ଏଣିକି ପାର୍କ ପରିଚାଳନା କରିବ ବିଏମସି
Advertisement

ଏଣିକି ପାର୍କ ପରିଚାଳନା କରିବ ବିଏମସି

ରାଜଧାନୀରେ ନୂଆ ପାର୍କ ନିର୍ମାଣ କରିବ ବିଏମସି। 

ଏଣିକି ପାର୍କ ପରିଚାଳନା କରିବ ବିଏମସି

ଭୁବନେଶ୍ୱର: ବିଏମସି ହାତକୁ ଯିବ ବିଡିଏ ଉଦ୍ୟାନ ବିଭାଗ। ଏଣିକି ବିଡିଏ ଅଧିନରେ ଥିବା ସମସ୍ତ ପାର୍କର ପରିଚାଳନା ସହ ରକ୍ଷଣାବେକ୍ଷଣା କରିବ ବିଏମସି। ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଉଦ୍ୟାନ ବିଭାଗରେ ଏପରି ପରିବର୍ତ୍ତନ କରାଯାଇଛି। 

ବିଏମସି ଅଧିନରେ ଅଳ୍ପ କିଛି ପାର୍କ ଥିବା ବେଳେ ଏବେ ରାଜଧାନୀର ସମସ୍ତ ପାର୍କ କଥା ବୁଝିବେ ଭୁବନେଶ୍ବର ମହାନଗର ନିଗମ। ଏନେଇ ପାର୍କ କର୍ମଚାରୀଙ୍କ ମଧ୍ୟରେ ଦରମା ସମେତ ଅନ୍ୟ ସୁବିଧାକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ପୂର୍ବ ଭଳି ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ବିଏମସି କମିଶନର କହିଛନ୍ତି। 

Also Read: ସରକାରଙ୍କୁ ଘାରିଛି ଜମି ନିଶା

ଏହା ଛଡା ନୂଆ ପାର୍କ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ ନିର୍ମାଣ କରିବ। ପାର୍କ ବିକାଶ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଏମସି ଟଙ୍କା ପାଉଥିବା ବେଳେ ବିଡିଏ ପାଖରେ ମାଲିକାନା ରହିଛି। ଏହା ଉଭୟ ବିଭାଗ ପାଇଁ ଅସୁବିଧା ସୃଷ୍ଟି କରୁଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।