ନିରଞ୍ଜନଙ୍କ ବିରୋଧରେ ବିଦ୍ରୋହ
Advertisement

ନିରଞ୍ଜନଙ୍କ ବିରୋଧରେ ବିଦ୍ରୋହ

ଗତ ତିରିଶ ତାରିଖ ବୁଧବାର ଦିନ ପାନ୍ଥନିବାସରେ ମେଳି ବାନ୍ଧିଥିଲେ ନିରଞ୍ଜନ ବିରୋଧୀ । ଦଳ ବର୍ତ୍ତମାନ ବିପର୍ଯ୍ୟସ୍ତ ପାଇଁ ନିରଞ୍ଜନଙ୍କୁ ଦାୟୀ କରିବା ସହ ତୁରନ୍ତ ପିସିସି ନେତୃତ୍ୱ ପରିବର୍ତ୍ତନ କରି ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବା ଦାବି କରି ବୈଠକରେ ଚର୍ଚ୍ଚା କରିଥିଲେ ।

  • ଗତ ତିରିଶ ତାରିଖ ବୁଧବାର ଦିନ ପାନ୍ଥନିବାସରେ ମେଳି ବାନ୍ଧିଥିଲେ ନିରଞ୍ଜନ ବିରୋଧୀ
  • ଦଳ ବର୍ତ୍ତମାନ ବିପର୍ଯ୍ୟସ୍ତ ପାଇଁ ନିରଞ୍ଜନଙ୍କୁ ଦାୟୀ କରିବା ସହ ତୁରନ୍ତ ପିସିସି ନେତୃତ୍ୱ ପରିବର୍ତ୍ତନ କରି ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବା ଦାବି କରି ବୈଠକରେ ଚର୍ଚ୍ଚା କରିଥିଲେ 

Trending Photos

ନିରଞ୍ଜନଙ୍କ ବିରୋଧରେ ବିଦ୍ରୋହ

ମଳୟ ମହାନ୍ତି, ଭୁବନେଶ୍ୱର: କଂଗ୍ରେସରେ ଚାଲିଛି ବିଦ୍ରୋହର ମହାନାଟକ । ନିରଞ୍ଜନଙ୍କ ପିସିସି ସଭାପତି ପଦରୁ ହଟାଇବା ପାଇଁ ଚାଲିଛି ମହାମେଳି । ମହାମେଳିର ମୂଳଦୂଆ ପାନ୍ଥନିବାସରେ ପଡିଥିବାବେଳେ ଆଜି ଘରୋଇ ହୋଟେଲରେ ରୁଦ୍ଧଦ୍ୱାର ବୈଠକ କରାଯାଇ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଅବଗତ କରାଇବାର ଯୋଜନା ହୋଇଛି । ଆସନ୍ତା ୧୨ ତାରିଖ ମଧ୍ୟରେ  ବିଦ୍ରୋହୀ ଗୋଷ୍ଠୀଙ୍କର ଏକ ୧୦ ଜଣିଆ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରି ଏ ସବୁ ପ୍ରସ୍ତାବ ସଂପର୍କରେ ସୋନିଆଙ୍କୁ ଅବଗତ କରାଇବେ ।

ଗତ ତିରିଶ ତାରିଖ ବୁଧବାର ଦିନ ପାନ୍ଥନିବାସରେ ମେଳି ବାନ୍ଧିଥିଲେ ନିରଞ୍ଜନ ବିରୋଧୀ । ଦଳ ବର୍ତ୍ତମାନ ବିପର୍ଯ୍ୟସ୍ତ ପାଇଁ ନିରଞ୍ଜନଙ୍କୁ ଦାୟୀ  କରିବା ସହ ତୁରନ୍ତ ପିସିସି ନେତୃତ୍ୱ ପରିବର୍ତ୍ତନ କରି ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବା ଦାବି କରି ବୈଠକରେ ଚର୍ଚ୍ଚା କରିଥିଲେ ଏବଂ ଖୋଲାଖୋଲି ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇଥିଲେ । 

