ଚନ୍ଦ୍ରକୁ ମହିଳା ଏଷ୍ଟ୍ରୋନୋଟ ପଠାଇବ ନାସା, ଜାଣନ୍ତୁ କିପରି ଚାଲିଛି ପ୍ରସ୍ତୁତି
Advertisement

ଚନ୍ଦ୍ରକୁ ମହିଳା ଏଷ୍ଟ୍ରୋନୋଟ ପଠାଇବ ନାସା, ଜାଣନ୍ତୁ କିପରି ଚାଲିଛି ପ୍ରସ୍ତୁତି

ଚନ୍ଦ୍ରକୁ ପ୍ରଥମ ମହିଳା ଏଷ୍ଟ୍ରୋନୋଟଙ୍କୁ ପ୍ରେରଣ କରିବାକୁ ଲକ୍ଷ୍ୟ ରଖିଛି ନାସା...୨୦୨୪ରେ ହେବାକୁ ଯାଉଥିବା ଏହି ମିଶନ ପାଇଁ ଜାରି ରହିଛି ପ୍ରସ୍ତୁତି 

ଚନ୍ଦ୍ରକୁ ପ୍ରଥମ ମହିଳା ଏଷ୍ଟ୍ରୋନୋଟଙ୍କୁ ପ୍ରେରଣ କରିବାକୁ ଲକ୍ଷ୍ୟ ରଖିଛି ନାସା

ପ୍ରକାଶ ରଂଜନ ପରିଡ଼ା, ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ କୌଣସି ମାନବ ପାଦ ଥାପିବାକୁ ବିତିଛି ୪୭ ବର୍ଷ । କିନ୍ତୁ ୟୁଏନ ସ୍ପେସ ଏଜେନ୍ସୀ ଏବେ ନୂଆ ମିଶନ ଆରମ୍ଭ କରିବାକୁ ଯାଉଛି । ଏବେ ନାସା ଚନ୍ଦ୍ରକୁ ପ୍ରଥମ ମହିଳା ଏଷ୍ଟ୍ରୋନୋଟଙ୍କୁ ପ୍ରେରଣ କରିବାକୁ ଲକ୍ଷ୍ୟ ରଖିଛି । ଏହାସହିତ ପୁଣି ଥରେ ନାସା ଜଣେ ପୁରୁଷଙ୍କୁ ମଧ୍ୟ ମିଶନରେ ସାମିଲ କରିବାକୁ  ଲକ୍ଷ୍ୟ ରଖିଛି । ୨୦୨୪ରେ ହେବାକୁ ଯାଉଥିବା ଏହି ମିଶନ ପାଇଁ ପ୍ରସ୍ତୁତି ଜାରି ରଖିଛ ନାସା । ଆମେରିକା ମହାକାଶ  ଗବେଷଣା ଏଜେନ୍ସି ଆଗମୀ ପୀଢି ପାଇଁ ଏପରି ସ୍ପେସ ସୁଟ ତିଆରି କରିଛି, ଯାହାକୁ ଚନ୍ଦ୍ର କିମ୍ବା ମଙ୍ଗଳ ଅଭିଯାନରେ ଯାଉଥିବା ଏଷ୍ଟ୍ରୋନୋଟ ପିନ୍ଧି ପାରିବେ । ଏହା ୧୯୬୦ ଓ ୧୯୭୦ ମସିହାରେ ମହାକାଶଚାରୀ ପିନ୍ଧୁଥିବା ପୋଷାକଠାରୁ ଭିନ୍ନ ଅଟେ । ଏହାସହିତ ଏହାର ଉପଯୋଗିତା ମଧ୍ୟ ବହୁତ ଉନ୍ନତ ଅଟେ । ଏହି  ପୋଷାକ ପ୍ରଥମ ଥର ନାସା ୨୦୨୪ରେ ହେବାକୁ ଥିବା ଲୁନାର ମିଶନରେ ବ୍ୟବହାର ହେବ ।  ଏହାର ନାମ THE EXPLORATION EXTRAVEHICULAR MOBILITY UNIT ରଖାଯାଇଛି । ଏହାସହିତ ଅରେଞ୍ଜ ହେଡ୍ସର ଦ୍ୱୀତୀୟ ସ୍ପେସ ସୁଟର ନାମ THE ORION CREW SURVIVAL SYSTEM ରଖାଯାଇଛି । ଏହି ପୋଷାକର ବିଶେଷତ୍ୱ ହେଉଛି ଚନ୍ଦ୍ର ପୃଷ୍ଟରେ ପହଞ୍ଚିବା ପରେ ଓ ଫେରିବା ପରେ ମଧ୍ୟ ପୃଥିବୀ ପୃଷ୍ଠରେ ଏହାକୁ ପିନ୍ଧା ଯାଇ ପାରିବ ।  ନାସାର ସୂଚନା ଅନୁସାରେ ଲାଲ, ଶ୍ୱେତ ଓ ନୀଳ ରଙ୍ଗର ଏହି ସ୍ପେସ ସୁଟକୁ ଜୀବନଦାୟୀ ବ୍ୟାକପ୍ୟାକରେ ନିର୍ମାଣ କରାଯାଇଛି । ଏହାକୁ ପରିଧାନ କରିବା ପରେ ମହାକାଶ ଯାତ୍ରୀଙ୍କୁ ରେଡିଏସନ, ହାଇ ଟେମ୍ପରେଚର ଓ ମାଇକ୍ରା ମିଟରୋୟୋରିଡସରୁ ରକ୍ଷା ମିଳିବ । ନାସା ପ୍ରଶାସକ ଚନ୍ଦ୍ରର ଅନୁସନ୍ଧାନ ପାଇଁ ଡିଜାଇନ ହୋଇଥିବା ପୋଷାକକୁ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ପିନ୍ଧାଇଛନ୍ତି ।

