Advertisement
Article Detail0/zeeodisha/odisha759494
Zee OdishaBhubneshwar୭ ମାସ ପରେ ନନ୍ଦନକାନନ ବୁଲିଲେ ପର୍ଯ୍ୟଟକ

୭ ମାସ ପରେ ନନ୍ଦନକାନନ ବୁଲିଲେ ପର୍ଯ୍ୟଟକ

ଆଜିଠୁ ନନ୍ଦନକାନନ ବୁଲିବାର ମଜା ନେବେ ପର୍ଯ୍ୟଟକ।  କୋରୋନା କଟକଣା ଭିତରେ ଖୋଲିଛି ରାଜ୍ୟର ଚିଡିଆଖାନା ଓ ବିଭିନ୍ନ ପ୍ରାଣୀ ଉଦ୍ୟାନ ।

୭ ମାସ ପରେ ନନ୍ଦନକାନନ ବୁଲିଲେ ପର୍ଯ୍ୟଟକ

ଭୁବନେଶ୍ୱର: ଦେଶବ୍ୟାପୀ ଅନଲକ ୪ ଚାଲିଛି । ପୂର୍ବରୁ ରାଜ୍ୟର ଛୋଟ ପ୍ରାଣୀ ଉଦ୍ୟାନମାନ ଖୋଲି ଥିଲାବେଳ ଆଜିଠୁ ପର୍ଯ୍ୟଟକଙ୍କୁ ନନ୍ଦନକାନନ ବୁଲିବାକୁ ଅନୁମତି ମିଳିଛି । ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ଅନଲାଇନ ସହ କାଉଁଣ୍ଟର ଟିକଟ ମଧ୍ୟ ଉପଲବ୍ଧ ହେଉଛି ।

ଆଜି ରବିବାର ଛୁଟି ଦିନ ହୋଇଥିବାରୁ ନନ୍ଦନକାନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଦୀର୍ଘ ୭ ମାସ ପରେ ଲୋକେ ପ୍ରାଣୀ ଉଦ୍ୟାନ ଦେଖିବାର ସୁଯୋଗ ପାଇଥିବାରୁ ସେମାନ ଉତ୍ସାହିତ ଅଛନ୍ତି । ସକାଳ ୮ଟା ବେଳକୁ ନନ୍ଦନକାନର ଟିକଟ କାଉଣ୍ଟର ଖୋଲିଥିଲା । କିନ୍ତୁ ଏହା ପୂର୍ବରୁ ହିଁ ବହୁ ସଂଖ୍ୟକ ପର୍ଯ୍ୟଟକ ସେଠାରେ ଉପସ୍ଥିତ ଥିଲେ ।

କରୋନା ସଂକ୍ରମଣ ରୋକିବାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ ବିପୁଳ ଆୟୋଜନ କରାଯାଇଛି । ପ୍ରବେଶ ପଥରେ ସାନିଟାଇଜିଂ ସହ ପ୍ରର୍ଯ୍ୟଟକଙ୍କ ତାପମାତ୍ରା ମପା ଯାଉଛି । ବୁଲିବାକୁ ଆସୁଥିବା ସମସ୍ତ ଲୋକ ଓ ଗାଇଡଙ୍କ ପାଇଁ ସାମାଜିକ ଦୂରତ୍ୱ, ମାସ୍କ ବାଧ୍ୟତାମୂଳକ। ଗହଳିପୂର୍ଣ୍ଣ ସ୍ଥାନ ଓ ଜନ୍ତୁଙ୍କ ଖୁଆଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Add Zee News as a Preferred Source

ନନ୍ଦନକାନନକୁ ବିଶୋଷଧନ କରିବାକୁ ଯଥେଷ୍ଟ ପରିମାଣର ହାତ ମେସିନ ଥିବା ବେଳେ ୨ଟି ବିଦ୍ୟୁତ ଚାଳିତ ମେସିନ ବି ଲଗାଯାଇଛି । ପର୍ଯ୍ୟଟକ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେଇଛନ୍ତି । ଏହା ସତ୍ତ୍ୱେ ବି ଯଦି କୌଣସି ବ୍ୟକ୍ତି ଉଦ୍ୟାନ ଭିତରେ କଟକଣା ନମାନନ୍ତି ତେବେ ତାଙ୍କୁ ଜୋରିମାନା ଦେବାକୁ ପଡିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।  

About the Author