ଓଡ଼ିଶା ପ୍ରଦେଶ କଂଗ୍ରେସରେ ନିରଞ୍ଜନ ବିଦ୍ରୋହୀ ନାଟକରେ ଟ୍ୱିଷ୍ଟ

ଓଡ଼ିଶା ପ୍ରଦେଶ କଂଗ୍ରେସରେ ନିରଞ୍ଜନ ବିଦ୍ରୋହୀ ନାଟକରେ ଟ୍ୱିଷ୍ଟ

ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ବିଧାୟକ ମହମ୍ମଦ ମୋକିମ 

ଓଡ଼ିଶା ପ୍ରଦେଶ କଂଗ୍ରେସରେ ନିରଞ୍ଜନ ବିଦ୍ରୋହୀ ନାଟକରେ ଟ୍ୱିଷ୍ଟ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସରେ ନିରଂଜନ ବିଦ୍ରୋହୀ ନାଟକରେ ଟ୍ୱିଷ୍ଟ । ଆଉ ଚାଲିଥିବା ନାଟକରେ ପ୍ରଥମଥର ପାଇଁ ବିଧାୟକ ମହମ୍ମଦ ମୋକିମ ମୁହଁ ଖୋଲିଛନ୍ତି । ନିରଂଜନ ବିଦ୍ରୋହୀ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବା ପାଇଁ ବରିଷ୍ଠ ନେତାଙ୍କ ସମର୍ଥନ ସାଉଁଟୁଥିବାବେଳେ ମୋକିମ ମୁହଁ ଖୋଲିଛନ୍ତି । ଦଳରେ ସର୍ବଦା ବଡଙ୍କ ସହ ସାନ ମାନଙ୍କର ଆବଶ୍ୟକତା ରହିଛି । ବର୍ତ୍ତମାନ ଦଳରେ ଯୁବ ନେତୃତ୍ୱର ଆବଶ୍ୟକତା ରହିଛି ବୋଲି ଖୋଲାଖୋଲି କହିଛନ୍ତି ମୋକିମ । ବଡ ଛୋଟ ମଧ୍ୟରେ ସମୀକରଣ ରହିଲେ କଂଗ୍ରେସ ଠିକ ଚାଲିବ ବୋଲି ମୋକିମ କହିଛନ୍ତି । 

ଅନ୍ୟପକ୍ଷରେ ନିରଞ୍ଜନ ବିରୋଧୀ ଗୋଷ୍ଠୀ ଆଜି ବରିଷ୍ଠ କଂଗ୍ରେସ ନେତା କାହ୍ନୁ ଚରଣ ଲେଙ୍କାଙ୍କୁ ଭେଟିଛନ୍ତି । ବର୍ତ୍ତମାନ ରାଜ୍ଯ କଂଗ୍ରେସର ସ୍ଥିତି ଅତି ଖରାପ ଯାହା ଭାଷାରେ କହିହେବ ନାହିଁ ବୋଲି କହିଛନ୍ତି କାହ୍ମୁ । ଏପରିକି ନିରଂଜନଙ୍କ ସମୟରେ ଯାହା ସ୍ଥିତି ହୋଇଛି ତାହା ପୂର୍ବରୁ କେବେ ଆସି ନ ଥିଲା । ମୋକିମ ନିରଂଜନଙ୍କ ଲୋକ ଥିଲେ ଏବଂ ନିରଂଜନ ପରୋକ୍ଷରେ ସଭାପତି ସ୍ଥିର କରିବେ କହୁଥିବାରୁ ନିରଂଜନ ନିଜ ଗୋଷ୍ଠୀରୁ ଜଣଙ୍କୁ ସଭାପତି କରିବାକୁ ଚେଷ୍ଟା କରୁଥିବା କହିଛନ୍ତି କାହ୍ନୁ ଲେଙ୍କା । ସେ ଯାହା କହିବା କଥା ଦିଲ୍ଲୀରେ ହାଇକମାଣ୍ଡଙ୍କୁ କହିବେ ବୋଲି କହିଛନ୍ତି କାହ୍ନୁ ଲେଙ୍କା । ଏପରିକି ତାରା ଏବଂ ସୁରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି କାହ୍ମୁ । ସେମାନଙ୍କ ହାଲୁକା ମନ୍ତବ୍ୟ ଯୋଗୁଁ କଂଗ୍ରେସର ଏଭଳି ଅବସ୍ଥା ହୋଇଛି ବୋଲି ଦୋସ ମଧ୍ୟ ଲଦିଛନ୍ତି । ଏପରିକି ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିବାବେଳେ ତାରା କାହା ଟଙ୍କାରେ ଦିଲ୍ଲୀ ଯାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି କାହ୍ନୁ । 

Trending news