ଡିସେମ୍ୱର ପହିଲାରୁ ରାଜ୍ୟରେ ଲାଗୁ ହୋଇପାରେ ନୂଆ ମୋଟର ଯାନ ଆଇନ
Advertisement

ଡିସେମ୍ୱର ପହିଲାରୁ ରାଜ୍ୟରେ ଲାଗୁ ହୋଇପାରେ ନୂଆ ମୋଟର ଯାନ ଆଇନ

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଏହି ପ୍ରସଙ୍ଗ ଉଠାଇ କୋରାପୁଟରେ ମାତ୍ର ୪ ଜଣ କର୍ମଚାରୀ ରହିଛନ୍ତି ବୋଲି କହିଛନ୍ତି । ଯଦି ତନାଘନା କରାଯାଏ ତେବେ ଲୋକଙ୍କ ସମସ୍ୟା ବଢ଼ିବ । 

ଡିସେମ୍ୱର ପହିଲାରୁ ରାଜ୍ୟରେ ଲାଗୁ ହୋଇପାରେ ନୂଆ ମୋଟର ଯାନ ଆଇନ

ଯଯାତି ମହାନ୍ତି, ଭୁବନେଶ୍ୱର: ଡ଼ିସେମ୍ବର ପହିଲାରୁ ଲାଗୁ ହେବ ନୂଆ ମୋଟର ଯାନ ଆଇନ । ଏହି ପ୍ରସଙ୍ଗକୁ ଗୃହରେ ଶୂନ୍ୟକାଳରେ  ଉଠାଇଲେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର । ଡିସେମ୍ବର ପହିଲାରୁ ଏହାକୁ କଡାକଡି କରିବାକୁ ନିଷ୍ପତ୍ତି ହୋଇଛି । ହେଲେ ଏବେ ବି ଲୋକମାନେ ନାହିଁ ନଥିବା ସମସ୍ୟା ସମ୍ମୁଖୀନ ହେଉଛନ୍ତି । ସନ୍ଧ୍ୟା ହେଲା ମାତ୍ରେ ଅଫିସ ବନ୍ଦ ହୋଇ ଯାଉଛି ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଏହି ପ୍ରସଙ୍ଗ ଉଠାଇ କୋରାପୁଟରେ ମାତ୍ର ୪ ଜଣ କର୍ମଚାରୀ ରହିଛନ୍ତି ବୋଲି କହିଛନ୍ତି । ଯଦି ତନାଘନା କରାଯାଏ ତେବେ ଲୋକଙ୍କ ସମସ୍ୟା ବଢ଼ିବ । ସବୁ ଆରଟିଓ ଅଫିସରେ ଦୁର୍ନୀତି ବଢିଛି । ତେଣୁ ସମୟ ସୀମା ବଢ଼ିବା ଦରକାର । ଏନେଇ ରୁଲିଂ ଦେବାକୁ କହିଥିଲେ ଉଭୟ ଶାସକ ଓ ବିରୋଧୀ ସଭ୍ୟ । ତେବେ ଏଥିରେ ବାଚସ୍ପତି ହସ୍ତକ୍ଷେପ କରିଛନ୍ତି । ଏ ବାବଦରେ ପଦକ୍ଷେପ ନେବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହା ଉପରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଲୋକଙ୍କ ଅସୁବିଧା ବାବଦରେ ବିଭାଗ ଅବଗତ ଅଛି । ୧ ତାରିଖରୁ ନୂଆ ଆଇନ ଲାଗୁ ହେବ କି ନାହିଁ, ସେ ନେଇ ବିଚାର ବିମର୍ଷ ଚାଲିଛି । ନିଷ୍ପତି ଖୁବ ଶୀଘ୍ର ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ନୂଆ ମଟୋର ଯାନ ଆଇନ ଲାଗୁ ହେବା ପରେ ୧ ସେପ୍ଟେମ୍ବରରୁ ୨୪ ନଭେମ୍ବର ମଧ୍ୟରେ ବିଭିନ୍ନ ଆରଟିଓ ମାନଙ୍କରେ ୮ ଲକ୍ଷ ୮୯ ହଜାର ୯୩ ଜଣ ଆବେଦନକାରୀ ପାଇଁ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି । ସେଥି ମଧ୍ୟରୁ ୫ ଲକ୍ଷ ୨୫ ହଜାର ୯୬୮ଜଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଯୋଗାଇ ଦିଆଯାଇଛି ।

ସେହିପରି ୧ ଲକ୍ଷ ୪୪ ହଜାର ୬୭୫ ଜଣଙ୍କ ମଧ୍ୟରୁ ୯୫ ହଜାର ୨୬୬ ଜଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ଯୋଗାଇ ଦିଆଯାଇଛି । ଭୁବନେଶ୍ୱର ଆରଟିଓରେ ୧ ଲକ୍ଷ ୬୩ ହଜାର ୨୭ ଜଣ ଲର୍ଣ୍ଣିଂ ଲାଇସେନ୍ସ ଆବେଦନ କରିଥିବା ବେଳେ ୪୫ ହଜାର ୩୫୧ ଜଣଙ୍କୁ ପ୍ରଦାନ କରାଯାଇଛି । 

ଏହା ବ୍ୟତୀତ ୧୨ ହଜାର ୫୪୫ ଜଣଙ୍କ ମଧ୍ୟରୁ ୮ ହଜାର ୧୦୨ ଜଣଙ୍କୁ ଡ୍ରାଇଭିଂ ଲାଇସେନ ପ୍ରଦାନ କରାଯାଇଛି । ସେହିପରି ଆରଟିଓ ୨ରେ ମୋଟ ୩୧ ହଜାର ୬୩୭ ଜଣଙ୍କ ମଧ୍ୟରୁ ୨୪ ହଜାର ୯୮୭ ଜଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଏବଂ ୭ ହଜାର ୧୦୯ ରୁ ୫ ହଜାର ୫୦୫ ଜଣଙ୍କୁ ଡ୍ରାଇଭିଂ ଲାଇସେନ ପ୍ରଦାନ କରାଯାଇଛି । ସେପଟେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଆରଟିଓ ଗୁଡିକରୁ ୧୨୫ ଜଣ ଦଲାଲଙ୍କୁ ଗିରଫ କରାଯାଇଛି ।