ହେଲେ କେନ୍ଦ୍ର ସରକାରଙ୍କ ଦ୍ୱାରା ନୀଳାଚଳ ଇସ୍ପାତରୁ ସମ୍ପୂର୍ଣ ପୁଞ୍ଜିନିବେଶ ପ୍ରତ୍ୟାହାର ନିଷ୍ପତ୍ତି ଫଳରେ ପ୍ରମୁଖ ଅଂଶୀଦାର ଏମଏମଟିସି ସମେତ ଅନ୍ୟ ଅଂଶୀଦାର ଅର୍ଥ ବିନିଯୋଗ ସମ୍ପୂର୍ଣ ବନ୍ଦ କରିଦେଇଛନ୍ତି। ଫଳରେ କାରଖାନା ସମ୍ପୂର୍ଣ ବନ୍ଦ ହୋଇଯାଇଛି।
Trending Photos
)
ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ଇସ୍ପାତ କାରଖାନା ନୀଳାଚଳ (Neelachal Ispat ) ୮୦ ଦଶକରେ ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥା ସହଯୋଗରେ କାର୍ଯ୍ୟକାରୀ ହୋଇଥିଲା। ପ୍ରାୟ ୧.୧ ମିଲିୟନ ଟନ ବିଶିଷ୍ଟ ଇସ୍ପାତ ଉତ୍ପାଦନ କ୍ଷମତା ରଖିଥିବା ଏହି କାରଖାନାରେ ଓଡିଶା ସରକାରଙ୍କ ଅଧିନରେ ପରିଚାଳିତ ବିଭିନ୍ନ ସଂସ୍ଥା ଜରିଆରେ ୩୨.୪୭ ପ୍ରତିଶତ ଏବଂ ଭାରତ ସରକାରଙ୍କ ଏମଏମଟିସି (MMTC) ସଂସ୍ଥାର ୪୯.୭୮ ପ୍ରତିଶତ ଅଂଶଧନ ରହିଥିଲା।
ହେଲେ କେନ୍ଦ୍ର ସରକାରଙ୍କ ଦ୍ୱାରା ନୀଳାଚଳ ଇସ୍ପାତରୁ ସମ୍ପୂର୍ଣ ପୁଞ୍ଜିନିବେଶ ପ୍ରତ୍ୟାହାର ନିଷ୍ପତ୍ତି ଫଳରେ ପ୍ରମୁଖ ଅଂଶୀଦାର ଏମଏମଟିସି ସମେତ ଅନ୍ୟ ଅଂଶୀଦାର ଅର୍ଥ ବିନିଯୋଗ ସମ୍ପୂର୍ଣ ବନ୍ଦ କରିଦେଇଛନ୍ତି। ଫଳରେ କାରଖାନା ସମ୍ପୂର୍ଣ ବନ୍ଦ ହୋଇଯାଇଛି। ଏଠାରେ କାମ କରୁଥିବା ଶ୍ରମିକ କର୍ମଚାରୀ ପ୍ରାୟ ୮ ମାସ ଧରି ଦରମା ନପାଇ ହନ୍ତସନ୍ତ ହେଉଛନ୍ତି। ଏପରିକି କାରଖାନା ପରିସରରେ ବିକ୍ରିଯୋଗ୍ୟ ପ୍ରାୟ ୨୫୦ କୋଟି ଟଙ୍କାର ପ୍ରସ୍ତୁତ ସାମଗ୍ରୀ ରହିଥିଲେ ମଧ୍ୟ ଏଭଳି ଦୋଦୁଲ୍ୟମାନ ସ୍ଥିତିରେ ଏସବୁ ସେଭଳି ପଡି ରହିଛି।
ଏହାକୁ ନେଇ ବର୍ତ୍ତମାନ ରାଜନୀତି ତୀବ୍ର ହୋଇଛି। ବିରୋଧି କଂଗ୍ରେସ (Congress) ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ (CM) ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) ଙ୍କୁ ଚିଠି ଲେଖିଥିଲେ ମଧ୍ୟ ଏହାର ଉତ୍ତର ମିଳିନାହିଁ। ଏଭଳି ସ୍ଥିତିରେ ଉଭୟ ସରକାର ଜାଣିଶୁଣି ଏକ ଘରୋଇ କମ୍ପାନୀକୁ ଗୋଟିଏ ଲାଭଜନକ ଉଦ୍ୟୋଗକୁ ଟେକି ଦେବାକୁ ବସିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଏଆଇସିସି ସମ୍ପାଦକ (AICC Secretary) ଶରତ ରାଉତ (Sarat Rout)।
ଏହା ସହିତ କର୍ମଚାରୀ ମଧ୍ୟ ବର୍ତ୍ତମାନ ଦୋଦୁଲ୍ୟମାନ ସ୍ଥିତିରେ ଦରମା ନପାଇ ଅତି କଷ୍ଟକରଭାବେ କାଳାତିପାତ କରୁଛନ୍ତି। ଏନେଇ ବାରମ୍ବାର ଆନ୍ଦୋଳନ କଲେ ମଧ୍ୟ କିଛି ଫଳ ମିଳୁନଥିବା କୁହାଯାଇଛି। ଏପରିକି ଏମଏମଟିସି ପାଇଁ ଉଦ୍ୟୋଗ ବ୍ୟାପକ କ୍ଷତି କଲା ଏବଂ ୨୦୧୩ରୁ ଏମଏମଟିସି ଟ୍ରେଡିଂ କମିଶନ ନେଲା। କମିଶନ ଏବଂ ଲୋନ ମିଶାଇ କ୍ଷତି ହେଲା। ସେଥିପାଇଁ ଉଦ୍ୟୋଗ କ୍ଷତି ସହିଲା। ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ଚାହିଁଲେ କର୍ମଚାରୀ ଦରମା ପାଇବା ସହ ଉଦ୍ୟୋଗ ପୁଣିଥରେ ଲାଭ କରିପାରିବ ବୋଲି କହିଛନ୍ତି ନୀଳାଚଳ ଇସ୍ପାତ କର୍ମଚାରୀ ସଂଘ ସମ୍ପାଦକ ଅଜିତ ପ୍ରଧାନ।
ଅନ୍ୟପକ୍ଷେ ବିଜେଡି (BJD) ମଧ୍ୟ ନୀଳାଚଳ ଇସ୍ପାତ ପ୍ରସଙ୍ଗରେ କେନ୍ଦ୍ର କୋର୍ଟକୁ ବଲ ଫିଙ୍ଗିଛି। କେନ୍ଦ୍ର ସରକାର ଦ୍ୱିତୀୟ ଇସ୍ପାତ କଥା ପୋଷ୍ଟରରେ କହିଲେ। କିଛି ହେଲାନି। ଏବେ ସେ ବିଚାର କରନ୍ତୁ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଘରୋଇ କମ୍ପାନୀ (Private Company) ହାତକୁ ଯିବା ଖରାପ ବାର୍ତ୍ତା ଦେଉଛି ବୋଲି କହିଛନ୍ତି ବିଜେଡି ବିଧାୟକ (BJD MLA) ଅମର ପ୍ରସାଦ ଶତପଥୀ। ଏପରିକି କର୍ମଚାରୀ ଦରମା ନପାଇବା ପ୍ରସଙ୍ଗରେ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମଧ୍ୟ ସମାଲୋଚନା କରିଛନ୍ତି। ବାରମ୍ବାର ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ଫଳ ନ ମିଳିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଜେଡି ସାଂସଦ କହିଛନ୍ତି।
ଅନ୍ୟପକ୍ଷେ ଏ ସମ୍ପର୍କରେ ଓଡିଶା ସରକାରଙ୍କୁ ବିରୋଧି ଦଳ ନେତା ଚିଠି ଲେଖିଥିବା କହିଛନ୍ତି। ବହୁ ଲୋକଙ୍କ ଦରମା ବାକି ରହିଥିବା ନେଇ ଚିଠି ଲେଖାଯାଇଥିବା ବେଳେ ଯାଜପୁରକୁ ଷ୍ଟିଲର ହବ କରିବାକୁ ସରକାର କହିଥିଲେ ମଧ୍ୟ କୌଣସି ବି ଶିଳ୍ପ କାର୍ଯ୍ୟକ୍ଷମ ହେଲା ନାହିଁ। ସରକାରଙ୍କ ନୀତିଗତ ନିଷ୍ପତ୍ତି ଠିକ ନ ଥିବାରୁ ଏଭଲି ସ୍ଥିତି ଉପୁଜିଛି। ରାଜ୍ୟ ସରକାର ଏହାକୁ ପୁନରୁଦ୍ଧାର କରିବାରେ କିଛି ଅସୁବିଧା ଥିଲା କି ବୋଲି ବିରୋଧି ଦଳ ନେତା(Oposition Leader) ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଛନ୍ତି।