ବିରୋଧୀରେ ବର୍ଷିବାର ଦିନକ ପରେ ଅର୍ଥାତ ଗୁରୁବାର ଦିନ କଂଗ୍ରେସ ପକ୍ଷରୁ କରାଯାଇଥିବା ସ୍ମିତାରାଣୀ ମୃତ୍ୟୁ ଘଟଣାରେ ରାଜଭବନ ଘେରାଉ ପ୍ରସଙ୍ଗରେ ବିରୋଧୀମାନେ ଗୋଟିଏ ମଞ୍ଚରେ  ନିରଞ୍ଜନଙ୍କ ସହ ବସିଲେ । ଏପରିକି ନିରଞ୍ଜନଙ୍କ ସହ ହସିଖୁସି କଥା ମଧ୍ୟ ହେଲେ । ଏହାର ଦିନକ ପରେ ଅର୍ଥାତ ନଭେମ୍ବର ୧ତାରିଖ ଶୁକ୍ରବାର ଦିନ ଅଚାନକ ଭାବେ ନିରଞ୍ଜନ ବିରୋଧୀ ନେତାଙ୍କୁ ନିରଞ୍ଜନଙ୍କ ବାସଭବନରେ ଦେଖିବାକୁ ମିଳିଥିଲା  । 

ନିରଞ୍ଜନଙ୍କ ସହ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ ସାରି ବାହାରିବା ପରେ ନିରଞ୍ଜନଙ୍କୁ ଭୀଷ୍ମ ପିତାମହ ଆଖ୍ୟା ଦେବା ସହ ବିରୋଧୀମାନେ ନିରଞ୍ଜନଙ୍କୁ ଉପଦେଷ୍ଟା ପଦ ଦେବା ସହ ପସିସି ସଭାପତି ପାଇଁ ମୋକିମଙ୍କ ନାମ କହିଲେ । ଘଟଣାର ଚତୁର୍ଥ ଏପିସୋଡରେ ବହୁ ନିରଞ୍ଜନ  ବିଦ୍ରୋହୀ ନେତା ଭୁବନେଶ୍ୱର ଏକ ଘରୋଇ ହୋଟେଲରେ ଏକାଠି ହେବା ସହ ଦୁଇ ଘଣ୍ଟା ଧରି ଆଲୋଚନା କରିଥିଲେ । 
ଏହା ପରେ ଆସନ୍ତା ୧୨ ତାରିଖ ମଧ୍ୟରେ  ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଦେଖା କରି ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବା ପ୍ରସ୍ତାବ ସହ ଓଡିଶା କଂଗ୍ରେସକୁ ଦୃଢ କରିବା ପାଇଁ ବହୁ ପ୍ରସ୍ତାବ ଉପରେ ମୋହର ବାଜିଛି । ଅନ୍ୟପକ୍ଷରେ ନିରଞ୍ଜନଙ୍କ ବିରୋଧରେ ମେଳି କରାଯିବା ଦ୍ୱାରା  ଲୋକଙ୍କ ପାଖକୁ ଭୁଲ ବାର୍ତ୍ତା ଯାଉଥିବା କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । 

ମହମ୍ମଦ ମୋକିମ ପିସିସି ସଭାପତି ହେଲେ କିଛି ଅସୁବିଧା ନାହିଁ କିନ୍ତୁ ଏ କଥା ସୋନିଆ ଗାନ୍ଧୀ ନିଷ୍ପତ୍ତି ନେବେ । ତେଣୁ ଏ ସଂପର୍କରେ ବାରମ୍ବାର ବୈଠକ କଲେ ତୃଣମୂଳ ସ୍ତରକୁ ଖରାପ ବାର୍ତ୍ତା ଯାଉଥିବା କୁହାଯାଇଛି । ଅନ୍ୟପକ୍ଷେ ପିସିସି ସଭାପତି ନିରଞ୍ଜନଙ୍କ କହିବା କଥା ଗୋଟିଏ ପରିବାର, ଦେଶ ଏବଂ ରାଜନୈତିକ ଦଳରେ ଶୃଙ୍ଖଳା ଭଲ ରହିଲେ ଏହା ଆଗେଇବ ନ ହେଲେ ଆଗେଇବ ନାହିଁ ।