରଶଂସିତ ହେବା ସହ ଏହା ନବୀନ ସରକାରଙ୍କ ଏକ ପ୍ରମୁଖ ସଫଳତା ।
୧୪. ସ୍ୱଚ୍ଛ ଖଣି କାରବାର ପାଇଁ ଆଇଥ୍ରୀଏମ୍ଏସ୍
ଆଇନ ଖଣି କାରବାରର ଅଭିଯୋଗ ପରେ ଏହି ଟ୍ୟାଗରୁ ମୁକୁଳିବା ପାଇଁ ନବୀନ ସରକାର ଦୃଢ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ଖଣି କାରବାରକୁ ଅନ୍ଲାଇନ୍ ଜରିଆରେ ଚଳାଉଛନ୍ତି। ଏଥିପାଇଁ ଆପଣେଇଥିବା ଆଇଥ୍ରୀଏମ୍ଏସ୍ Integrated Mines and Mineral Management System (i3MS) ଦେଶର ସମସ୍ତ ଖଣି ଥିବା ରାଜ୍ୟ ଆପଣାଇବା ସହ କେନ୍ଦ୍ର ସରକାର ଏହାର ଭୁୟସୀ ପ୍ରଶଂସା କରିଛନ୍ତି। ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏପରି ବ୍ୟବସ୍ଥା କରି ସଫଳତାର ସହ ଜାରି ରଖିଛି ।
୧୫. ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା
ବିଭିନ୍ନ ସହରରେ ବସବାସ କରୁଥିବା ବାସହରା ଦିନ ମଜୁରିଆଙ୍କ ପାଇଁ ନବୀନ ଭଗବାନଙ୍କ ଅବତାର ସାଜିଛନ୍ତି । ନିଜ ପେଟ ପାଟଣା ପାଇଁ ଖଣ୍ଡେ ପଲିଥିନ ତଳେ, ବସ୍ତିରେ ଜୀବନ ବିତାଉଥିବା ବସ୍ତିବସିନ୍ଦାକଙ୍କୁ ନବୀନ ପଟ୍ଟନାୟକ ଦେଇଛନ୍ତି ଜମି ଅଧିକାର। ସ୍ଥାୟୀ ପଟ୍ଟା ଦେବା ସହ ସେମାନଙ୍କୁ ଦେଇଛନ୍ତି ଗର୍ବର ସହ ବଂଚିବାର ଅଧିକାର। ଯାହାକୁ ନେଇ ସାରା ବିଶ୍ୱରେ ନବୀନଙ୍କ ଚର୍ଚ୍ଚା ହୋଇଛି ।
୧୬. ଅଭାବୀ ରାଜ୍ୟରୁ ବଳକା ରାଜ୍ୟ
ଦିନେ ଭୋକର ଭୂଗୋଳ ଟ୍ୟାଗ ଲାଗିଥିବା ପଛୁଆ କଳାହାଣ୍ଡି ଜିଲ୍ଲା ଏବେ ବିକଶିତ। ଧାନ ଉତ୍ପାଦନରେ ସାରା ରାଜ୍ୟରେ ଆଗୁଆ ଜିଲ୍ଲାରେ ପରିଶତ ହୋଇଛି। ଅଭାବୀ ରାଜ୍ୟରୁ ଏବେ ବଳକା ରାଜ୍ୟ ଭାବେ ପରିଚୟ ପାଇଛି ଓଡ଼ିିଶା। ଚାଷୀଙ୍କ ବହୁବିଧ ଉନ୍ନତି ପାଇଁ ନବୀନ ସରକାରଙ୍କ ବିଭିନ୍ନ ପଦକ୍ଷେପ ରାଜ୍ୟକୁ ଏଭଳି ସ୍ଥିତିରେ ପହଂଚାଇପାରିଛି । ଲଗାତାର ଧାନ ଉତ୍ପାଦନରେ କୃଷି କର୍ମଣ ପୁରସ୍କାର ପାଇ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
୧୭. କଚ୍ଚାଘରକୁ ପକ୍କାଘରରେ ପରିଣତ କରିବାରେ ରେକର୍ଡ଼
