ବାତ୍ୟା 'ବୁଲବୁଲ୍' କ୍ଷୟକ୍ଷତିର ପ୍ୟାକେଜ୍ ଘୋଷଣା କଲେ ନବୀନ

୪ ତାରିଖ ସୁଦ୍ଧା ସହାୟତା ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ 

ବାତ୍ୟା 'ବୁଲବୁଲ୍' କ୍ଷୟକ୍ଷତିର ପ୍ୟାକେଜ୍ ଘୋଷଣା କଲେ ନବୀନ
ସୌଜନ୍ୟ: ସୋସିଆଲ ମିଡିଆ

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ବାତ୍ୟା 'ବୁଲବୁଲ୍' କ୍ଷୟକ୍ଷତିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୧୮ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ୪ ତାରିଖ ସୁଦ୍ଧା ସହାୟତା ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅଣ ଜଳସେଚିତ ଜମି ପାଇଁ ୬୮୦୦ ଟଙ୍କା ଇନପୁଟ୍ ସବସିଡି ଘୋଷଣା ।  ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଥିଲେ ମିଳିବ କ୍ଷତିପୂରଣ ।  ଜଳସେଚିତ ଜମିରେ ହେକ୍ଟର ପିଛା ୧୩ ହଜାର ୫ଶହ  ଟଙ୍କା କ୍ଷତିପୂରଣ ଯୋଗାଇ ଦିଆଯିବ ।  ସବୁଦିନିଆ ଫସଲ ପାଇଁ ୧୮ଶହ ଟଙ୍କା କ୍ଷତିପୂରଣ ଦିଆଯିବ  ।  ଇନପୁଟ୍ ସବସିଡି ଟଙ୍କା ୨ ହଜାରରୁ କମ୍ ହେବନାହିଁ ।  ଅନ୍ୟାନ୍ୟ ଫସଲ କ୍ଷେତ୍ରରେ ସବସିଡି ଟଙ୍କା ୧ହଜାରରୁ କମ୍ ହେବ ନାହିଁ । ରବି ଫସଲ ପାଇଁ ଚାଷୀଙ୍କୁ ୫୦ ହଜାର ବିହନ ମିନି କିଟ୍ ପ୍ରଦାନ ହେବ ।  କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦ ପ୍ରତିଶତ  ରିହାତି ପ୍ରଦାନ କରାଯିବ ।  କ୍ଷତିଗ୍ରସ୍ତ ଚାଷୀଙ୍କୁ  ୩ ହଜାର  କୃଷି ଉପକରଣ ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀ  ଘୋଷଣା କରିଛନ୍ତି ।

ଆଜି ଅପରାହ୍ନରେ ବୁଲବୁଲ ପ୍ରଭାବିତ ଅଂଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ପରିଦର୍ଶନରୁ ଫେରି ଲୋକସେବା ଭବନରେ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଭାବିତ ଜିଲ୍ଲାପାଳଙ୍କ ସହିତ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ନବୀନ । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସହ ଜିଲାସ୍ତରୀୟ ଅଧିକାରୀ ଓ ଆରଡିସି ସେଣ୍ଟ୍ରାଲ ଡ଼ିଭିଜନ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଏସଆରସି ପ୍ରଦୀପ ଜେନା, ବିପର୍ଯ୍ୟୟ ପରିଚାଳନା ସଚିବ ନିକୁଞ୍ଜ ଧଳ, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦା, ଖାଦ୍ୟ ଯୋଗାଣ ସଚିବ ବି.ବି ଯାଦବ, ସେସୁ  ସିଏମଡି ଅରୁଣ ବୋଥ୍ରା, ଶକ୍ତି ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।