Advertisement
Article Detail0/zeeodisha/odisha668118
Zee OdishaBhubneshwarଚାଷୀଙ୍କ ପାଇଁ ରହିବନି ଚିନ୍ତା, ନିୟୋଜିତ ହେବେ ୩୦ ନୋଡାଲ ଅଫିସର

ଚାଷୀଙ୍କ ପାଇଁ ରହିବନି ଚିନ୍ତା, ନିୟୋଜିତ ହେବେ ୩୦ ନୋଡାଲ ଅଫିସର

ଏଥିପାଇଁ ସାରା ରାଜ୍ୟରେ ୩୦ ଜିଲ୍ଲା ପାଇଁ ୩୦ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି ।  କୃଷି ବିଭାଗ ଦ୍ୱାରା ପ୍ରଣୀତ ଯୋଜନା କାର୍ଯ୍ୟକାରୀ ହେଉଛି ନା ନାହିଁ ଏହାର ବିସ୍ତୃତ ତଦାରଖ କରିବେ ଅଧିକାରୀ ।

ଫାଇଲ ଫଟୋ
ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: କୋରୋନା କଟକଣା ଏବଂ ଲକ୍ ଡାଉନ୍ ଡାକରା ମଧ୍ୟରେ ବି ଚାଲିବ କୃଷି କାର୍ଯ୍ୟ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ରାଜ୍ୟ ସରକାର ମଧ୍ୟ ଅନୂରୂପ ପଦକ୍ଷେପ ନେଇଛନ୍ତି । ଗତକାଲି କୃଷି ସଚିବ କୃଷି ସମ୍ପର୍କିତ କାର୍ଯ୍ୟ କରିବାରେ କୌଣସି ସମସ୍ୟା ନାହିଁ ବୋଲି କହିବା ପରେ କୃଷି ମନ୍ତ୍ରୀ ଅରୁଣ ସାହୁ ସ୍ଥିତିର ସମୀକ୍ଷା କରିଛନ୍ତି । 

ଏଥିପାଇଁ ସାରା ରାଜ୍ୟରେ ୩୦ ଜିଲ୍ଲା ପାଇଁ ୩୦ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି ।  କୃଷି ବିଭାଗ ଦ୍ୱାରା ପ୍ରଣୀତ ଯୋଜନା କାର୍ଯ୍ୟକାରୀ ହେଉଛି ନା ନାହିଁ ଏହାର ବିସ୍ତୃତ ତଦାରଖ କରିବେ ଅଧିକାରୀ । ଯେଉଁଠି ସମସ୍ୟା ରହିଛି ସମାଧାନ କରି ପ୍ରତିଦିନ ଅପରାହ୍ନରେ ବିଭାଗକୁ ରିପୋର୍ଟ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୃଷି ସରଞ୍ଜାମର ମରାମତି ଦୋକାନ ସମେତ ସାର ଓ ବିହନ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କୃଷି ବିଭାଗର ସମୀକ୍ଷା ପରେ କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

Add Zee News as a Preferred Source
About the Author