ନାସା ଦ୍ୱାରା ତିଆରି ହୋଇଥିବା ଏହି ସ୍ପେସ ସୁଟ ବହୁତ ହାଲକା ଓ ଆରାମ ଦାୟକ । ଯାହାକୁ ପିନ୍ଧିବା ପରେ ଏଷ୍ଟ୍ରୋନେଟ୍ସଙ୍କୁ ମୁଭମେଣ୍ଟ ପାଇଁ କୌଣସି ସମସ୍ୟା ହେବ ନାହିଁ । ଏହାସହିତ ସବୁ ଏଷ୍ଟ୍ରୋନେଟ୍ସଙ୍କୁ ଏହି ସ୍ପେସସୁଟ ଫିଟ ହୋଇପାରିବ । ଏହାକୁ ପରିଧାନ କରି ଖୁବହ ସହଜରେ ଯାତାୟାତ କରିହେବ ଓ ତଳକୁ ମଧ୍ୟ ଅନାୟାସରେ ଚାହିଁ ହେବ । ଏହାସହିତ ଏଥିରେ ଲାଗିଥିବା ହେଲମେଟରେ କମ୍ୟୁନିକେସନ ପାଇଁ ସମସ୍ତ ବ୍ୟବସ୍ଥା ଉପଲବ୍ଧ ରହିଛି ।  ବର୍ତ୍ତମାନ କେବଳ ଏହାର ଶେଷ ପର୍ଯାୟ ପରୀକ୍ଷଣ ବାକି ରହିଛି ।  ଯାହା ପରେ ଏଷ୍ଟ୍ରୋନେଟ୍ସଙ୍କ ପାଇଁ ଫାଇନାଲ କରାଯିବ ।
ଏହା ପୂର୍ବରୁ କ୍ରିର୍ଷ୍ଣିନା କୋଚ ଓ ଏନୀ କ୍ଲେନଙ୍କ ପରି ମହିଳା ମହାକାଶ ଷ୍ଟେସନରେ ସମୟ ବିତାଇଛନ୍ତି । କିନ୍ତୁ ଅଲ ଓମେନ ସ୍ପେସୱାକ ଯୋଜନା କେବଳ ପ୍ପେସସୁଟ କାରଣରି ସଫଳ ହୋଇପାରିନଥିଲା । କିନ୍ତୁ ନାସା ଏବେ ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିଛି । ୨୦୨୪ରେ ପ୍ରଥମେ ଜଣେ ମହିଳା ଓ ପରେ ଜଣେ ପୁରୁଷଙ୍କୁ ପ୍ରେରଣ କରିବା ପରେ ୨୦୩୦ରେ ମଙ୍ଗଳ ମିଶନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି ନାସା ।