close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସହର ପରେ ଏବେ ଗାଁକୁ ଟାର୍ଗେଟ, ୨୦୨୦ ଅକ୍ଟୋବର ୨ ସୁଦ୍ଧା ଗ୍ରାମାଞ୍ଚଳରେ ବନ୍ଦ ହେବ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ

ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହେବ ଗ୍ରାମାଞ୍ଚଳ। ଆସନ୍ତା ଗାନ୍ଧୀ ଜୟନ୍ତୀରୁ ଗ୍ରାମାଞ୍ଚଳରେ ବନ୍ଦ ହେବ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ। ଉପଯୁକ୍ତ ଡ଼ିସ୍ପୋଜାଲ୍ ଉପରେ ଗୁରୁତ୍ୱ। ପ୍ରତ୍ୟେକ ଜିଲ୍ଲାରେ ପ୍ଲାଷ୍ଟିକ ୱେଷ୍ଟ ପ୍ରୋସେସିଙ୍ଗ ସେଣ୍ଟର ନିର୍ମାଣ ହେବ। ପ୍ଲାଷ୍ଟିକ ୱେଷ୍ଟକୁ ରାସ୍ତାକାମରେ ବ୍ୟବହାର କରିବାକୁ ନିର୍ଦ୍ଦେଶ। ଏମ୍ଏସ୍ଏମ୍ଇ ବା ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ନିର୍ଦ୍ଦେଶ। ମହିଳା ସ୍ୱୟଂ ଗୋଷ୍ଠୀଗୁଡ଼ିକୁ କାଗଜ ଓ କପଡ଼ାରେ ବ୍ୟାଗ ତିଆରି କରିବାକୁ ପ୍ରୋତ୍ସାହନ।

ସହର ପରେ ଏବେ ଗାଁକୁ ଟାର୍ଗେଟ, ୨୦୨୦ ଅକ୍ଟୋବର ୨ ସୁଦ୍ଧା ଗ୍ରାମାଞ୍ଚଳରେ ବନ୍ଦ ହେବ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ

ଭୁବନେଶ୍ୱର:୨୦୨୦ ଅକ୍ଟୋବର ୨ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମାଂଚଳରେ ପ୍ଲାଷ୍ଟିକ ବ୍ୟବହାର ନିଷେଧ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଏବେ ରାଜ୍ୟର ସବୁ ସହରାଂଚଳରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ସରକାର ବିଜ୍ଞପ୍ତି ପ୍ରକାଶ କରିଥିବା ଆସନ୍ତାବର୍ଷ ଠାରୁ ଏହା ଗ୍ରାମାଂଚଳରେ ମଧ୍ୟ ଲାଗୁହେବ।  ଏବେଠାରୁ ଆରମ୍ଭ ହୋଇଛି ସଚେତନତା। ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର କମ ବ୍ୟବହାର କରିବା ସହ ଉପଯୁକ୍ତ ଡିସପୋଜ ପାଇଁ ପଞ୍ଚାୟତିରାଜ ବିଭାଗକୁ ନିର୍ଦେଶ ଦେଇଛି ଜଙ୍ଗଲ ଓ ପରିବେଶ ବିଭାଗ। ଏହା ସହ ବିଭିନ୍ନ ଆଡ଼େ ବ୍ୟବହାର ହୋଉଥିବା ପ୍ଲାଷ୍ଟିକ ବର୍ଜବସ୍ତୁକୁ ଏଣିକି ରାସ୍ତାକାମରେ ବ୍ୟବହାର କରିବାକୁ ମଧ୍ୟ ନିଷ୍ପତି ହୋଇଛି। ପୂର୍ତ ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସହର ପରେ ଏବେ ଗାଁକୁ ଟାର୍ଗେଟ। ଏବେ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହେବ ସହର ଗ୍ରାମାଞ୍ଚଳ। ଏହି ବର୍ଷ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ସମସ୍ତ ପୌରାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରାଯାଇଥିବା ବେଳେ ଆସନ୍ତା ଗାନ୍ଧୀ ଜୟନ୍ତୀରୁ ସମସ୍ତ ଗ୍ରାମାଞ୍ଚଳରେ ବି ବନ୍ଦ ହେବ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ। ୱେଷ୍ଟ ମ୍ୟାନେଜମେଣ୍ଟ ନିୟମ ଅନୁସାରେ ଗାଁ ଗୁଡ଼ିକରେ ପ୍ଲାଷ୍ଟିକ ବ୍ୟବହାର କମ୍ କରିବା ସହ ଏହାର ଉପଯୁକ୍ତ ଡ଼ିସ୍ପୋଜାଲ୍ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ଜିଲ୍ଲାରେ ପ୍ଲାଷ୍ଟିକ ୱେଷ୍ଟ ପ୍ରୋସେସିଙ୍ଗ ସେଣ୍ଟର ନିର୍ମାଣ କରିବାକୁ, ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ନିଆଯାଇଛି । 

ପ୍ରୋସେସିଙ୍ଗ ପ୍ଲାଣ୍ଟରୁ ବାହାରିବାକୁ ଥିବା ପ୍ଲାଷ୍ଟିକ ୱେଷ୍ଟକୁ ରାସ୍ତାକାମରେ ବ୍ୟବହାର କରିବାକୁ ପୂର୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ବ୍ୟବହାର ନୁହେଁ, ପ୍ଲାଷ୍ଟିକ ଉତ୍ପାଦନ ଉପରେ ମଧ୍ୟ ରୋକ୍ ଲଗାଇବାକୁ ଯୋଜନା ହୋଇଛି । ଏଥିପାଇଁ ଏମ୍ଏସ୍ଏମ୍ଇ ବା ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ମହିଳା ସ୍ୱୟଂ ଗୋଷ୍ଠୀଗୁଡ଼ିକୁ କାଗଜ ଓ କପଡ଼ାରେ ବ୍ୟାଗ ତିଆରି କରିବାକୁ ପ୍ରୋତ୍ସାହନ ଦିଆଯିବ। ପରିବେଶ ଉପରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଅନେକ ପ୍ରଭାବ ପକାଉଥିବାରୁ ସରକାରଙ୍କ ଏଭଳି ନିଷ୍ପତିକୁ ସ୍ୱାଗତ କରିଛନ୍ତି ପରିବେଶବିତ୍ । 

 ରାଜ୍ୟର ୬ଟି ପ୍ରମୁଖ ସହର କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଓ ପୁରୀରେ ଆଗରୁ ପ୍ଲାଷ୍ଟିକ ବ୍ୟାନ ଥିବା ବେଳେ ଗତ ଅକ୍ଟୋବର ୨ରୁ ରାଜ୍ୟର ସମସ୍ତ ପୌରାଂଚଳ ଓ ବିଜ୍ଞାପିତ ଅଂଚଳ ପରିଷଦରେ ବି ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗିଛି ।