ଖୋଲାରେ ମଳ ତ୍ୟାଗ କରୁଥିଲେ ସାବଧାନ

ଭୁବନେଶ୍ଵରକୁ ଖୋଲା ଶୌଚମୁକ୍ତ ଅଞ୍ଚଳ କରିବାକୁ ସ୍ଵଚ୍ଛ ଭାରତ, ଅମୃତ ଏବଂ ବିଏମସି ଅନ୍ତର୍ଗତ ବିଭିନ୍ନ ଯୋଜନାରେ ୧୮୦ରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି ।

ଖୋଲାରେ ମଳ ତ୍ୟାଗ କରୁଥିଲେ ସାବଧାନ

ଭୁବନେଶ୍ୱର: ଏଣିକି ରାଜଧାନୀରେ ଖୋଲାରେ ମଳତ୍ୟାଗ କଲେ କିମ୍ଵା ପରିସ୍ରା କଲେ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ । ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏକ ବିଜ୍ଞାପ୍ତି ଜାରି କରାଯାଇଛି । ଭୁବନେଶ୍ୱର  ସ୍ୱଚ୍ଛତା ଓ ସୁସ୍ଥ ପରିବେଶ ସହ ଉନ୍ନତ ମାନର ଚଳନି ଓ ଚରିତ୍ରକୁ ବିଶ୍ୱ ଦରବାରରେ ପରିଚିତ କରିବାକୁ ପାଇଁ ଏହି କଟକଣା ଲାଗୁ କରାଯିବ।

ଖୋଲାରେ ମଳତ୍ୟାଗ କଲେ ୨୦୦ ଟଙ୍କା ଜରିମାନା ଓ ଖୋଲାରେ ପରିଶ୍ରା କଲେ ୧୫୦ ଟଙ୍କା ଫାଇନ ଦେବାକୁ ପଡିବ। ଜରିମାନା ନେଇ ବିଏମସି ପକ୍ଷରୁ ନୋଟିସ୍ ଦିଆଯାଇଛି । ତେବେ ଏହାକୁ ତଦାରଖ କରିବା ପାଇଁ ବିଏମସି ସ୍ଵାର୍ଡଙ୍କୁ ନିୟୋଜିତ କରାଯିବ। ବିଏମସି ସ୍ଵାର୍ଡ ଏନେଇ ଭୁବନେଶ୍ଵରରେ ଜୋରଦାର ଧରପଗଡ କରିବ ଏବଂ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିବେ । ଭୁବନେଶ୍ଵରକୁ ଖୋଲା ଶୌଚମୁକ୍ତ ଅଞ୍ଚଳ କରିବାକୁ ସ୍ଵଚ୍ଛ ଭାରତ, ଅମୃତ ଏବଂ ବିଏମସି ଅନ୍ତର୍ଗତ ବିଭିନ୍ନ ଯୋଜନାରେ ୧୮୦ରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି । ରାଜଧାନୀରେ ପ୍ରତି ୫୦୦ ମିଟର ବ୍ୟବଧାନରେ ଗୋଟିଏ ଗୋଟିଏ ଶୌଚାଳୟ ନିର୍ମାଣ ହୋଇଛି । ବର୍ଷକ ମଧ୍ୟରେ ୩୭ଟି ଇ-ଟଏଲେଟ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି।