ଭୁବନେଶ୍ୱରରେ ଫୁଟିଲା ବହ୍ମ କମଳ, ଦେଖିବାକୁ ଲାଗିଛି ଭିଡ଼
Advertisement

ଭୁବନେଶ୍ୱରରେ ଫୁଟିଲା ବହ୍ମ କମଳ, ଦେଖିବାକୁ ଲାଗିଛି ଭିଡ଼

ରାଜଧାନୀରେ ବିରଳ ବ୍ରହ୍ମ କମଳ । ଭୁବନେଶ୍ୱର ଆଚାଯ୍ୟ ବିହାର ଅଞ୍ଚଳରେ ବିରଳ ବ୍ରହ୍ମ କମଳ ଦେଖିବାକୁ ମିଳିଛି । ଜ୍ୟୋତିର୍ମୟୀ ସାମନ୍ତରାୟ ଓ ଦୀପିକା ରାଣି ପ୍ରଧାନଙ୍କ ଘରେ ଏପରି କମଳ ଫୁଟିଛି ।୧୪ ମାସ ତଳେ ସେମାନେ ଏହି ଗଛ ଲଗାଇଥିବା ବେଳେ ଆଜି ଫୁଲ ଫୁଟିଛି । 

ଭୁବନେଶ୍ୱରରେ ଫୁଟିଲା ବହ୍ମ କମଳ, ଦେଖିବାକୁ ଲାଗିଛି ଭିଡ଼

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର : ରାଜଧାନୀରେ ବିରଳ ବ୍ରହ୍ମ କମଳ । ଭୁବନେଶ୍ୱର ଆଚାଯ୍ୟ ବିହାର ଅଞ୍ଚଳରେ ବିରଳ ବ୍ରହ୍ମ କମଳ ଦେଖିବାକୁ ମିଳିଛି । ଜ୍ୟୋତିର୍ମୟୀ ସାମନ୍ତରାୟ ଓ ଦୀପିକା ରାଣି ପ୍ରଧାନଙ୍କ ଘରେ ଏପରି କମଳ ଫୁଟିଛି ।୧୪ ମାସ ତଳେ ସେମାନେ ଏହି ଗଛ ଲଗାଇଥିବା ବେଳେ ଆଜି ଫୁଲ ଫୁଟିଛି । 

ପୌରାଣିକ ମତାନୁସାରେ, ଏହା ଏକ ବିରଳ ପ୍ରଜାତି ଏବଂ କିମ୍ବଦନ୍ତୀ ମୂଳକ ଫୁଲ । ଯାହାକୁ ବ୍ରହ୍ମା ତାଙ୍କ ବସିବା ସ୍ଥାନରେ ବ୍ୟବହାର କରନ୍ତି, ଏହାସହ ପ୍ରଭୁ ଶିବଙ୍କ ଦ୍ୱାରା ଗଣେଶଙ୍କ ମସ୍ତକ ଯୋଡିବା ସମୟରେ ଏହି କମଳର ପାଣି ଛିଞ୍ଚି ଜୀବଦାନ ଦିଆଯାଇଥିଲା । ତେବେ ପ୍ରାୟତଃ ବର୍ଷର ଜୁନରୁ ଅଗଷ୍ଟ ମାସ ମଧ୍ୟରେ ସଂଧ୍ୟା ୭ ଟାରୁ ମଧ୍ୟ ରାତ୍ରି ଭିତରେ ଏହି ଫୁଲ ଫୁଟିଥାଏ । ତେବେ ଏହା ନଭେମ୍ବର ମାସ ଏବଂ ସଂକ୍ରାନ୍ତିରେ ଫୁଟିଥିବାରୁ ଉଭୟେ ଖୁସି ଥିବା କହିଛନ୍ତି ।fallback

fallback

ଭାରତର ବିଭିନ୍ନ ସ୍ଥାନରେ ଲୋକମାନେ ଏହାର ଗଛ ଲଗାଯାଉଥିବା ବେଳେ ସମସ୍ତଙ୍କ ଘରେ ଫୁଲ ଫୁଟିନଥାଏ । ତେବେ ଯେଉଁ କେତେଜଣଙ୍କ ଘରେ ଫୁଟିଥାଏ । ସେମାନେ ଭାଗ୍ୟବାନ୍ ବୋଲି ବିଶ୍ୱାସ କରାଯାଏ । ଆଉଁ ଏହାକୁ ଦେଖିବା ପାଇଁ ମଧ୍ୟ ଦୂରଦୂରାନ୍ତରୁ ଲୋକ ମାନେ ଛୁଟି ଆସନ୍ତି । fallback