କେହି ଛାଳଛପର ଘରେ ରହିବେ ନାହିଁ। ସମସ୍ତଙ୍କୁ ମିଳିବ ପକାଁଘର। କେନ୍ଦ୍ରୀୟ ଯୋଜନାରେ ବାଦ୍ ପଡ଼ିଲେ ବି ରାଜ୍ୟ ସରକାର ନିଜସ୍ୱ ଖର୍ଚ୍ଚରୁ ଦେବେ ପକ୍କା ଘର। ସେହି ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ବିଜ ପକ୍କା ଘର ଯୋଜନା । ଏବେ ସୁଦ୍ଧା ପ୍ରାୟ ୧୯ଲକ୍ଷ ଘର ସରିଥିବା ବେଳେ ଆଗକୁ ଆଉ ୩୦ଲକ୍ଷ ପକାଁଘର ତିଆରି କରିବାକୁ ଯୋଜନା କରିଛନ୍ତି ନବୀନ ସରକାର।
୧୮. ବିଜୁ ସେତୁ ଓ ବିଜୁ ଏକ୍ସପ୍ରେସ ୱେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଭିତିଭୂମି ସାଙ୍ଗକୁ ଗମନାଗମନ ଉପରେ ଗୁରୁତ୍ୱ ଦେଇଛନ୍ତି। ଗାଁକୁ ଗାଁ ଯୋଡ଼ିବାରେ ହେଉ ବି ଗାଁକୁ ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟ ସହ ଯୋଡ଼ିବା ହେଉ ସବୁଠି ନିର୍ମାଣ ହେଉଛି ଚକଚକିଆ ରାସ୍ତା ଆଉ ସେତୁ। କେନ୍ଦ୍ରୀୟ ଯୋଜନା ପର୍ଯ୍ୟାପ୍ତ ହେଉନଥିବାରୁ ନବୀନ ସରକାର ନିଜସ୍ୱ ଅର୍ଥରେ ଆରମ୍ଭ କରିଛନ୍ତି ବିଜୁ ସେତୁ ଯୋଜନା ଆଉ ବିଜୁ ଏକ୍ସପ୍ରେସୱେ ଯୋଜନା ।
୧୯. ଜଳସେଚନରେ ଆଗୁଆ
ଯଦିଓ ହୀରାକୁଦ ପରେ ରାଜ୍ୟରେ ଆଉ ବୃହତ ଡ଼୍ୟାମ ହୋଇପାରିନାହିଁ, ହେଲେ ଜଳସେଚନ କ୍ଷେତ୍ରରେ ନବୀନ ସରକାର ଆଗରେ ଅଛନ୍ତି। ବିଭିନ୍ନ ଜରିଆରେ ଚାଷୀର ବିଲ ମୁଣ୍ଡରେ ପାଣି ପହଂଚାଇବା ପାଇଁ ଅନେକ ଯୋଜନା କରିଛନ୍ତି ନବୀନ ସରକାର।
୨୦. ସାଢେ ଚାରିକୋଟି ମୋ ପରିବାର-ଜନ୍ମରୁ ମୃତ୍ୟୁ ଯାଏଁ ଯୋଜନା
ଗରିବ ଖଟିଖିଆ ହୁଅନ୍ତୁ କି ଶ୍ରମଜିବୀ, ପୁଣି କୃଷକ ହୁଅନ୍ତୁ କି ସରକାରୀ କର୍ମଚାରୀ । ସ୍ୱୟଂ ସହାୟକ ଗୋଷ୍ଠୀ ହୁଅନ୍ତୁ କି ଗର୍ଭବତୀ ମହିଳା। ବେକାର ଯୁବକ ହୁଅନ୍ତୁ କି ଛାତ୍ରଛାତ୍ରୀ।  ବରିଷ୍ଠ ନାଗରିକ ହୁଅନ୍ତୁ କି କର୍ମଜୀବୀ ମହିଳା । ସମସ୍ତଙ୍କ ପାଇଁ ଯୋଜନା ଖଂଜିଛନ୍ତି ନବୀନ ସରକାର। ଜନ୍ମ ବେଳେ ମମତା ଯୋଜନାଠାରୁ ଆରମ୍ଭ କରି ମୃତ୍ୟପରେ ହରିଶ୍ଚନ୍ଦ୍ର ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଂଚାଉଛନ୍ତି ନବୀନ।
ଏହି ସବୁ ସଫଳତା ପାଇଁ ନବୀନ ଆଜି ଶୀର୍ଷରେ । ଲୋକଙ୍କ ପାଇଁ ସେ ହେଉଛନ୍ତି ହିରୋ । ଦଳୀୟ ତୋ ଓ କର୍ମୀଙ୍କ ପାଇଁ ସେ ହେଉଛନ୍ତି ଆଦର୍ଶ । ସରକାରୀ ବାବୁଙ୍କ ପାଇଁ ଦିଗଦର୍ଶକ । ବେସାହାରାର ସାହାରା ନବୀନ ଗରିବଙ୍କ ପେଟକୁ ଅନାନ୍ତି, ଏଭଳି ଏକ ଭାବନା ଏବେ ରାଜ୍ୟବାସୀଙ୍କ ମନରେ ।