ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ବର: କୃଷକଙ୍କ ସମସ୍ୟା ସମାଧାନର ନା କିଛି ବାଟ ଫିଟୁଛି ନା କିଛି ସୁଫଳ ମିଳୁଛି । ଜାତୀୟ ସ୍ତରରେ କୃଷକ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ରାଜ୍ୟରେ ମଧ୍ୟ କୃଷକଙ୍କ ଆନ୍ଦୋଳନ ଜୋର ଧରୁଛି। କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ରାଜଭବନ ଘେରାଓ ପରେ ସମ୍ମିଳନୀ କରିଛନ୍ତି । ସମ୍ମିଳନୀରେ କୃଷକ ସଙ୍ଗଠନ ଗୁଡିକ ସମେତ କଂଗ୍ରେସ ଓ ବାମପନ୍ଥୀ ଦଳଗୁଡିକ ସାମିଲ ହୋଇ ଆନ୍ଦୋଳନର ଆଗାମୀ ରୂପରେଖ ପ୍ରସ୍ତୁତ କରିଛନ୍ତି।
Also Read: ଚର୍ଚ୍ଚାରେ କେସିଙ୍ଗା ଏସଡିପିଓ ଏସ ଶୁଶ୍ରୀ: କହିଲେ ପରେଡରେ ପ୍ରତିନିଧିତ୍ବ ବଡ ଗର୍ବ
୨୫ ତାରିଖରେ କୃଷକ ସଙ୍ଗଠନ (Farmers Organisation) ଗୁଡିକ ମଶାଲ ଶୋଭାଯାତ୍ରା କରିବା ସହ ସାଧାରଣତନ୍ତ୍ର ଦିବସ (Republic Day) ରେ ପରେଡ଼ (Parade) ପାଇଁ ପ୍ରସ୍ତୁତି ଜୋର୍ କରିଛନ୍ତି। ସେପଟେ ଓଡ଼ିଶା (Odisha) ରେ ମଣ୍ଡି ସମସ୍ୟା (Mandi Problem) କୁ ନେଇ ସରକାରଙ୍କୁ ୭୨ ଘଣ୍ଟା ମହଲତ ଦେଇଥିବା ବିଜେପି (BJP) ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଯୋଜନା କରୁଛି । କଂଗ୍ରେସ (Congress) ର କହିବା କଥା ଉଭୟ ବିଜେପି ବିଜେଡି (BJD) ସରକାରରେ ଥାଇ କୃଷକଙ୍କ ସମସ୍ୟା (Farmers Issue)ର ସମାଧାନ ନ କରି ଡ୍ରାମା କରୁଛନ୍ତି।
Also Read: ଭିନ୍ନକ୍ଷମ ସଂସ୍ଥାରେ ଯୌନ କେଳେଙ୍କାରୀ: ଦିନରେ ୨୫ଶହ, ଅନ୍ଧାର ହେଲେ ପେମେଣ୍ଟ ଡବଲ
ଅନ୍ୟପକ୍ଷରେ ବିଜେଡି କିନ୍ତୁ କୃଷକଙ୍କ ପାଇଁ ନିଜ ଦରଦ ବଖାଣିଛି। ରାଜ୍ୟର ବିଜେଡି ସରକାର କିଭଳି କଳାହାଣ୍ଡି (Kalahandi) କୁ ସୁନାହାଣ୍ଡିରେ ପରିଣତ କରିଛି ଓ ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା କରିଛି ସେ କଥା କହିଛି। ଏପରିକି ଚାଷୀ ଦିଲ୍ଲୀ (Delhi) ରେ ଶୀତ କାକରରେ ବସିଥିବାବେଳେ ତାଙ୍କ ସମସ୍ୟା ସମାଧାନ ନକରି ଏଠି ଓଡ଼ିଶାରେ ଆନ୍ଦୋଳନ କରିବାର ମାନେ କଣ ବୋଲି ପ୍ରଶ୍ନ କରିଛି ବିଜେଡି ।
Edited: Zee Odisha Desk