Advertisement
Article Detail0/zeeodisha/odisha760702
Zee OdishaBhubneshwarଆଜିଠୁ ୬ ଦିନିଆ ଓଡିଶା ଗସ୍ତରେ ଏ. ଚେଲ୍ଲା କୁମାର

ଆଜିଠୁ ୬ ଦିନିଆ ଓଡିଶା ଗସ୍ତରେ ଏ. ଚେଲ୍ଲା କୁମାର

ଓଡିଶା ଆସୁଛନ୍ତି ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର। ରାଜ୍ୟର ଦାୟୀତ୍ୱ ନେଲାପରେ ଏହା ତାଙ୍କର ପ୍ରଥମ ଗସ୍ତ।

ଆଜିଠୁ ୬ ଦିନିଆ ଓଡିଶା ଗସ୍ତରେ ଏ. ଚେଲ୍ଲା କୁମାର

ଭୁବନେଶ୍ୱର: ୬ ଦିନିଆ ଓଡିଶାଗସ୍ତରେ ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର। ଆଜି ସଂଧ୍ୟାରେ ସେ ଭୁବନେଶ୍ୱର ପହଞ୍ଚିବେ। ପରେ ପୂର୍ବ ପ୍ରସ୍ତୁତି କାର୍ଯ୍ୟସୂଚୀ ଅନୁସାରେ କାର୍ଯ୍ୟକ୍ରମ ଆୟଜନ ହେବ। ତେବେ ପ୍ରଭାରୀ ଦାୟିତ୍ୱ ଗ୍ରହଣ ପରେ ଏହା ତାଙ୍କର ପ୍ରଥମ ଓଡିଶାଗସ୍ତ।

ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିଲା ପରେ ଚେଲ୍ଲା କୁମାର ଦଳର ବରିଷ୍ଠ ତଥା ଛାମୁଆ ନେତାଙ୍କ ସହ ବୈଠକ ହେବ। ଏହି ସମୟରେ ରାଜ୍ୟରେ ଦଳର ସାଙ୍ଗଠାନିକ ସ୍ଥିତି ସେ ଆଲୋଚନା କରିବେ। ଆଗାମୀ ଦିନରେ ହେବାକୁ ଥିବା ବାଲେଶ୍ୱର ଓ ତିର୍ତ୍ତୋଳ ଉପନିର୍ବାଚନ ନେଇ ବି ରଣନୀତି ପ୍ରସ୍ତୁତ କରାଯିବ ବୋଲି ଆଶା କରାଯାଉଛି।

ଆସନ୍ତା ୧୦ ତାରିଖରେ ବାଲେଶ୍ୱରରେ କୃଷକ ବଞ୍ଚାଅ ରାଲି ହେବ। ସେଠାରେ କଂଗ୍ରସର ରାଜ୍ୟ ପ୍ରଭାରୀ ଏ ଚେଲ୍ଲା କୁମାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ତାଙ୍କର ଗସ୍ତ ଦଳରେ ଥିବା ଅନ୍ତଃକଳହର ଅନ୍ତ ହୋଇପାରେ ବୋଲି ଆଶା କରାଯାଉଛି।

Add Zee News as a Preferred Source

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତି ପଦରୁ ହଟାଇବା ପାଇଁ ବହୁ ଗୋଷ୍ଠୀ ପ୍ରୟାସ ଜାରି ରଖିଛନ୍ତି । ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ଗୋଟିଏ ଗୋଷ୍ଠୀ ବହୁ ପୂର୍ବରୁ ଉଦ୍ୟମ ଜାରି ରଖିଥିବାବେଳେ ତାରାପ୍ରସାଦ ବାହିନିପତି ବି ଦାବିଦାର ଭାବେ ଉଭା ହୋଇଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ହାଇକମାଣ୍ଡ କିଭଳି ନିଷ୍ପତ୍ତି ନେଉଛନ୍ତି ଏବଂ ନୂଆ ପ୍ରଭାରୀଙ୍କ ଗୁଡ ବୁକରେ କେଉଁ ନେତା ରହୁଛନ୍ତି ତାକୁ କଂଗ୍ରେସ ନେତା, କର୍ମୀ, ସମର୍ଥକ ଅପେକ୍ଷା କରିଛନ୍ତି ।  

ଏ. ଚେଲ୍ଲା କୁମାର ତାମିଲନାଡୁର କ୍ରୀଷ୍ଣଗିରି ଲୋକସଭା ଆସନରୁ ସାଂସଦ ଅଛନ୍ତି। ଓଡିଶାରେ ତାଙ୍କର ନିଯୁକ୍ତି ଦଳକୁ ନୂଆ ଦିଗ ଦେଖାଇବ । ସେ ଜଣେ ସୁସଙ୍ଗଠକ ହୋଇଥିବାବେଳେ ତାଙ୍କ ନେତୃତ୍ୱରେ ଓଡିଶା କଂଗ୍ରେସ ବେଶ ସୁଦୃଢ ହେବ ବୋଲି ଆଶା କରାଯାଉଛି।

About the Author