• ଓଡ଼ିଆ ଅଫିସର୍ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଉପମୁଖ୍ୟ
  • ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଭିସିଙ୍କ କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଛାତ୍ର । ପୋଲିସରେ ଅଭିଯୋଗ କଲେ ଭିସି ।
  • ଗୁଜୁରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୫ ମୃତ ।
  • ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ଆସନ୍ତା ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ ।
  • ନିଜ ଜିଦରେ ଅଟଳ ଆନ୍ଦୋଳନ ରତ ।
  • ବ୍ରିସବେନ ଟେଷ୍ଟରେ ଭାରତକୁ ୩୨୮ ରନର ବିଜୟ ଲକ୍ଷ୍ୟ
  • ୨-୧ ବ୍ୟବଧାନରେ ସିରିଜ ଜିତିଲା ଟିମ ଇଣ୍ଡିଆ

ଝାରଖଣ୍ଡ ନିର୍ବାଚନ ପରେ ହେବ ପିସିସିର ନୂଆ କମିଟି ଗଠନ!

ପିସିସିର ନୂଆ କମିଟି ନେଇ କୌଣସି ନିଷ୍ପତ୍ତି ହୋଇପାରି ନାହିଁ । ଅକ୍ଟୋବର ଶେଷ ସୁଦ୍ଧା ପିସିସିର ନୂଆ କମିଟି ଘୋଷଣା ହେବ ବୋଲି ଖୋଦ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଥିଲେ । କିନ୍ତୁ ବର୍ତ୍ତମାନ ଯାଏ କମିଟି ଘୋଷଣା ହୋଇପାରି ନାହିଁ । ଏପରିକି କମିଟି ଘୋଷଣା ଏବେ ହୋଇପାରିବ ନାହିଁ ବୋଲି କଂଗ୍ରେସ ବିଧାୟକମାନେ କହିଛନ୍ତି ।

ଝାରଖଣ୍ଡ ନିର୍ବାଚନ ପରେ ହେବ ପିସିସିର ନୂଆ କମିଟି ଗଠନ!

ମଳୟ ମହାନ୍ତି, ଭୁବନେଶ୍ୱର: ପିସିସିର ନୂଆ କମିଟି ନେଇ କୌଣସି ନିଷ୍ପତ୍ତି ହୋଇପାରି ନାହିଁ । ଅକ୍ଟୋବର ଶେଷ ସୁଦ୍ଧା ପିସିସିର ନୂଆ କମିଟି ଘୋଷଣା ହେବ ବୋଲି ଖୋଦ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଥିଲେ । କିନ୍ତୁ ବର୍ତ୍ତମାନ ଯାଏ କମିଟି ଘୋଷଣା ହୋଇପାରି ନାହିଁ । ଏପରିକି କମିଟି ଘୋଷଣା ଏବେ ହୋଇପାରିବ ନାହିଁ ବୋଲି କଂଗ୍ରେସ ବିଧାୟକମାନେ କହିଛନ୍ତି ।

ଚଳିତ ବର୍ଷ ଡିସେମ୍ୱର 14ରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦିଲ୍ଲୀ ଡାକିଛନ୍ତି । ସେଠାରେ ସାକ୍ଷାତ ଆଲୋଚନା ପରେ ଯାଇ କମିଟି ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି । ଅ୍ୟପକ୍ଷରେ ପିସିସି ସଭାପତି ଏବଂ ବର୍ତ୍ତମାନର କଂଗ୍ରେସ ନେତାଙ୍କ କାର୍ଯ୍ୟକଳାପ ଦେଖି କଂଗ୍ରେସର ବରିଷ୍ଠ ନେତାମାନେ ବର୍ତ୍ତମାନ ପିସିସି ନେତୃତ୍ୱକୁ ତାତ୍ସଲ୍ୟ କରିଛନ୍ତି । ତୁଚ୍ଛାକୁ ଏତେ ମୁଦି ନାହିଁ ଗୋଡ କଚାଡୁ କେତେ ବୋଲି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଅମରନାଥ ପ୍ରଧାନ କହିଛନ୍ତି ।

ଅନ୍ୟପକ୍ଷରେ ସମୀକ୍ଷକଙ୍କର କହିବା କଥା ପୂର୍ବରୁ ମହାରାଷ୍ଟ୍ର ଏବଂ ହରିୟାଣା ନିର୍ବାଚନ ଥିବାରୁ ହାଇକମାଣ୍ଡ ଓଡିଶା ସଂଗଠନ ଆଡକୁ ଦୃଷ୍ଟି ଦେଇ ନଥିଲେ । ଏବେ ଝାଡଖଣ୍ଡ ନିର୍ବାଚନ ଥିବାରୁ ସମାନ ସ୍ଥିତି ରହିଛି । ତେଣୁ ଝାଡଖଣ୍ଡ ନିର୍ବାଚନ ପରେ ତୁରନ୍ତ ଓଡିଶାରେ ନୂଆ କମିଟି ଉପରେ ହାଇକମାଣ୍ଡ ମୋହର ମାରି ପାରନ୍ତି ବୋଲି ସମୀକ୍ଷକମାନେ କହିଛନ୍ତି ।